ମୋଦୀ- ନେତାନ୍ୟାହୁ କଥାବାର୍ତ୍ତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସନ୍ଧ୍ୟାରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ କଥା ହୋଇଛନ୍ତି। ପଶ୍ଚିମ ଏସିଆରେ ଯେଉଁ ଉତ୍ତେଜନା ସ୍ଥିତି ଲାଗି ରହିଛି କଥାବାର୍ତ୍ତା ଏବଂ କୂଟନୈତିକ ଉପାୟରେ ତା’ର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ମୋଦୀ ଏହି ଟେଲିଫୋନ୍‌ ବାର୍ତ୍ତାଳାପରେ ଗୁରୁତ୍ବାରୋପ କରିଛନ୍ତି। ଅକ୍ଟୋବର ୭ ତାରିଖରେ ହମାସ ଆତଙ୍କବାଦୀ ଗୋଷ୍ଠୀ ଇସ୍ରାଏଲ୍‌ ଉପରେ ଆକ୍ରମଣ କରିବା ପରଠାରୁ ପଶ୍ଚିମ ଏସିଆରେ ଉତ୍ତେଜନା ଲାଗି ରହିଛି। ଏହି ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ […]

Samaya Live Picture
Published On

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସନ୍ଧ୍ୟାରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ କଥା ହୋଇଛନ୍ତି। ପଶ୍ଚିମ ଏସିଆରେ ଯେଉଁ ଉତ୍ତେଜନା ସ୍ଥିତି ଲାଗି ରହିଛି କଥାବାର୍ତ୍ତା ଏବଂ କୂଟନୈତିକ ଉପାୟରେ ତା’ର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ମୋଦୀ ଏହି ଟେଲିଫୋନ୍‌ ବାର୍ତ୍ତାଳାପରେ ଗୁରୁତ୍ବାରୋପ କରିଛନ୍ତି। ଅକ୍ଟୋବର ୭ ତାରିଖରେ ହମାସ ଆତଙ୍କବାଦୀ ଗୋଷ୍ଠୀ ଇସ୍ରାଏଲ୍‌ ଉପରେ ଆକ୍ରମଣ କରିବା ପରଠାରୁ ପଶ୍ଚିମ ଏସିଆରେ ଉତ୍ତେଜନା ଲାଗି ରହିଛି। ଏହି ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ମୋଦୀ‌ ନେତାନ୍ୟାହୁଙ୍କୁ କହିଛନ୍ତି। ମୋଦୀ ମଧ୍ୟ ନେତାନ୍ୟାହୁଙ୍କ ସହ କଥାବାର୍ତ୍ତା ବେଳେ ସମସ୍ତ ପଣବନ୍ଦୀଙ୍କୁ ତୁରନ୍ତ ମୁକ୍ତ କରିବା ଏବଂ ମାନବୀୟ ସହଯୋଗ ଜାରି ରଖିବା କଥାକୁ ଦୋହରାଇଛନ୍ତି। ଉଭୟ ମୋଦୀ ଏବଂ ନେତାନ୍ୟାହୁ ପଶ୍ଚିମ ଏସିଆ ସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିଛନ୍ତି ବୋଲି ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

Tags: