ମୋଦୀ ଖେଳିବେନି ହୋଲି

ସମୟ ଲାଇଭ,୫/୩: ସାରା ବିଶ୍ୱରେ ମହାମାରୀ ସୃଷ୍ଟି କରିଥିବା ପ୍ରାଣଘାତୀ କରୋନା ଭାଇରସ୍‍ ପାଇଁ ଏଥର ହୋଲି ପାଳିବେନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଚଳିତ ବର୍ଷ କୌଣସି ହୋଲି ମିଳନ ପର୍ବରେ ସେ ଯୋଗ ଦେବେ ନାହିଁ ବୋଲି ମୋଦୀ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। “କରୋନା ଭାଇରସ ନ ବ୍ୟାପିବା ପାଇଁ ବିଶେଷଜ୍ଞମାନେ ବହୁ ଲୋକ ଏକତ୍ରିତ ନ ହେବା ପାଇଁ ମନା କରୁଛନ୍ତି। ସେଥିପାଇଁ ଏ ବର୍ଷ ହୋଲି ମିଳନ ପର୍ବରେ ମୁଁ ଯୋଗ […]

Samaya Live Picture
Published On

ସମୟ ଲାଇଭ,୫/୩: ସାରା ବିଶ୍ୱରେ ମହାମାରୀ ସୃଷ୍ଟି କରିଥିବା ପ୍ରାଣଘାତୀ କରୋନା ଭାଇରସ୍‍ ପାଇଁ ଏଥର ହୋଲି ପାଳିବେନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଚଳିତ ବର୍ଷ କୌଣସି ହୋଲି ମିଳନ ପର୍ବରେ ସେ ଯୋଗ ଦେବେ ନାହିଁ ବୋଲି ମୋଦୀ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। “କରୋନା ଭାଇରସ ନ ବ୍ୟାପିବା ପାଇଁ ବିଶେଷଜ୍ଞମାନେ ବହୁ ଲୋକ ଏକତ୍ରିତ ନ ହେବା ପାଇଁ ମନା କରୁଛନ୍ତି। ସେଥିପାଇଁ ଏ ବର୍ଷ ହୋଲି ମିଳନ ପର୍ବରେ ମୁଁ ଯୋଗ ଦେବି ନାହିଁ ବୋଲି ସ୍ଥିର କରିଛି” ,ଟୁଇଟ୍‍ କରି କହିଛନ୍ତି ମୋଦୀ।
ଚୀନରେ ମହାମାରୀ ସୃଷ୍ଟି କରିଥିବା କରୋନା ଭାଇରସ ଏବେ ଭାରତକୁ ପ୍ରବେଶ କରିଛି। ରାଜଧାନୀ ଦିଲ୍ଲୀ ସମେତ ଆଗ୍ରା,ତେଲେଙ୍ଗାନା ,ଜୟପୁରରେ କରୋନା ଆକ୍ର୍ରାନ୍ତ ଚିହ୍ନଟ କରାଯାଇଛି।

Tags: