ପୋଲିସ ଅଫିସର ସନ୍ତୋଷ ପଟେଲଙ୍କ ନିଆରା ବିବାହ
ମଧ୍ୟପ୍ରଦେଶ: ଆଜିକାଲି ଇଣ୍ଟରନେଟ୍ କାରଣରୁ ଅନେକ କଥା ଖୁବ୍ କମ ସମୟରେ ଭାଇରାଲ ହେବାରେ ଲାଗୁଛି । ସେହିଭଳି ଏକ ଭିଡିଓ ସୋସିଆଲ ମିଡିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସକ୍ଷମ ହୋଇପାରିଛି । ମଧ୍ୟପ୍ରଦେଶର ପୋଲିସ ଅଫିସର ସନ୍ତୋଷ ପଟେଲଙ୍କର ବିବାହ ଭିଡିଓ ଲୋକଙ୍କୁ ବେଶ ପସନ୍ଦ ଆସୁଛି । ସନ୍ତୋଷଙ୍କ ବିବାହ ସାଧାରଣ ବିବାହ ଠାରୁ ଅଲଗା ଓ ସ୍ୱତନ୍ତ୍ର ହୋଇଛି । ପରିବେଶକୁ ଭାରି ଭଲପାଆନ୍ତି ସନ୍ତୋଷ । ଯାହା ତାଙ୍କୁ ଏକ […]
ମଧ୍ୟପ୍ରଦେଶ: ଆଜିକାଲି ଇଣ୍ଟରନେଟ୍ କାରଣରୁ ଅନେକ କଥା ଖୁବ୍ କମ ସମୟରେ ଭାଇରାଲ ହେବାରେ ଲାଗୁଛି । ସେହିଭଳି ଏକ ଭିଡିଓ ସୋସିଆଲ ମିଡିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସକ୍ଷମ ହୋଇପାରିଛି । ମଧ୍ୟପ୍ରଦେଶର ପୋଲିସ ଅଫିସର ସନ୍ତୋଷ ପଟେଲଙ୍କର ବିବାହ ଭିଡିଓ ଲୋକଙ୍କୁ ବେଶ ପସନ୍ଦ ଆସୁଛି । ସନ୍ତୋଷଙ୍କ ବିବାହ ସାଧାରଣ ବିବାହ ଠାରୁ ଅଲଗା ଓ ସ୍ୱତନ୍ତ୍ର ହୋଇଛି । ପରିବେଶକୁ ଭାରି ଭଲପାଆନ୍ତି ସନ୍ତୋଷ । ଯାହା ତାଙ୍କୁ ଏକ ନିଆରା ବିବାହ କରିବାକୁ ପ୍ରେରଣା ଯୋଗାଇଥିଲା । ପୂରାପୁରି ଦେଶୀ ଷcାଇଲ୍ରେ ବିବାହ କରିଛନ୍ତି ଏହି ଯୁବକ । ବିବାହରେ କୌଣସି ଗାଡି ବ୍ୟବହାର ହୋଇନଥିବା ବେଳେ କୌଣସି ଦାମୀ ସାମଗ୍ରୀ ମଧ୍ୟ ବ୍ୟବହାର ହୋଇନାହିଁ ।

ବର ଓ କନ୍ୟା ପିନ୍ଧିଥିବା ମୁକୁଟ ମଧ୍ୟ ତାଳ ପତ୍ରରୁ ପ୍ରସ୍ତୁତ ହୋଇଛି । ସେହିଭଳି ଗାଡି ସ୍ଥାନରେ ସାଇକେଲ୍ ବ୍ୟବହାର କରାଯାଇଛି । ବର କନ୍ୟାଙ୍କୁ ସାଇକେଲ୍ରେ ମନ୍ଦିର ଯାଉଥିବାର ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଯୁବକ ଜଣଙ୍କ ସମାଜକୁ ପ୍ରଦୂଷଣ ବିରୋଧୀ ବାର୍ତ୍ତା ଦେବାକୁ ଚାହୁଁଥିଲେ । ତେଣୁ ସମସ୍ତଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିବା ପାଇଁ ସେ ଏଭଳି ପଦକ୍ଷେପ ନେଇଛନ୍ତି ।
ସେହିଭଳି ବିବାହକୁ ନେଇ ଆଉ ଏକ ନିଆରା ଘଟଣା ଦେଖିବାକୁ ମିଳିଛି ଗୁଜୁରାଟରେ । ଏଠିକାର ଏକ ବିବାହର କାର୍ଡ ଭାଇରାଲ ହେବାରେ ଲାଗିଛି । ବଏହି କାର୍ଡଟି ସାଧାରଣ ବିବାହ କାର୍ଡ ଠାରୁ ଭିନ୍ନ । କାର୍ଡଟିକୁ ଏଭଳି ପ୍ରସ୍ତୁତ କରାଯାଇଛି ଯେପରି ଏଥିରେ ଏକ ଚଢେଇ ରହିପାରିବ । ବିବାହ ସରିଲା ପରେ ସାଧାରଣତଃ କାର୍ଡକୁ ଫୋଫାଡିବା ଦିଆଯାଇଥାଏ । ହେଲେ ଏହି କାର୍ଡଟିକୁ ବ୍ୟବହାର କରିହେବ । ଏହାକୁ ଏକ ଛୋଟ ପକ୍ଷୀର ଘର ଭାବେ ବ୍ୟବହାର କରିହେବ । କାର୍ଡଟି ଦେଖିବାକୁ ଖୁବ ସୁନ୍ଦର ସହ ନିଆରା ହୋଇଛି । ଏଭଳି କରିଥିବା ପୂରା ପରିବାର ନିଜର ପକ୍ୃତି ପ୍ରେମର ଉଦାହରଣ ଦେଇଛନ୍ତି । କାର୍ଡଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକଙ୍କୁ ପରିବାରର ଏଭଳି ନିଷ୍ପତ୍ତି ବେଶ୍ ପସନ୍ଦ ଆସିଛି ।




