କାଲି ବୁଡ଼ ପକାଇବେ ମୋଦି: ଦିନ ୧୧ଟାରେ ମହାକୁମ୍ଭରେ ସ୍ନାନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:କାଲି ମହାକୁମ୍ଭରେ ସ୍ନାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଦିନ ୧୧ଟାରେ ମହାକୁମ୍ଭରେ ସ୍ନାନ କରିବେ ପ୍ରଧାନମନ୍ତ୍ରୀ।ସଙ୍ଗମ ସ୍ଥଳରେ ସକାଳ ୧୧ଟାରେ ପବିତ୍ର ସ୍ନାନ କରିବେ ପ୍ରଧାନମନ୍ତ୍ରୀ ମୋଦି । ମହାକୁମ୍ଭ ମେଳାରେ ସକାଳ ୧୧ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ସମୟ ପ୍ରଧାନମନ୍ତ୍ରୀଙ୍କ ପାଇଁ ସଂରକ୍ଷିତ ରହିଛି।ଶ୍ରଦ୍ଧାଳୁଙ୍କ ଧାର୍ମିକ ଭାବନା ଓ ସଂସ୍କୃତିର ସୁରକ୍ଷା ପ୍ରତିଶ୍ରୁତି ପାଳିବେ। ଡିସେମ୍ବର ୧୩ରେ ୫୫୦୦ କୋଟିର ୧୬୭ ପ୍ରକଳ୍ପ ଉଦ୍‌ଘାଟନ କରିଥିଲେ। ବିଶେଷକରି ଭକ୍ତମାନଙ୍କ ଯିବା ଆସିବା ବ୍ୟବସ୍ଥାକୁ ସହଜ ପାଇଁ […]

କାଲି ବୁଡ଼ ପକାଇବେ ମୋଦି: ଦିନ ୧୧ଟାରେ ମହାକୁମ୍ଭରେ ସ୍ନାନ କରିବେ ପ୍ରଧାନମନ୍ତ୍ରୀ
Samaya Live Picture
Published On

ନୂଆଦିଲ୍ଲୀ:କାଲି ମହାକୁମ୍ଭରେ ସ୍ନାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଦିନ ୧୧ଟାରେ ମହାକୁମ୍ଭରେ ସ୍ନାନ କରିବେ ପ୍ରଧାନମନ୍ତ୍ରୀ।ସଙ୍ଗମ ସ୍ଥଳରେ ସକାଳ ୧୧ଟାରେ ପବିତ୍ର ସ୍ନାନ କରିବେ ପ୍ରଧାନମନ୍ତ୍ରୀ ମୋଦି । ମହାକୁମ୍ଭ ମେଳାରେ ସକାଳ ୧୧ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ସମୟ ପ୍ରଧାନମନ୍ତ୍ରୀଙ୍କ ପାଇଁ ସଂରକ୍ଷିତ ରହିଛି।ଶ୍ରଦ୍ଧାଳୁଙ୍କ ଧାର୍ମିକ ଭାବନା ଓ ସଂସ୍କୃତିର ସୁରକ୍ଷା ପ୍ରତିଶ୍ରୁତି ପାଳିବେ। ଡିସେମ୍ବର ୧୩ରେ ୫୫୦୦ କୋଟିର ୧୬୭ ପ୍ରକଳ୍ପ ଉଦ୍‌ଘାଟନ କରିଥିଲେ। ବିଶେଷକରି ଭକ୍ତମାନଙ୍କ ଯିବା ଆସିବା ବ୍ୟବସ୍ଥାକୁ ସହଜ ପାଇଁ ପ୍ରାଧାନ୍ୟ ଦିଆଯିବ।ସଙ୍ଗମରେ ବୁଡ଼ ପକାଇବା ପରେ ପିଏମ୍ ମୋଦି ୧୧ଟା ୪୫ରେ ଡଙ୍ଗାରେ ବସି ଅରେଲ ଘାଟ ଫେରିବେ । ଏଠାରୁ ସେ ଡିପିଏସ୍ ହେଲିପ୍ୟାଡ୍ ହୋଇ ପ୍ରୟାଗରାଜ ଏୟାରପୋର୍ଟରେ ପହଞ୍ଚିବେ । ପ୍ରଧାନମନ୍ତ୍ରୀ ଦ୍ୱିପ୍ରହର ୧୨ଟା ୩୦ରେ ବାୟୁସେନାର ବିମାନ ଯୋଗେ ପ୍ରୟାଗରାଜରୁ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।

Tags: