ପ୍ରବଳ ବର୍ଷାରେ ଭାଶୁଛି ମୁମ୍ବାଇ ସହର
ମୁମ୍ବାଇ: ଜୁଲାଇ ୦୫: ବର୍ଷାରେ ଭାସୁଛି ସାରା ମୁମ୍ବାଇ । ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରି କହିଥିଲା କି ଏହି ସପ୍ତାହ ମୁମ୍ବାଇବାସୀ ପ୍ରବଳ ବର୍ଷାର ସମ୍ମୁଖୀନ ହେବେ । ଏପରିକି ପାଣିପାଗ ବିଭାଗ ମୁମ୍ବାଇ ଓ ଥାନେ ବାସିନ୍ଦାଙ୍କ ପାଇଁ ଶୁକ୍ରବାର ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି କରିଥିଲା । ସୋମବାର ମୁମ୍ବାଇର ଅଧିକାଂଶ ସହରରେ ବର୍ଷା ହୋଇ ଚାରିଆଡ଼ ଜଳମୟ ହୋଇଛି । ପ୍ରବଳ ବର୍ଷା ହେତୁ ଯାତାୟାତ ବି ବାଧାପ୍ରାପ୍ତ ହୋଇଛି […]
ମୁମ୍ବାଇ: ଜୁଲାଇ ୦୫: ବର୍ଷାରେ ଭାସୁଛି ସାରା ମୁମ୍ବାଇ । ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରି କହିଥିଲା କି ଏହି ସପ୍ତାହ ମୁମ୍ବାଇବାସୀ ପ୍ରବଳ ବର୍ଷାର ସମ୍ମୁଖୀନ ହେବେ । ଏପରିକି ପାଣିପାଗ ବିଭାଗ ମୁମ୍ବାଇ ଓ ଥାନେ ବାସିନ୍ଦାଙ୍କ ପାଇଁ ଶୁକ୍ରବାର ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି କରିଥିଲା । ସୋମବାର ମୁମ୍ବାଇର ଅଧିକାଂଶ ସହରରେ ବର୍ଷା ହୋଇ ଚାରିଆଡ଼ ଜଳମୟ ହୋଇଛି । ପ୍ରବଳ ବର୍ଷା ହେତୁ ଯାତାୟାତ ବି ବାଧାପ୍ରାପ୍ତ ହୋଇଛି । ସହରର ଲୋକାଲ ଟ୍ରେନ୍ ଏକ୍ସପ୍ରେସ୍ ବି ଏହି ବର୍ଷା ହେତୁ ପ୍ରଭାବିତ ହୋଇଛି । ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିବା ପରେ ୪ ରୁ ୮ ତାରିଖ ମଧ୍ୟରେ ରାଇଗଡ଼, ରତ୍ନଗିରି, ସିନ୍ଦୁଦୂର୍ଗ ଜିଲ୍ଲାରେ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଥିଲା । ପୂରା ମହାରାଷ୍ଟ୍ରରେ ସମୁଦାୟ ୮ଟି ଏନିଆର୍ଏଫ୍ ଟିମ୍ ନିୟୋଜିତ ହୋଇଛି । ନାଗପୁର, ଚିପୁନ ଏବଂ ନାଲଦରେ ଗୋଟାଏ ଲେଖାଏ ଏନଡିଆର୍ଏଫ୍ ଟିମ୍ ନିୟୋଜିତ ହୋଇଥିବା ବେଳେ ଅନ୍ୟ ୫ ଟିମ୍ ମୁମ୍ବାଇରେ ନିୟୋଜିତ ହୋଇଥିବା ସୂଚନା ରହିିଛି ।




