ହଙ୍ଗାମା ନକରି ଚର୍ଚ୍ଚାରେ ସାମିଲ ହୁଅନ୍ତୁ – ମୋଦି

ନୂଆଦିଲ୍ଲୀ : ଆଜିଠାରୁ ଆରମ୍ଭ ହେଲା ସଂସଦର ଶୀତକାଳୀନ ଅଧିବେଶନ । ଡିସେମ୍ବର ୨୦ ଯାଏ ଅଧିବେଶନ ଚାଲିବ । ଏହା ଅଷ୍ଟାଦଶ ଲୋକସଭାର ତୃତୀୟ ଅଧିବେଶନ । ଏହି ଅଧିବେଶନରେ ମୋଟ ୧୯ଟି କାର୍ଯ୍ୟଦିବସ ରହିଛି । ଅଧିବେଶନ କାଳରେ ସରକାର ବହୁ ଚର୍ଚ୍ଚିତ ୱାକଫ୍ ସଂଶୋଧନ ବିଧେୟକ ସମେତ ୧୫ଟି ବିଧେୟକକୁ ଗୃହୀତ କରିବା ଲାଗି ତାଲିକାଭୁକ୍ତ କରିଛନ୍ତି। ଆଜି ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଉଦବୋଧନ ରଖିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। […]

Samaya Live Picture
Published On

ନୂଆଦିଲ୍ଲୀ : ଆଜିଠାରୁ ଆରମ୍ଭ ହେଲା ସଂସଦର ଶୀତକାଳୀନ ଅଧିବେଶନ । ଡିସେମ୍ବର ୨୦ ଯାଏ ଅଧିବେଶନ ଚାଲିବ । ଏହା ଅଷ୍ଟାଦଶ ଲୋକସଭାର ତୃତୀୟ ଅଧିବେଶନ । ଏହି ଅଧିବେଶନରେ ମୋଟ ୧୯ଟି କାର୍ଯ୍ୟଦିବସ ରହିଛି । ଅଧିବେଶନ କାଳରେ ସରକାର ବହୁ ଚର୍ଚ୍ଚିତ ୱାକଫ୍ ସଂଶୋଧନ ବିଧେୟକ ସମେତ ୧୫ଟି ବିଧେୟକକୁ ଗୃହୀତ କରିବା ଲାଗି ତାଲିକାଭୁକ୍ତ କରିଛନ୍ତି।

ଆଜି ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଉଦବୋଧନ ରଖିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ସମୟରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । କହିଲେ, କିଛି ଲୋକ ସଂସଦରେ ହଙ୍ଗାମା କରନ୍ତି । ଲୋକେ ସେମାନଙ୍କୁ ବାରମ୍ବାର ପ୍ରତ୍ୟାଖାନ କରୁଛନ୍ତି । ସଂସଦକୁ ସୁଚାରୁ ରୂପେ ଚଲାଇବା ପାଇଁ ମୁଁ ବିରୋଧୀଙ୍କୁ ସବୁବେଳେ ଅନୁରୋଧ କରିଆସିଛି । ଏହାସହ ପ୍ରଧାନମନ୍ତ୍ରୀ କହିଛନ୍ତି ଆମେ ସମସ୍ତେ ସମ୍ବିଧାନର ୭୫ ବର୍ଷରେ ପ୍ରବେଶ କରିଛୁ । ନୂଆ ସାଂସଦ ମାନେ ନୂଆ ଆଶା ନେଇ ଏଠାକୁ କାମ କରିବାକୁ ଆସିଛନ୍ତି । ଅନେକ ସମସ୍ୟା ରହିଛି, ଅନେକ ବିଷୟରେ ଆଲୋଚନା ମଧ୍ୟ କରିବାର ଅଛି । କିଛି ସାଂସଦ ଲୋକଙ୍କ ଭାବନାକୁ ବୁଝନ୍ତିନି, ତାଙ୍କ ଦାୟିତ୍ଵ ଭୁଲିଯାନ୍ତି। ସେଥିପାଇଁ ଜନତା ତାଙ୍କୁ ବାରମ୍ବାର ଅସ୍ଵୀକାର କରିଛନ୍ତି। ହଙ୍ଗାମା ନ କରି ସଂସଦରେ ଚାଲିଥିବା ଚର୍ଚ୍ଚାରେ ସାମିଲ ହୁଅନ୍ତୁ । ସମସ୍ତ ଦଳର ନୂଆ ସାଂସଦଙ୍କୁ କହିବାକୁ ସୁଯୋଗ ମିଳୁ। ଆଶା କରୁଛି ଏହି ଅଧିବେଶନ ଅତ୍ୟନ୍ତ ଭଲ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ଅନ୍ୟପଟେ ବିରୋଧୀ ଦଳଗୁଡିକ ଏହି ଅଧିବେଶନ କାଳରେ ଗୌତମ ଅଦାନୀଙ୍କ ବିରୋଧରେ ଆସିଥିବା ଲାଞ୍ଚ କାରବାର ପ୍ରସଙ୍ଗକୁ ନେଇ ଗୃହରେ ହୋହଲ୍ଲା କରିବେ। ଏହା ସହିତ ମଣିପୁର ହିଂସା, ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନ ଆଦି ବିଭିନ୍ନ ପ୍ରସଙ୍ଗରେ ଗୃହ କମ୍ପିବ।

Tags: