ମଙ୍କିପକ୍ସ ନେଇ କେନ୍ଦ୍ର କଲା ଆଲର୍ଟ, ବାହାର ଦେଶରୁ ଆସୁଥିଲେ ହେବ ସ୍କ୍ରନିଂ
ନୂଆଦିଲ୍ଲୀ: ମଙ୍କିପକ୍ସ ନେଇ କେନ୍ଦ୍ରର ସତର୍କବାଣୀ । ମଙ୍କିପକ୍ସ ଭାଇରସକୁ ନେଇ ସତର୍କ ରହିବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । ଯେଉଁ ଯାତ୍ରୀମାନେ ବାହାର ଦେଶରୁ ଆସୁଛନ୍ତି ସମସ୍ତଙ୍କର ସ୍କ୍ରିନିଂ କରି ଛାଡ଼ । ଆବଶ୍ୟକ ପଡ଼ିଲେ ଆଇସୋଲେସନରେ ରଖ । ଏ ନେଇ ରାଜ୍ୟ, ବିମାନବନ୍ଦର ଏବଂ ବନ୍ଦର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ବିଭାଗ ପକ୍ଷରୁ ବିମାନ ବନ୍ଦର ଏବଂ ବନ୍ଦର […]
ନୂଆଦିଲ୍ଲୀ: ମଙ୍କିପକ୍ସ ନେଇ କେନ୍ଦ୍ରର ସତର୍କବାଣୀ । ମଙ୍କିପକ୍ସ ଭାଇରସକୁ ନେଇ ସତର୍କ ରହିବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । ଯେଉଁ ଯାତ୍ରୀମାନେ ବାହାର ଦେଶରୁ ଆସୁଛନ୍ତି ସମସ୍ତଙ୍କର ସ୍କ୍ରିନିଂ କରି ଛାଡ଼ । ଆବଶ୍ୟକ ପଡ଼ିଲେ ଆଇସୋଲେସନରେ ରଖ । ଏ ନେଇ ରାଜ୍ୟ, ବିମାନବନ୍ଦର ଏବଂ ବନ୍ଦର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ବିଭାଗ ପକ୍ଷରୁ ବିମାନ ବନ୍ଦର ଏବଂ ବନ୍ଦର ମାଧ୍ୟମରେ ଭାରତରେ ପହଞ୍ଚୁଥିବା ଅନ୍ତର୍ଜାତୀୟ ଯାତ୍ରୀମାନଙ୍କର ସ୍ୱାସ୍ଥ୍ୟ ସ୍କ୍ରିନିଂର କାର୍ଯ୍ୟକାରିତା ସମୀକ୍ଷା ପରେ ଏହି ପରାମର୍ଶ ଦିଆଯାଇଛି । ବାହାର ଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ସ୍କ୍ରିନିଂକୁ ନିଶ୍ଚିତ କରିବା ପାଇଁ କୁହାଯାଇଛି । ଫଳରେ ଦେଶରେ ମଙ୍କିପକ୍ସ ସଂକ୍ରମଣର ସମ୍ଭାବନାକୁ କମ୍ କରାଯାଇ ପାରିବ । କେରଳରେ ମଙ୍କିପକ୍ସର ଦ୍ୱିତୀୟ ମାମଲା ସାମ୍ନାକୁ ଆସିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି କଡ଼ା ପଦକ୍ଷେପ ନିଆଯାଇଛି । ଗତ ଜୁଲାଇ ୧୩ ତାରିଖରେ କେରଳରେ ମଙ୍କିପକ୍ସର ପ୍ରଥମ ମାମଲା ସାମ୍ନାକୁ ଆସିଥିବା ବେଳେ ଏହାର ୫ ଦିନରେ କେରଳରେ ହିଁ ଗତକାଲି ମଙ୍କିପକ୍ସର ଦ୍ୱିତୀୟ ମାମଲା ସାମ୍ନାକୁ ଆସିଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ, ଚଳିତ ବର୍ଷ ଏବେ ସୁଦ୍ଧା ୬୦ଟି ଦେଶରେ ୬ ହଜାରରୁ ଅଧିକ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହେଲେଣି ଏବଂ ଏଥିରେ ୩ ଜଣଙ୍କ ଜୀବନ ଗଲାଣି ।




