ଦେଶବ୍ୟାପୀ ଡାକ୍ତର ଆନ୍ଦୋଳନ, ରୋଗୀସେବା ଗୁରୁତର ପ୍ରଭାବିତ
ନୂଆଦିଲ୍ଲୀ : କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଆଜି ଏହି ଘଟଣାକୁ ବିରୋଧ କରି ଏବଂ ସରକାରଙ୍କ ନିକଟରେ ୫ଟି ଗୁରୁତ୍ବପୂର୍ଣ୍ଣ ଦାବି ରଖି ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମ୍ଏ) ଦେଶବ୍ୟାପୀ ଆନ୍ଦୋଳନ କରୁଛି। ଏଥିଯୋଗୁ ରୋଗୀ ସେବା ଗୁରୁତର ପ୍ରଭାବିତ ହୋଇଛି। ଆଜି ସକାଳ ୬ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ୨୪ ଘଣ୍ଟା କାଳ ଆନ୍ଦୋଳନ ଜାରି ରହିବ। ଆନ୍ଦୋଳନରେ ପ୍ରଫେସର, […]
ନୂଆଦିଲ୍ଲୀ : କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଆଜି ଏହି ଘଟଣାକୁ ବିରୋଧ କରି ଏବଂ ସରକାରଙ୍କ ନିକଟରେ ୫ଟି ଗୁରୁତ୍ବପୂର୍ଣ୍ଣ ଦାବି ରଖି ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମ୍ଏ) ଦେଶବ୍ୟାପୀ ଆନ୍ଦୋଳନ କରୁଛି। ଏଥିଯୋଗୁ ରୋଗୀ ସେବା ଗୁରୁତର ପ୍ରଭାବିତ ହୋଇଛି। ଆଜି ସକାଳ ୬ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ୨୪ ଘଣ୍ଟା କାଳ ଆନ୍ଦୋଳନ ଜାରି ରହିବ। ଆନ୍ଦୋଳନରେ ପ୍ରଫେସର, ଡାକ୍ତର ଓ ଡାକ୍ତରୀ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି। ଏମର୍ଜେନ୍ସି ସେବା ଛାଡ଼ି ଅନ୍ୟ ସମସ୍ତ ବିଭାଗ ବନ୍ଦ ରହିବ। ସମସ୍ତ ଜରୁରୀ ଚିକିତ୍ସା ଜାରି ରହିବ। ଅନ୍ୟପକ୍ଷେ କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାର ତଦନ୍ତ କରୁଥିବା ସିବିଆଇ ଆଜି ହସ୍ପିଟାଲ ପରିସରରେ ପହଞ୍ଚି ପୁଣି ଛାନ୍ଭିନ୍ ଆରମ୍ଭ କରିଛି। ସିବିଆଇ ଗତକାଲି ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସପାଲ୍ଙ୍କୁ ଜେରା କରିଥିଲା।




