ସ୍ୱାମୀଙ୍କ ଠାରୁ ଛାଡ଼ପତ୍ର ପାଇଥିବା ମୁସଲମାନ ମହିଳା ପାଇବେ ଭରଣ ପୋଷଣ – ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ବୁଧବାର ସୁପ୍ରିମକୋର୍ଟ ଏକ ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି। ଛାଡ଼ପତ୍ର ପରେ ମୁସଲମାନ ମହିଳା ପୂର୍ବସ୍ଵାମୀଙ୍କଠାରୁ ଭରଣପୋଷଣ ଦାବି କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସିଆରପିସିର ଧାରା ୧୨୫ ଅନୁସାରେ ମହିଳା କୋର୍ଟରେ ମାମଲା ଦାୟର କରିପାରିବେ ବୋଲି ବିଚାରପତି ବି.ଭି.ନାଗାରତ୍ନ ଏବଂ ବିଚାରପତି ଅଗଷ୍ଟିନ ଜର୍ଜ ମାଶିହଙ୍କୁ ନେଇ ଗଠିତ ୨ ଜଣିଆ ଖଣ୍ଡପୀଠ ନିଜ ରାୟରେ ପ୍ରକାଶ କରିଛନ୍ତି। ସୂଚନା ଅନୁସାରେ, ପତ୍ନୀଙ୍କୁ ଭରଣପୋଷଣ ଦେବାପାଇଁ ତେଲେଙ୍ଗାନା ହାଇକୋର୍ଟଙ୍କ ନିର୍ଦେଶକୁ ଜଣେ ମୁସଲମାନ ବ୍ୟକ୍ତି […]
ନୂଆଦିଲ୍ଲୀ: ବୁଧବାର ସୁପ୍ରିମକୋର୍ଟ ଏକ ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି। ଛାଡ଼ପତ୍ର ପରେ ମୁସଲମାନ ମହିଳା ପୂର୍ବସ୍ଵାମୀଙ୍କଠାରୁ ଭରଣପୋଷଣ ଦାବି କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସିଆରପିସିର ଧାରା ୧୨୫ ଅନୁସାରେ ମହିଳା କୋର୍ଟରେ ମାମଲା ଦାୟର କରିପାରିବେ ବୋଲି ବିଚାରପତି ବି.ଭି.ନାଗାରତ୍ନ ଏବଂ ବିଚାରପତି ଅଗଷ୍ଟିନ ଜର୍ଜ ମାଶିହଙ୍କୁ ନେଇ ଗଠିତ ୨ ଜଣିଆ ଖଣ୍ଡପୀଠ ନିଜ ରାୟରେ ପ୍ରକାଶ କରିଛନ୍ତି।
ସୂଚନା ଅନୁସାରେ, ପତ୍ନୀଙ୍କୁ ଭରଣପୋଷଣ ଦେବାପାଇଁ ତେଲେଙ୍ଗାନା ହାଇକୋର୍ଟଙ୍କ ନିର୍ଦେଶକୁ ଜଣେ ମୁସଲମାନ ବ୍ୟକ୍ତି ଚାଲେଞ୍ଜ କରିଥିଲେ I ମହମ୍ମଦ ଅବଦୁଲ ସମଦ ନାମକ ଜଣେ ବ୍ୟକ୍ତି ସୁପ୍ରିମକୋର୍ଟ ରେ ଏଥିପାଇଁ ଆବେଦନ ଦାୟର କରିଥିଲେ I ପୂର୍ବରୁ ତେଲେଙ୍ଗାନା ହାଇକୋର୍ଟ ପତ୍ନୀଙ୍କୁ ୧୦ ହଜାର ଟଙ୍କା ମଧ୍ୟବର୍ତ୍ତିକାଳୀନ ଭରଣପୋଷଣ ଦେବା ଲାଗି ନିର୍ଦେଶ ଦେଇଥିଲେ। ତେବେ ବୁଧବାର ସୁପ୍ରିମକୋର୍ଟ ବିଚାରପତି ବି.ଭି. ନାଗାରତ୍ନ ଏବଂ ବିଚାରପତି ଅଗଷ୍ଟିନ ଜର୍ଜ ମାଶିହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରି ମହମ୍ମଦ ସମଦଙ୍କ ଦାୟର ପିଟିସନକୁ ଖାରଜ କରିଥିଲେ I ୨ ଜଣିଆ ବିଚାରପତିଙ୍କ ଗଠିତ ଖଣ୍ଡପୀଠ ହାଇକୋର୍ଟଙ୍କ ରାୟକୁ ସମର୍ଥନ କରିବା ସହିତ ଉପରୋକ୍ତ ରାୟ ଶୁଣାଇଛନ୍ତି। ମହିଳାମାନେ ଯେକୌଣସି ଧର୍ମର ହୁଅନ୍ତୁ ନାଁ କାହିଁକି, ଏହା ସମସ୍ତ ମହିଳାଙ୍କ ଆଇନଗତ ଅଧିକାର ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।




