୧୬ ବର୍ଷ ବୟସରେ ବାହା ହୋଇପାରିବେ ମୁସଲ୍‌ମାନ ଝିଅ : ପଞ୍ଜାବ ଓ ହରିୟାଣା ହାଇକୋର୍ଟ

ଚଣ୍ଡୀଗଡ଼: ଜୁନ୍‌ ୨୦: ମୁସଲମାନ ବିବାହାକୁ ନେଇ ନେଇ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇନ୍ତି । ରୋର୍ଟଙ୍କ ରାୟ ଅନୁସାରେ, ମୁସଲିମ୍‌ ଝିଅମାନେ ୧୬ ବର୍ଷ ବୟସରେ ବିବାହ କରିପାରିବେ । ତେବେ ସୁରକ୍ଷା ପାଇଁ ଅଦାଲତରେ ଆବେଦନ କରିଥିବା ପଠାନ୍‌କୋଟର ଏକ ମୁସଲମାନ୍‌ ଦମ୍ପତିଙ୍କ ମାମଲାର ରାୟ ଶୁଣାଇ ବିଚାରପତି ଯଶଜିତ ସିଂହ ବେଦିଙ୍କ ଏକକ-ବିଚାରପତି ବିଶିଷ୍ଟ ଖଣ୍ଡପୀଠ ଉକ୍ତ ଆଦେଶ ଦେଇଛନ୍ତି । ସୂଚନା ଅନୁସାରେ, ଆବେଦନକାରୀଙ୍କ […]

Samaya Live Picture
Published On

ଚଣ୍ଡୀଗଡ଼: ଜୁନ୍‌ ୨୦: ମୁସଲମାନ ବିବାହାକୁ ନେଇ ନେଇ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇନ୍ତି । ରୋର୍ଟଙ୍କ ରାୟ ଅନୁସାରେ, ମୁସଲିମ୍‌ ଝିଅମାନେ ୧୬ ବର୍ଷ ବୟସରେ ବିବାହ କରିପାରିବେ । ତେବେ ସୁରକ୍ଷା ପାଇଁ ଅଦାଲତରେ ଆବେଦନ କରିଥିବା ପଠାନ୍‌କୋଟର ଏକ ମୁସଲମାନ୍‌ ଦମ୍ପତିଙ୍କ ମାମଲାର ରାୟ ଶୁଣାଇ ବିଚାରପତି ଯଶଜିତ ସିଂହ ବେଦିଙ୍କ ଏକକ-ବିଚାରପତି ବିଶିଷ୍ଟ ଖଣ୍ଡପୀଠ ଉକ୍ତ ଆଦେଶ ଦେଇଛନ୍ତି ।

୧୬ ବର୍ଷ ବୟସରେ ବାହା ହୋଇପାରିବେ ମୁସଲ୍‌ମାନ ଝିଅ : ପଞ୍ଜାବ ଓ ହରିୟାଣା ହାଇକୋର୍ଟ

ସୂଚନା ଅନୁସାରେ, ଆବେଦନକାରୀଙ୍କ ଅଭିଯୋଗ, ମୁସଲମାନ୍‌ ରୀତିନୀତି ଅନୁସାରେ ୨୦୨୨ ଜୁନ୍‌ ୮ ତାରିଖରେ ସେମାନଙ୍କର ବିବାହ ସମ୍ପନ୍ନ ହୋଇଥିଲା । ହେଲେ ସେମାନଙ୍କର ପରିବାର ଉକ୍ତ ବିବାହକୁ ବିରୋଧ କରିବା ସହ ବିନା ଅନୁମତିରେ ବିବାହ କରିଛନ୍ତି ବୋଲି ଦୋଷାରୋପ କରିଥିଲେ ।

ଏହି ଅଭିଯୋଗକୁ ଭିତ୍ତି କରି ଖଣ୍ଡପୀଠ କହିଛନ୍ତି, ପରିବାରବର୍ଗଙ୍କ ଅନିଚ୍ଛା ସତ୍ତେ୍ୱ ଆବେଦନକାରୀମାନେ ବାହା ହୋଇଥିବା କାରଣରୁ ଭାରତୀୟ ସମ୍ବିଧାନରେ ଉଲ୍ଲିଖିତ ସେମାନଙ୍କ ମୌଳିକ ଅଧିକାରରୁ ବଞ୍ଚିତ ହୋଇପାରିବେ ନାହିଁ । ‘ଇସ୍ଲାମିକ୍‌ ଶାରିଆ’ ନିୟମର ଦୃଷ୍ଟାନ୍ତ ଦେଇ ବିଚାରପତି ବେଦି କହିଛନ୍ତି, ମୁସଲମାନ୍‌ ଝିଅର ବିବାହ ‘ମୁସଲିମ୍‌ ପର୍ସନାଲ୍‌ କାନୁନ୍‌’ ଅନୁଯାୟୀ ସମ୍ପନ୍ନ ହୋଇଥାଏ ।

୧୬ ବର୍ଷ ବୟସରେ ବାହା ହୋଇପାରିବେ ମୁସଲ୍‌ମାନ ଝିଅ : ପଞ୍ଜାବ ଓ ହରିୟାଣା ହାଇକୋର୍ଟ

ଖଣ୍ଡପୀଠ ଆହୁରି ମଧ୍ୟ କହିଛନ୍ତି ଯେ, ଆବଦେନକାରୀଙ୍କ ସୁରକ୍ଷା ନିମନ୍ତେ ବ୍ୟବସ୍ଥା ନ କରି ଅଦାଲତ ଚୁପ୍‌ ହୋଇ ବସିବ ନାହିଁ । ତେଣୁ, ଦମ୍ପତିଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦେବା ସହିତ ସେମାନଙ୍କ ନିମନ୍ତେ ଆଇନ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପଠାନ୍‌କୋଟର ଏସ୍‌.ଏସ୍‌.ପି.ଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପକ୍ଷରେ, ସାର୍‌ ଦିନ୍‌ଶାହ ଫଦୁର୍ନଜୀ ମୁଲ୍ଲାଙ୍କଦ୍ୱାରା ଲିଖିତ ‘ପ୍ରିନ୍‌ସିପଲ୍‌ ଅଫ୍‌ ମହମେଡାନ୍‌ ଲ’ ପୁସ୍ତକର ଧାରା ୧୯୫ ଅନୁସାରେ, ୧୬ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କା ଝିଅ ଆପଣା ମନପସନ୍ଦର ବ୍ୟକ୍ତି ସହିତ ବିବାହ କରିବା ଲାଗି ଔପଚରିକ ରାଜିନାମା କରିବା ଲାଗି ସମର୍ଥା ଅଟନ୍ତି । ସେହିପରି ପୁଅଙ୍କ ବିବାହ କରିବା ଲାଗି ୨୧ ବର୍ଷ ହୋଇଥିବା ଆବଶ୍ୟକ ବୋଲି ଉକ୍ତ ପୁସ୍ତକରେ ଉଲ୍ଲେଖ ଅଛି । ଏଣୁ ମୁସ୍‌ଲିମ ପର୍ସନାଲ୍‌ କାନୁନ୍‌ ଅନୁସାରେ ଉଭୟ ଆବେଦନକାରୀଙ୍କର ବିବାହଯୋଗ୍ୟ ବୟସ ହୋଇସାରିଛି ବୋଲି ଖଣ୍ଡପୀଠ କହିଛନ୍ତି ।