ମୋଦି – ଟ୍ରମ୍ପ ଆଲୋଚନା
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ମଧ୍ୟରେ କଥାବାର୍ତ୍ତା । ୨ ନେତାଙ୍କ ମଧ୍ୟରେ ଫୋନରେ ୩୫ ମିନିଟ ଧରି ଆଲୋଚନା ହୋଇଥିଲା । G7 ସମିଟ ପରେ ଅପରେସନ ସିନ୍ଦୁରକୁ ନେଇ ବିସ୍ତୃତ ଆଲୋଚନା ହୋଇଥିବା ସୂଚନା ମିଳିଛି । ଏଥିରେ ପ୍ରଧାନମନ୍ତ୍ରୀ ମୋଦି ଟ୍ରମ୍ପଙ୍କୁ କହିଥିଲେ ଯେ ‘ଭାରତ କେବେ ମଧ୍ୟସ୍ଥତା ଗ୍ରହଣ କରିନାହିଁ, କେବେ କରେ ନାହିଁ ଏବଂ କେବେ କରିବ ନାହିଁ।’ ସୂଚନାଥାଉକି, ଟ୍ରମ୍ପ […]
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ମଧ୍ୟରେ କଥାବାର୍ତ୍ତା । ୨ ନେତାଙ୍କ ମଧ୍ୟରେ ଫୋନରେ ୩୫ ମିନିଟ ଧରି ଆଲୋଚନା ହୋଇଥିଲା । G7 ସମିଟ ପରେ ଅପରେସନ ସିନ୍ଦୁରକୁ ନେଇ ବିସ୍ତୃତ ଆଲୋଚନା ହୋଇଥିବା ସୂଚନା ମିଳିଛି । ଏଥିରେ ପ୍ରଧାନମନ୍ତ୍ରୀ ମୋଦି ଟ୍ରମ୍ପଙ୍କୁ କହିଥିଲେ ଯେ ‘ଭାରତ କେବେ ମଧ୍ୟସ୍ଥତା ଗ୍ରହଣ କରିନାହିଁ, କେବେ କରେ ନାହିଁ ଏବଂ କେବେ କରିବ ନାହିଁ।’ ସୂଚନାଥାଉକି, ଟ୍ରମ୍ପ ଅନେକ ଥର ଦାବି କରିଛନ୍ତି ଯେ ଗତ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ସମୟରେ ସେ ମଧ୍ୟସ୍ଥତା କରିଥିଲେ। ଆମେରିକା ରାଷ୍ଟ୍ରପତି ସମଗ୍ର ବିଶ୍ୱକୁ କହୁଛନ୍ତି ଯେ ତାଙ୍କ ଯୋଗୁଁ ହିଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ହୋଇଥିଲା। ଏନେଇ ସୂଚନା ଦେଇଛନ୍ତି ଭାରତୀୟ ବୈଦେଶିକ ସଚିବ ବିକ୍ରମ ମିଶ୍ରି ।
ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ ଏହି ସାକ୍ଷାତ କାନାଡାରେ ଅନୁଷ୍ଠିତ ଜି୭ ଶିଖର ସମ୍ମିଳନୀ ଅବସରରେ ହେବାର ଥିଲା। ତେବେ ଇସ୍ରାଏଲ ଏବଂ ଇରାନ ସହିତ ଉତ୍ତେଜନା ଯୋଗୁଁ ଟ୍ରମ୍ପଙ୍କୁ ଶୀଘ୍ର ଆମେରିକା ଫେରିବାକୁ ପଡ଼ିଥିଲା, ଫଳରେ ଉଭୟ ବରିଷ୍ଠ ନେତାଙ୍କ ମଧ୍ୟରେ ଏହି ସାକ୍ଷାତ ହୋଇପାରିଲା ନାହିଁ।, ତେଣୁ ଟ୍ରମ୍ପଙ୍କ ଅନୁରୋଧରେ, ଆଜି ଦୁଇ ନେତାଙ୍କ ମଧ୍ୟରେ ଫୋନ୍ ମାଧ୍ୟମରେ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଆତଙ୍କବାଦ ଉପରେ ଭାରତର ପକ୍ଷ ରଖିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ରାଷ୍ଟ୍ରପତିଙ୍କ ସହ ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ହୋଇଥିବା ଅପରେସନ ସିନ୍ଦୂର ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ସେ କହିଛନ୍ତି ଯେ ଭାରତ ଆତଙ୍କବାଦ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମଗ୍ର ବିଶ୍ୱକୁ ଏହାର ଦୃଢ଼ ସଂକଳ୍ପ ଜଣାଇଛି। ମୋଦି ସ୍ପଷ୍ଟ କରିଥିଲେ ଯେ ଭାରତ ପାକିସ୍ତାନର ଗୁଳିର ଜବାବ ଗୁଳିରେ ଦେବ। ଆତଙ୍କବାଦକୁ ଏବେ ଏକ ଯୁଦ୍ଧ ଭାବରେ ଦେଖାଯାଉଛି, “ପ୍ରକ୍ସି ଯୁଦ୍ଧ ନୁହେଁ” ଅପରେସନ ସିନ୍ଦୁର ସମାପ୍ତ ହୋଇନାହିଁ। ପହଲଗାଓଁ ଆକ୍ରମଣ ପରେ ଉଭୟଙ୍କ ମଧ୍ୟରେ ପ୍ରଥମ ଥର କଥାବାର୍ତ୍ତା ହୋଇଛି।




