ଜୁଲାଇ ୧୩ରେ ମିଶନ ଚନ୍ଦ୍ରୟାନ-୩
ନୂଆଦିଲ୍ଲୀ : ଜୁଲାଇ ୧୩ରେ ଲଞ୍ଚ ହେବ ‘ଚନ୍ଦ୍ରୟାନ-୩’ ମିଶନ। ଏନେଇ ସୋମବାର ଇସ୍ରୋ ଚେୟାରମ୍ୟାନ ଏସ୍. ସୋମନାଥ ସୂଚନା ଦେଇଛନ୍ତି । ସୋମନାଥ କହିଛନ୍ତି, ଆମେ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡି କରିବାକୁ ସକ୍ଷମ ହେବୁ। ପରିସ୍ଥିତି ଅନୁସାରେ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଉତକ୍ଷେପଣ ପାଇଁ ଉଦ୍ୟମ କରାଯିବ। ଚନ୍ଦ୍ରଯାନ ଚନ୍ଦ୍ରରେ ଏକ ସଫ୍ଟ ଲାଣ୍ଡିଂ କରିବାରେ ସକ୍ଷମ ହେବ ବୋଲି ସେ କହିଛନ୍ତି। ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ସ୍ପେସ ଷ୍ଟେସନ ଲଞ୍ଚ ପ୍ୟାଡରେ ଚନ୍ଦ୍ରାୟନ […]
ନୂଆଦିଲ୍ଲୀ : ଜୁଲାଇ ୧୩ରେ ଲଞ୍ଚ ହେବ ‘ଚନ୍ଦ୍ରୟାନ-୩’ ମିଶନ। ଏନେଇ ସୋମବାର ଇସ୍ରୋ ଚେୟାରମ୍ୟାନ ଏସ୍. ସୋମନାଥ ସୂଚନା ଦେଇଛନ୍ତି । ସୋମନାଥ କହିଛନ୍ତି, ଆମେ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡି କରିବାକୁ ସକ୍ଷମ ହେବୁ। ପରିସ୍ଥିତି ଅନୁସାରେ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଉତକ୍ଷେପଣ ପାଇଁ ଉଦ୍ୟମ କରାଯିବ। ଚନ୍ଦ୍ରଯାନ ଚନ୍ଦ୍ରରେ ଏକ ସଫ୍ଟ ଲାଣ୍ଡିଂ କରିବାରେ ସକ୍ଷମ ହେବ ବୋଲି ସେ କହିଛନ୍ତି। ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ସ୍ପେସ ଷ୍ଟେସନ ଲଞ୍ଚ ପ୍ୟାଡରେ ଚନ୍ଦ୍ରାୟନ ପହଞ୍ଚି ସାରିଛି। LVM-3 ରକେଟ ଯୋଗେ ଚନ୍ଦ୍ରାୟନ-୩ ଉତକ୍ଷେପଣ କରାଯିବ।
ଉତକ୍ଷେପଣ ହେବ ଭାରତର ତୃତୀୟ ମୁନ୍ ମିଶନ୍ ଚନ୍ଦ୍ରୟାନ-୩ । ଜୁଲାଇ ୧୩ରୁ ୧୯ ଯାଏଁ ଲଞ୍ଚ ୱିଣ୍ଡୋ ଥିବା ବେଳେ, ଏହାର ପ୍ରଥମ ଦିନରୁ ହିଁ ମିଶନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ଇସ୍ରୋ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ GSLV ମାର୍କ-ଥ୍ରୀ ରକେଟ୍ ସାହାଯ୍ୟରେ ଚନ୍ଦ୍ରୟାନ-୩କୁ ମହାକାଶକୁ ପଠାଯିବ ।
ସୂଚନା ଅନୁସାରେ, ଚନ୍ଦ୍ରଯାନ-୨ ତୁଳନାରେ ଚନ୍ଦ୍ରଯାନ-୩ରେ ବହୁ ଉନ୍ନତ ତଥା ଆଧୁନିକ ଯନ୍ତ୍ରାଂଶ ଖଞ୍ଜାଯାଇଛି ଏବଂ ଗତ ମାର୍ଚ୍ଚରୁ ହିଁ ସେଗୁଡ଼ିକର ପରୀକ୍ଷଣ ସରିଛି । କାରଣ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରୟାନ-୩ର ସଫ୍ଟ ଲ୍ୟାଣ୍ଡିଂ ଇସ୍ରୋ ପାଇଁ ରହିବ ସବୁଠୁ ବଡ଼ ଚାଲେଞ୍ଜ ।




