ନବନ୍ନI ଚଲୋ ହଙ୍ଗାମା : ‘ବେଙ୍ଗଲ କୁ ଉତ୍ତର କୋରିଆରେ ପରିଣତ କଲେଣି ଦିଦି ‘ – ବିଜେପି

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ଟିଏମସି କର୍ମୀ I ରାଜ୍ୟ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ସହ ଅନ୍ୟ ବରିଷ୍ଠ ନେତାମାନଙ୍କର ନବନ୍ନI ଚଲୋ କାର୍ଯ୍ୟକ୍ରମ ସମୟରେ ଦେଖାଦେଇଛି ଭୀଷଣ ଗଣ୍ଡଗୋଳ I ଏଥିରେ ବିଜେପିର ସମସ୍ତ ନେତା ମନ୍ତ୍ରୀ କର୍ମୀ ଯୋଗ ଦେଇ ନବାନ୍ନ ଯାଏଁ ପଦଯାତ୍ରା କରିଛନ୍ତି। ତେବେ ସଂତ୍ରାଗାଛି ଯିବା ବାଟରେ ବିଜେପି କର୍ମୀ ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଅନେକ ବିଜେପି କର୍ମୀଙ୍କ ସହ,ବରିଷ୍ଠ […]

Samaya Live Picture
Published On

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ଟିଏମସି କର୍ମୀ I ରାଜ୍ୟ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ସହ ଅନ୍ୟ ବରିଷ୍ଠ ନେତାମାନଙ୍କର ନବନ୍ନI ଚଲୋ କାର୍ଯ୍ୟକ୍ରମ ସମୟରେ ଦେଖାଦେଇଛି ଭୀଷଣ ଗଣ୍ଡଗୋଳ I ଏଥିରେ ବିଜେପିର ସମସ୍ତ ନେତା ମନ୍ତ୍ରୀ କର୍ମୀ ଯୋଗ ଦେଇ ନବାନ୍ନ ଯାଏଁ ପଦଯାତ୍ରା କରିଛନ୍ତି। ତେବେ ସଂତ୍ରାଗାଛି ଯିବା ବାଟରେ ବିଜେପି କର୍ମୀ ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଅନେକ ବିଜେପି କର୍ମୀଙ୍କ ସହ,ବରିଷ୍ଠ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା I ଏହି ସମୟରେ ଶୁଭେନ୍ଦୁ ଅଧିକାରୀ ମମତାଙ୍କ ଉପରେ ଖୁବ ବର୍ଷୀବI ସହ କହିଥିଲେ କି ସେ ପଶ୍ଚିମବଙ୍ଗ କୁ ଉତ୍ତର କୋରିଆ ରେ ପରିଣତ କରିସାରିଲେଣି I ତେବେ ଶୁଭେନ୍ଦୁ ଏହା ବିରୋଧରେ କୋର୍ଟ ଯିବେ ବୋଲି ଧମକ ଦେଇଛନ୍ତି। ପୁଲିସ କେବଳ ମମତା ବାନାର୍ଜୀ ପାଇଁ କାମ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।

 ନବନ୍ନI ଚଲୋ ହଙ୍ଗାମା : 'ବେଙ୍ଗଲ କୁ ଉତ୍ତର କୋରିଆରେ ପରିଣତ କଲେଣି ଦିଦି ' - ବିଜେପି

ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟତୀତ ବିଜେପି ନେତା ତଥା ସାଂସଦ ଲକେଟ୍ ଚାଟାର୍ଜୀ ଏବଂ ଦଳର ନେତା ରାହୁଲ ସିହ୍ନାଙ୍କୁ ମଧ୍ୟ ପୋଲିସ ନିଜ କବ୍ଜାକୁ ନେଇଛି I ସଚିବାଳୟ ନିକଟରେ ଥିବା ‘ଦ୍ୱିତୀୟ ହୁବଲି ବ୍ରିଜ୍’ ନିକଟରେ ପୋଲିସ୍ ଟ୍ରେନିଂ ସ୍କୁଲ ସମ୍ମୁଖରେ ସେମାନଙ୍କୁ ଅଟକାଇ ଦିଆଯାଇଥିଲା।

ବିଜେପି ‘ନବନ୍ନI ଚଲୋ ’ରେ ଯୋଗ ଦେବା ପାଇଁ ଅସଂଖ୍ୟ ‘ବିଜେପି’କର୍ମୀ ଟ୍ରେନ୍‌ ଯୋଗେ କୋଲ୍‌କାତା ଅଭିମୁଖେ ଆସୁଥିବାରୁ ରାଜ୍ୟ ପୁଲିସ ରେଳ ଷ୍ଟେସନ୍‌କୁ ପଡ଼ିଥିବା ରାସ୍ତାରେ ବାରିକେଡ୍‌ ବସାଇଛି। ଏହାରି ଭିତରେ ପୁଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଛି। ବିଜେପି କର୍ମୀଙ୍କୁ ଅଟକାଇବା ପାଇଁ ପୁଲିସ ଲୁହ ବୁହା ଗ୍ୟାସ୍‌ ଓ ପାଣି ମାଡ ମଧ୍ୟ କରିଛି।

 ନବନ୍ନI ଚଲୋ ହଙ୍ଗାମା : 'ବେଙ୍ଗଲ କୁ ଉତ୍ତର କୋରିଆରେ ପରିଣତ କଲେଣି ଦିଦି ' - ବିଜେପି

ସେହିପରି, ‘ନବାନ୍ନ ଅଭିଯାନ’ରେ ଯୋଗ ଦେବାକୁ କୋଲକାତା ଯିବା ପାଇଁ ବାହାରିଥିବା ‘ବିଜେପି’ କର୍ମୀଙ୍କର ରାଣୀଗଞ୍ଜ ରେଳ ଷ୍ଟେସନ୍‌ ବାହାରେ ସଂଘର୍ଷ ଘଟିବା ପରେ ପୁଲିସ ସେମାନଙ୍କୁ ହାଜତକୁ ନେଇଛି।

ଆଜି ହେବାକୁ ଥିବା ‘ନବାନ୍ନ ଅଭିଯାନ’ରେ (ସଚିବାଳୟ ଚାଲ) ଯୋଗ ଦେବା ଲାଗି ପଶ୍ଚିମବଙ୍ଗର ବିଭିନ୍ନ ପ୍ରାନ୍ତରୁ କର୍ମୀ ଓ ସମର୍ଥକମାନଙ୍କୁ ଆଣିବା ଲାଗି ‘ବିଜେପି’ ୭ଟି ଟ୍ରେନ୍‌ ରିଜର୍ଭ କରିଛି। ଏହାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ପୁଲସ ସୁରକ୍ଷା ବ୍ୟବସ୍ଥା କଡାକଡି କରିଥିଲା। ବିଜେପି କର୍ମୀଙ୍କୁ ଅଟକାଇବା ପଇଁ କୋଲକାତା ସରକାର ଅନ୍ୟ ରାଜ୍ୟରୁ ପୁଲିସ ଡକାଇଥିବା କୁହାଯାଉଛି।