ସଂକଳ୍ପପତ୍ର ଘୋଷଣା କଲା ଏନ୍ଡ଼ିଏ
୨୫ଟି ସଂକଳ୍ପ ପାଇଁ ୫୦ ଲକ୍ଷ କୋଟି ଟଙ୍କାର ନିବେଶ ପାଇଁ ଯୋଜନା ବିହାର : ୨୦୨୫ ବିହାର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି ଏନଡିଏ । ଏହା ଏନଡ଼ିଏ ର ‘ସଂକଳ୍ପ ପତ୍ର’ । ପାଟନାର ହୋଟେଲ ମୌର୍ଯ୍ୟରେ ‘ସଂକଳ୍ପ ପତ୍ର’ ଘୋଷଣା ହୋଇଛି। ଇସ୍ତାହାରରେ ନିଯୁକ୍ତି ଏବଂ ଶିଳ୍ପ ବିକାଶ ଉପରେ ଧ୍ୟାନ ଦିଆଯାଇଛି। ଏଥିରେ ସମାଜର ସମସ୍ତ ବର୍ଗ, ବିଶେଷକରି ମହିଳା ଏବଂ ଯୁବପିଢ଼ିଙ୍କୁ ଲାଭ ପହଞ୍ଚାଇବା ପାଇଁ […]
୨୫ଟି ସଂକଳ୍ପ ପାଇଁ ୫୦ ଲକ୍ଷ କୋଟି ଟଙ୍କାର ନିବେଶ ପାଇଁ ଯୋଜନା
ବିହାର : ୨୦୨୫ ବିହାର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି ଏନଡିଏ । ଏହା ଏନଡ଼ିଏ ର ‘ସଂକଳ୍ପ ପତ୍ର’ । ପାଟନାର ହୋଟେଲ ମୌର୍ଯ୍ୟରେ ‘ସଂକଳ୍ପ ପତ୍ର’ ଘୋଷଣା ହୋଇଛି। ଇସ୍ତାହାରରେ ନିଯୁକ୍ତି ଏବଂ ଶିଳ୍ପ ବିକାଶ ଉପରେ ଧ୍ୟାନ ଦିଆଯାଇଛି। ଏଥିରେ ସମାଜର ସମସ୍ତ ବର୍ଗ, ବିଶେଷକରି ମହିଳା ଏବଂ ଯୁବପିଢ଼ିଙ୍କୁ ଲାଭ ପହଞ୍ଚାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରତିଶ୍ରୁତି ଦିଆଯାଇଛି । ଏହି ସମୟରେ ରାଷ୍ଟ୍ରୀୟ ବିଜେପି ସଭାପତି ଜେପି ନଡ୍ଡା, ମୁଖ୍ୟମନ୍ତ୍ରୀ ନୀତିଶ କୁମାର, କେନ୍ଦ୍ର ମନ୍ତ୍ରୀ ଏବଂ HAM(S) ନେତା ଜିତନ ରାମ ମାଞ୍ଝି, କେନ୍ଦ୍ର ମନ୍ତ୍ରୀ ଏବଂ LJP-ରାମ ବିଳାସ ପାସୱାନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ ପାସୱାନ, RLM ରାଷ୍ଟ୍ରୀୟ ଅଧ୍ୟକ୍ଷ ଉପେନ୍ଦ୍ର କୁଶୱାହା ଏବଂ ଅନ୍ୟମାନେ NDAର “ସଂକଳ୍ପ ପତ୍ର” ଉପସ୍ଥିତ ରହିଥିଲେ । ଘୋଷଣାପତ୍ରରେ ଏକ ବିକଶିତ ବିହାର ପାଇଁ ୨୫ଟି ସଂକଳ୍ପ ରହିଛି।
ଏହା ପ୍ରଥମ ଥର ପାଇଁ ଏକ ମିଳିତ ଏନଡିଏ ଇସ୍ତାହାର ପ୍ରକାଶ ହୋଇଛି । ପୂର୍ବରୁ ଦଳ ଗୁଡିକ ପୃଥକ ଭାବରେ ସେମାନଙ୍କର ନିଜସ୍ୱ ଇସ୍ତାହାର ପ୍ରକାଶ କରିଥିଲେ । ଏନଡିଏର ପ୍ରଥମ ମିଳିତ ଇସ୍ତାହାରରେ ପ୍ରଥମ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘୋଷଣା ହେଉଛି ଯୁବପିଢିଙ୍କ ପାଇଁ ରହିଛି ।
ବିହାରରେ ଏନଡିଏ ସରକାର ଗଠନ ହେଲେ ଯୁବକମାନଙ୍କୁ ୧କୋଟି ଚାକିରି ଚାକିରି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି । ଏହାସହିତ ୧କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରାଯିବ । ଲକ୍ଷପତି ଯୋଜନାରେ ମହିଳାଙ୍କୁ ୨ଲକ୍ଷ ଲେଖାଏଁ ଦିଆଯିବ ।
ପ୍ରତ୍ୟେକ ଯୁବକଙ୍କ ପାଇଁ ଚାକିରି ଏବଂ ନିଯୁକ୍ତିର ପ୍ରତିଶ୍ରୁତି। ୧ କୋଟିରୁ ଅଧିକ ସରକାରୀ ଚାକିରି, ନିଯୁକ୍ତିର ପ୍ରତିଶ୍ରୁତି ଦିଆଯାଇଛି। ବିହାରରେ ଏକ ବିଶ୍ୱସ୍ତରୀୟ କେନ୍ଦ୍ରର ପ୍ରତିଶ୍ରୁତି ଏବଂ ୫୦ ଲକ୍ଷ କୋଟି ଟଙ୍କାର ନିବେଶ ପାଇଁ ଏକ ଯୋଜନା କରାଯାଇଛି। ଗରିବ ପରିବାରର ସମସ୍ତ ପିଲାଙ୍କୁ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା, ଖାଦ୍ୟ ଏବଂ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯିବ।
ନୂତନ ପାଟନାକୁ ଏକ ସବୁଜ କ୍ଷେତ୍ର ସହର ଭାବରେ ବିକଶିତ କରାଯିବ। ଆମେ ବିହାରରୁ ସିଧାସଳଖ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ଯୋଜନା କାର୍ଯ୍ୟକାରୀ କରିବା ପାଇଁ କାମ କରିବୁ। ଜୁବ୍ବା ସାହାଣୀ ମତ୍ସ୍ୟ ପାଳକ ଯୋଜନାରେ ମତ୍ସ୍ୟଜୀବୀମାନଙ୍କୁ ୯,୦୦୦ ଟଙ୍କା ମିଳିବ। ଲକ୍ଷପତିରୁ କୋଟିପତିରେ ମହିଳାଙ୍କୁ ପରିଣତ କରିବା ଲକ୍ଷ୍ୟ।
ଏନଡିଏ ଇସ୍ତାହାର ସମ୍ପର୍କରେ ସମ୍ରାଟ ଚୌଧୁରୀ କହିଛନ୍ତି, “ଆମେ ବିହାରର ସମସ୍ତ ବର୍ଗକୁ ପ୍ରାଥମିକତା ଦେଇ ଅନେକ ସଂକଳ୍ପ ନେଇଛୁ, ୨୫ଟି ପ୍ରମୁଖ ପ୍ରସଙ୍ଗ ନେଇ ଜନସାଧାରଣଙ୍କ ନିକଟରେ ପହଞ୍ଚିବାକୁ ନିଷ୍ପତ୍ତି ନେଇଛୁ।”
ନିର୍ବାଚନ ଇସ୍ତାହାର ଘୋଷଣା ହେବା ପୂର୍ବରୁ ବିଜେପି ନେତା ଜେପିଏସ ରାଠୋର କହିଥିଲେ, ଏହା ବିହାରର ବିକାଶ ପାଇଁ ଏକ ଘୋଷଣାପତ୍ର, ଯାହା ମାଧ୍ୟମରେ ବିହାରର ବିକାଶର ନୂଆ କାହାଣୀ ଲେଖାଯିବ । ଆମର ଏନଡିଏ ସରକାର ସମସ୍ତ ପ୍ରତିଶ୍ରୁତି ପୂରଣର ଗ୍ୟାରେଣ୍ଟି ଦେବ । ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଗ୍ୟାରେଣ୍ଟି ଦେବେ ଏବଂ ପ୍ରତିଶ୍ରୁତି ପୂରଣ କରିବେ ।




