ମୋମୋ ସହ ମିଳିବନାହିଁ ମାୟୋନିଜ
ଭୁବନେଶ୍ବର: ଆଉ ମିଳିବନି ମୋମୋ ସହ ମାୟୋନିଜ । ମାୟୋନିଜ ଉପରେ ଲାଗିଲା ବ୍ୟାନ। ମୋମୋଜ ସହ ଏଥର ଆଉ ମିଳିବନି ଆପଣଙ୍କ ପ୍ରିୟ ମାୟୋ ସସ୍। ମାୟୋନିଜ ଖାଇ ଫୁଡ୍ ପଏଯନିଂ ହେଉଥିବା ଅଭିଯୋଗ ପରେ ନିଆଯାଇଛି ଏହି ନିଷ୍ପତି । ମୋମୋ ସହ ମାୟୋନିଜ ଏହି କମ୍ବିନେଶନ୍ ବିନା ମୋମୋ ଖାଇବା ଏକଦମ୍ ଫିକା।ପ୍ରତିଟି ମୋମୋ ପ୍ରେମୀଙ୍କ ହୃଦୟ ରେ ଏକ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିଛି ମାୟୋ ସସ। କିନ୍ତୁ ଏବେ ଏ […]
ଭୁବନେଶ୍ବର: ଆଉ ମିଳିବନି ମୋମୋ ସହ ମାୟୋନିଜ । ମାୟୋନିଜ ଉପରେ ଲାଗିଲା ବ୍ୟାନ। ମୋମୋଜ ସହ ଏଥର ଆଉ ମିଳିବନି ଆପଣଙ୍କ ପ୍ରିୟ ମାୟୋ ସସ୍। ମାୟୋନିଜ ଖାଇ ଫୁଡ୍ ପଏଯନିଂ ହେଉଥିବା ଅଭିଯୋଗ ପରେ ନିଆଯାଇଛି ଏହି ନିଷ୍ପତି । ମୋମୋ ସହ ମାୟୋନିଜ ଏହି କମ୍ବିନେଶନ୍ ବିନା ମୋମୋ ଖାଇବା ଏକଦମ୍ ଫିକା।ପ୍ରତିଟି ମୋମୋ ପ୍ରେମୀଙ୍କ ହୃଦୟ ରେ ଏକ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିଛି ମାୟୋ ସସ। କିନ୍ତୁ ଏବେ ଏ ସସ ହୋଇଯାଇଛି ପୁରାପୁରି ବ୍ୟାନ୍। ତେଲେଙ୍ଗାନା ସରକାର ନେଇଛନ୍ତି ଏଭଳି ଏକ ଗୁରୁତର ନିଷ୍ପତି। ଦୀର୍ଘ ଦଶନ୍ଧି ଧରି ମାଓନିଜ୍ କୁ ନେଇ ଅଭିଯୋଗ କରାଯାଇଛି । ଫୁଡ୍ ପଏଜନିଂ ଭଳି ଅନେକ ଅଭିଯୋଗ ବାରମ୍ବାର ଆସିଛି। କିନ୍ତୁ କିଛିଦିନ ତଳେ ଆସିଥିବା ଏକ ସଙ୍ଗୀନ ଅଭିଯୋଗକୁ ନେଇ ଏକ ବର୍ଷ ପାଇଁ ମାୟୋନିଜକୁ ବ୍ୟାନ କରାଯାଇଛି । କିଛି ଦିନ ତଳେ ଜଣେ ମହିଳା ମୋମୋ ଏବଂ ମାୟୋନିଜ ଖାଇବା ପରେ ମୃତ୍ୟୁବରଣ କରିଛନ୍ତି। ଏହି ଘଟଣାରେ ମହିଳାଙ୍କ ନାବାଳିକା ଝିଅ ସମେତ ଅନ୍ୟ ୨୦ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତି ହୋଇଥିଲେ । ଏହାକୁ ନେଇ ତେଲେଙ୍ଗାନା ସରକାର ମାୟୋନିଜ ଉପରେ ବ୍ୟାନ ଲଗାଇଛନ୍ତି।




