ଜାତୀୟ ମହିଳା କମିଶନଙ୍କ କୈଫିୟତ ତଲବ, ଆଇଏଏସ ଅଫିସରଙ୍କ ‘ କଣ୍ଡୋମ’ ଟିପଣୀ

ପାଟନା: ମହଙ୍ଗା ପଡ଼ିଲା ଅଶାଳୀନ ଟିପଣୀ । ସ୍କୁଲ ଛାତ୍ରୀଙ୍କ ସହ ଆଲୋଚନା ବେଳେ ବିବାଦୀୟ ମନ୍ତବ୍ୟ ଦେଇ ଜଣେ ମହିଳା ଆଇଏଏସ ଅଧିକାରୀ ଫସି ଯାଇଛନ୍ତି । ସମ୍ପୃକ୍ତ ମହିଳା ଆଇଏଏସ ଅଧିକାରୀଙ୍କୁ ଜାତୀୟ ମହିଳା କମିଶନ ନୋଟିସ୍‌ କରିଛନ୍ତି । ବିହାର ମହିଳା ଓ ଶିଶୁ ବିକାଶ ବିଭାଗର ପରିଳାନା ନିର୍ଦ୍ଦେଶିକା ହାରଜୋତ କୌରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଜାତୀୟ ମହିଳା କମିଶନ । ବିହାରର ନବମ-ଦଶମ ଶ୍ରେଣୀ ଛାତ୍ରୀଙ୍କୁ ନେଇ […]

Samaya Live Picture
Published On

ପାଟନା: ମହଙ୍ଗା ପଡ଼ିଲା ଅଶାଳୀନ ଟିପଣୀ । ସ୍କୁଲ ଛାତ୍ରୀଙ୍କ ସହ ଆଲୋଚନା ବେଳେ ବିବାଦୀୟ ମନ୍ତବ୍ୟ ଦେଇ ଜଣେ ମହିଳା ଆଇଏଏସ ଅଧିକାରୀ ଫସି ଯାଇଛନ୍ତି । ସମ୍ପୃକ୍ତ ମହିଳା ଆଇଏଏସ ଅଧିକାରୀଙ୍କୁ ଜାତୀୟ ମହିଳା କମିଶନ ନୋଟିସ୍‌ କରିଛନ୍ତି । ବିହାର ମହିଳା ଓ ଶିଶୁ ବିକାଶ ବିଭାଗର ପରିଳାନା ନିର୍ଦ୍ଦେଶିକା ହାରଜୋତ କୌରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଜାତୀୟ ମହିଳା କମିଶନ ।

ବିହାରର ନବମ-ଦଶମ ଶ୍ରେଣୀ ଛାତ୍ରୀଙ୍କୁ ନେଇ ଏକ କର୍ମଶାଳାରେ ଅଜବ ଯୁକ୍ତି ରଖିଥିଲେ କୌର । ସରକାର କ’ଣ ସବୁ ଦେବେ? ଆପଣମାନେ କ’ଣ ସେବା ପାଇବା ପାଇଁ ଭୋଟ ଦେଉଛନ୍ତି? ଏଭଳି ଅଜବ ପ୍ରଶ୍ନ ପଚାରି ବିବାଦୀୟ ହୋଇଛନ୍ତି ଆଇଏଏସ ଅଫିସର । ଉକ୍ତ କର୍ମଶାଳାରେ ଜଣେ ସ୍କୁଲ ଛାତ୍ରୀ ହରଜୋତଙ୍କୁ ପ୍ରଶ୍ନ କରିଥିଲେ ଯେ, ସରକାର ଅନେକ ମାଗଣା ସାମଗ୍ରୀ ଦେଉଛନ୍ତି । ସେ ଆମକୁ ୨୦-୩୦ଟଙ୍କାରେ ସାନିଟାରୀ ପ୍ୟାଡ୍‌ ଦେଇପାରିବେ କି ? ଏହି ପ୍ରଶ୍ନର ସିଧା ଉତ୍ତର ରଖିବା ପରିବର୍ତ୍ତେ ହରଜୋତ କହିଥିଲେ, ଲୋକଙ୍କ ଦାବିଗୁଡ଼ିକର କୌଣସି ଅନ୍ତ ଅଛି କି?

ଆସନ୍ତାକାଲି, ଆପଣ କହିବେ ସରକାର ଜିନ୍‌ସ ଓ ସୁନ୍ଦର ଜୋତା ମାଗଣାରେ ଦେବେ କି । ଶେଷରେ ଆପଣ ସରକାରଙ୍କୁ ମାଗଣାରେ କଣ୍ଡୋମ ମଧ୍ୟ ମାଗିବେ । ହରଜୋତଙ୍କ ଏଭଳି ଅଜବ ଉତ୍ତର ଶୁଣି ସ୍କୁଲ ଛାତ୍ରୀ କହିଥିଲେ ଯେ, ଲୋକଙ୍କ ଭୋଟ ପାଇବା ପରେ ହିଁ ସରକାର ଗଠନ ହୁଏ । ଏହା ଶୁଣି ହରଜୋତ କହିଥିଲେ ଯେ, ସରକାର କ’ଣ ସବୁ ଦେବେ ? ଆପଣମାନେ କ’ଣ ସେବା ପାଇବା ପାଇଁ ଭୋଟ ଦେଉଛନ୍ତି ? ଏହାର ଉତ୍ତରରେ ସ୍କୁଲ ଛାତ୍ରୀ କହିଥିଲେ, ନିର୍ବାଚନ ସମୟରେ ସରକାର ସେବା ଯୋଗାଇବାର ପ୍ରତିଶ୍ରୁତି ଦେଇଥାନ୍ତି । ଛାତ୍ରୀଙ୍କଠାରୁ ଏଭଳି ଉତ୍ତର ଶୁଣି ହାରଜୋତ କହିଥିଲେ, ଯଦି ଏଭଳି କଥା ତେବେ ଭୋଟ ଦିଅ ନାହିଁ । ପାକିସ୍ତାନ ଭଳି ହୋଇଯାଅ । ତେବେ ତାଙ୍କର ଏଭଳି ବୟାନକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି ।