ସାମ୍ନାକୁ ଆସିଲା ସୈଫଙ୍କୁ ଆକ୍ରମଣ କରିଥିବା ସଂଦିଗ୍ଧ ଆକ୍ରମଣକାରୀର ଫଟୋ

ମୁମ୍ବାଇ:ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣାରେ ସାମ୍ନାକୁ ଆସିଲା ସଂଦିଗ୍ଧ ଆକ୍ରମଣକାରୀର ଫଟୋ। ସୈଫଙ୍କ ଘରେ ପଶି ଛୁରିରେ ୬ ଥର ଆକ୍ରମଣ କରିଥିବା ଦୁର୍ବୃତ୍ତର ଫଟୋ ଏବେ ସାମ୍ନାକୁ ଆସିଛି।ସନ୍ଦିଗ୍ଧ ଅଭିଯୁକ୍ତ ସେହି କୋଠାର ସିସିଟିଭି ଫୁଟେଜରେ କୈଦ ହୋଇଛି ଯାହାର ୧୨ତମ ମହଲାରେ ସୈଫ ତାଙ୍କ ପରିବାର ସହିତ ବସବାସ କରନ୍ତି। ସୂଚନା ଯୋଗ୍ୟ, ଗୁରୁବାର ଭୋର ସମୟରେ ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ହୋଇଥିଲା। ଅଭିନେତାଙ୍କୁ […]

Samaya Live Picture
Published On

ମୁମ୍ବାଇ:ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣାରେ ସାମ୍ନାକୁ ଆସିଲା ସଂଦିଗ୍ଧ ଆକ୍ରମଣକାରୀର ଫଟୋ। ସୈଫଙ୍କ ଘରେ ପଶି ଛୁରିରେ ୬ ଥର ଆକ୍ରମଣ କରିଥିବା ଦୁର୍ବୃତ୍ତର ଫଟୋ ଏବେ ସାମ୍ନାକୁ ଆସିଛି।ସନ୍ଦିଗ୍ଧ ଅଭିଯୁକ୍ତ ସେହି କୋଠାର ସିସିଟିଭି ଫୁଟେଜରେ କୈଦ ହୋଇଛି ଯାହାର ୧୨ତମ ମହଲାରେ ସୈଫ ତାଙ୍କ ପରିବାର ସହିତ ବସବାସ କରନ୍ତି। ସୂଚନା ଯୋଗ୍ୟ, ଗୁରୁବାର ଭୋର ସମୟରେ ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ହୋଇଥିଲା। ଅଭିନେତାଙ୍କୁ ତୁରନ୍ତ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ପୁଲିସ ୨୫ରୁ ୩୦ ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ କରୁଛି। ଏଥିପାଇଁ ୧୦ଟି ଟିମ ଗଠନ କରିଛି।

Tags: