ମଇକ୍ରୋସଫ୍ଟ ସର୍ଭର ଠପ

ନୂଆଦିଲ୍ଲୀ : ବିଶ୍ଵବ୍ୟାପୀ ମାଇକ୍ରୋସଫ୍ଟ ସର୍ଭର ଠପ । ମାଇକ୍ରୋସଫ୍ଟ ଉଇଣ୍ଡୋ ସର୍ଭର ସେବା ସାମୟିକ ଭାବରେ ବାଧାପ୍ରାପ୍ତ ହୋଇଛି । ଭାରତ ,ଆମେରିକା ଏବଂ ଅଷ୍ଟ୍ରେଲିଆ ସମେତ ବିଶ୍ବର ଅନେକ ଦେଶରେ ବିମାନ ସେବା ଠପ୍ ହୋଇଯାଇଛି । ମାଇକ୍ରୋସଫ୍ଟର ସର୍ଭରରେ ସମସ୍ୟା ଯୋଗୁଁ ବ୍ୟାଙ୍କିଂ ସେବା ସହିତ ଉଡାଣ ସେବା ପ୍ରଭାବିତ ହୋଇଛି । ଅନେକ ବିମାନ ଉଡାଣ ଭରିପାରୁନାହାଁନ୍ତି । ଦିଲ୍ଲୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ସ୍ପାଇସଜେଟ୍ ଓ ଇଣ୍ଡିଗୋ ମଧ୍ୟ ଏହି […]

Samaya Live Picture
Published On

ନୂଆଦିଲ୍ଲୀ : ବିଶ୍ଵବ୍ୟାପୀ ମାଇକ୍ରୋସଫ୍ଟ ସର୍ଭର ଠପ । ମାଇକ୍ରୋସଫ୍ଟ ଉଇଣ୍ଡୋ ସର୍ଭର ସେବା ସାମୟିକ ଭାବରେ ବାଧାପ୍ରାପ୍ତ ହୋଇଛି । ଭାରତ ,ଆମେରିକା ଏବଂ ଅଷ୍ଟ୍ରେଲିଆ ସମେତ ବିଶ୍ବର ଅନେକ ଦେଶରେ ବିମାନ ସେବା ଠପ୍ ହୋଇଯାଇଛି । ମାଇକ୍ରୋସଫ୍ଟର ସର୍ଭରରେ ସମସ୍ୟା ଯୋଗୁଁ ବ୍ୟାଙ୍କିଂ ସେବା ସହିତ ଉଡାଣ ସେବା ପ୍ରଭାବିତ ହୋଇଛି । ଅନେକ ବିମାନ ଉଡାଣ ଭରିପାରୁନାହାଁନ୍ତି । ଦିଲ୍ଲୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ସ୍ପାଇସଜେଟ୍ ଓ ଇଣ୍ଡିଗୋ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କେବଳ ବିମାନ ସେବା ନୁହେଁ, ବରଂ ଅନେକ ଦେଶରେ ବ୍ୟାଙ୍କିଂ ସେବାଠୁ ଆରମ୍ଭ କରି ଟିକେଟ୍ ବୁକିଂ ଏବଂ ଷ୍ଟକ୍ ଏକ୍ସଚେଞ୍ଜ ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି । ସିଷ୍ଟମ ବନ୍ଦ ହୋଇଯିବା ସହ ବାରମ୍ବାର ରି ଷ୍ଟାର୍ଟ ହେଉଛି ଏବଂ କେତେକ ସ୍ଥାନରେ କେବଳ ବ୍ଲୁ ସ୍କ୍ରିନ ହିଁ କମ୍ପ୍ୟୁଟରରେ ଦେଖାଯାଉଛି I କୁହାଯାଉଛି କି ସାଇବର ସିକ୍ୟେରିଟି ପ୍ଲାଟଫର୍ମ କ୍ରାଉଡଷ୍ଟ୍ରାଇକରେ ସମସ୍ୟା ଯୋଗୁଁ ସେବା ପ୍ରଭାବିତ ହୋଇଛି । ମାଇକ୍ରୋସଫ୍ଚ ମଧ୍ୟ ଏହାକୁ ନେଇ ବିବୃତି ଜାରି କରିଛି। ଜରୁରୀକାଳୀନ ଭାବେ ସମସ୍ୟାକୁ ଗୁରୁତର ସହ ନିଆଯାଇ ସମସ୍ୟାର ସମାଧାନ କରାଯାଉଥିବା କୁହାଯାଇଛି । କଣ ସମସ୍ୟା ହୋଇଛି ଏହାର କାରଣ ଖୋଜାହେଉଛି ବୋଲି ମାଇକ୍ରୋସଫ୍ଟ ପକ୍ଷରୁ କୁହାଯାଇଛି।

Tags: