ବିଧାୟକଙ୍କ ନାବାଳକ ପୁଅ ଗାଡ଼ି ମଡ଼ାଇଦେଲେ, ୨ ଆହତ
ଜୟପୁର : ରାଜସ୍ଥାନର ଜୟପୁରରେ ଜଣେ ସ୍କୁଲ୍ ଛାତ୍ର ବେପରୁଆ କାର୍ ଚାଳନା କରି ୨ଟି କାର୍କୁ ଧକ୍କା ଦେଇଛନ୍ତି। ସ୍କୁଲ୍ ଛାତ୍ର ଜଣଙ୍କ ଅତ୍ୟନ୍ତ ଦ୍ରୁତ ଗତିରେ ବିଳାସପୂର୍ଣ୍ଣ ଅଡି କାର୍ ଚଳାଉଥିଲେ। ଦୁର୍ଘଟଣା ପରେ ସେ ପୁଲିସକୁ କହିଥିଲେ ଯେ ସେ କଂଗ୍ରେସ ବିଧାୟକ ରାଜକୁମାର ଶର୍ମାଙ୍କ ପୁଅ । ପୁଲିସ ସୂଚନାନୁଯାୟୀ ଅଡିଟି ଏକ ମାରୁତି ସ୍ବିଫ୍ଟକୁ ଧକ୍କା ଦେବାପରେ କାର୍ଟି ଏକ ଡିଭାଇଡର୍ରେ ଯାଇ ପିଟି ହୋଇଯାଇଥିଲା। ସ୍ବିଫ୍ଟରେ ପୁଲକିତ ପାରିକ […]
ଜୟପୁର : ରାଜସ୍ଥାନର ଜୟପୁରରେ ଜଣେ ସ୍କୁଲ୍ ଛାତ୍ର ବେପରୁଆ କାର୍ ଚାଳନା କରି ୨ଟି କାର୍କୁ ଧକ୍କା ଦେଇଛନ୍ତି। ସ୍କୁଲ୍ ଛାତ୍ର ଜଣଙ୍କ ଅତ୍ୟନ୍ତ ଦ୍ରୁତ ଗତିରେ ବିଳାସପୂର୍ଣ୍ଣ ଅଡି କାର୍ ଚଳାଉଥିଲେ। ଦୁର୍ଘଟଣା ପରେ ସେ ପୁଲିସକୁ କହିଥିଲେ ଯେ ସେ କଂଗ୍ରେସ ବିଧାୟକ ରାଜକୁମାର ଶର୍ମାଙ୍କ ପୁଅ । ପୁଲିସ ସୂଚନାନୁଯାୟୀ ଅଡିଟି ଏକ ମାରୁତି ସ୍ବିଫ୍ଟକୁ ଧକ୍କା ଦେବାପରେ କାର୍ଟି ଏକ ଡିଭାଇଡର୍ରେ ଯାଇ ପିଟି ହୋଇଯାଇଥିଲା। ସ୍ବିଫ୍ଟରେ ପୁଲକିତ ପାରିକ ନାମକ ଜଣେ ବ୍ୟକ୍ତି ଏବଂ ତାଙ୍କର ବନ୍ଧୁ ଥିଲେ। ଉକ୍ତ ଘଟଣାରେ ଏକ ଏତଲା ରୁଜୁ ହୋଇଛି। ପାରିକ କହିଛନ୍ତି ଯେ ତାଙ୍କର ଭିଣୋଇଙ୍କ ପାଇଁ ସେ ବ୍ଲଡ୍ବ୍ୟାଙ୍କ୍ରୁ ବ୍ଲଡ୍ ନେଇ ଆସୁଥିଲେ। ଏତିକି ବେଳେ ମହାରାଣା ପ୍ରତାପ ଛକ ନିକଟରେ ହଠାତ ଏକ ଅଡି ୧୫୦ କିମି ବେଗରେ ଆସି ତାଙ୍କ ଗାଡ଼ିକୁ ପଛରୁ ଧକ୍କା ଦେଇଥିଲା। ଏହା ଫଳରେ ତାଙ୍କ କାର୍ ଏକ ଡିଭାଇଡର୍ରେ ପିଟି ହୋଇଯାଇଥିଲା। ପାରିକ କହିଛନ୍ତି, କାର୍ରେ ଥିବା ତାଙ୍କ ବନ୍ଧୁ ଆହତ ହୋଇଛନ୍ତି। ପାରିକଙ୍କ ମୁଣ୍ଡରେ ୭ଟି ଷ୍ଟିଚ୍ ପଡ଼ିଛି। ଉଭୟ ହସ୍ପିଟାଲ୍ରୁ ଚିକିତ୍ସା ହେବାପରେ ଡିସଚାର୍ଜ ହୋଇଛନ୍ତି।




