ସରକାରୀ କର୍ମଚାରୀଙ୍କୁ ମିଳିବି ତୃତୀୟ ଥର ମାତୃତ୍ୱ ଅବକାଶ

ଭୋପାଳ: ମଇ୧୧: ମଧ୍ୟପ୍ରଦେଶ ହାଇକୋର୍ଟ ନିକଟରେ ନିର୍ଦ୍ଦେଶ ଦେଇଛନ୍ତି ଯେ ଜଣେ ସରକାରୀ କର୍ମଚାରୀ ତୃତୀୟ ଥର ମାତୃତ୍ୱ ଅବକାଶ ନେଇପାରିବେ । ଯଦି ସେ ପ୍ରଥମ ସ୍ୱାମୀଙ୍କୁ ଛାଡପତ୍ର ଦେଇ ଦ୍ୱିତୀୟ ବିବାହ କରିଥାନ୍ତି ଏବଂ ଗର୍ଭବତୀ ହୁଅନ୍ତି । ସାଧାରଣତଃ ମାତୃିବ ଅବକାଶ ଅନୁମତି କେବଳ ଦୁଇ ଜଣ ଦିଆଯାଇଥାଏ । ସୂଚନାଯୋଗ୍ୟ ଯେ, ଜଣେ ସ୍କୁଲ ଶିକ୍ଷୟିତ୍ରୀ ପ୍ରିୟଙ୍କା ତିୱାରୀ ହାଇକୋର୍ଟରେ ଏକ ଆବେଦନ ଦାୟର କରିଥିଲେ । ଆବେଦନରେ ଶିକ୍ଷୟିତ୍ରୀ ଜଣଙ୍କ […]

Samaya Live Picture
Published On

ଭୋପାଳ: ମଇ୧୧: ମଧ୍ୟପ୍ରଦେଶ ହାଇକୋର୍ଟ ନିକଟରେ ନିର୍ଦ୍ଦେଶ ଦେଇଛନ୍ତି ଯେ ଜଣେ ସରକାରୀ କର୍ମଚାରୀ ତୃତୀୟ ଥର ମାତୃତ୍ୱ ଅବକାଶ ନେଇପାରିବେ । ଯଦି ସେ ପ୍ରଥମ ସ୍ୱାମୀଙ୍କୁ ଛାଡପତ୍ର ଦେଇ ଦ୍ୱିତୀୟ ବିବାହ କରିଥାନ୍ତି ଏବଂ ଗର୍ଭବତୀ ହୁଅନ୍ତି । ସାଧାରଣତଃ ମାତୃିବ ଅବକାଶ ଅନୁମତି କେବଳ ଦୁଇ ଜଣ ଦିଆଯାଇଥାଏ । ସୂଚନାଯୋଗ୍ୟ ଯେ, ଜଣେ ସ୍କୁଲ ଶିକ୍ଷୟିତ୍ରୀ ପ୍ରିୟଙ୍କା ତିୱାରୀ ହାଇକୋର୍ଟରେ ଏକ ଆବେଦନ ଦାୟର କରିଥିଲେ । ଆବେଦନରେ ଶିକ୍ଷୟିତ୍ରୀ ଜଣଙ୍କ କହିଥିଲେ ସ୍କୁଲ, ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଉ ଯେ ତାଙ୍କୁ ତୃତୀୟ ଥର ପାଇଁ ମାତୃତ୍ୱ ଅବକାଶ ଦିଆଯିବ । ଶିକ୍ଷୟିତ୍ରୀ ଜଣଙ୍କ ପ୍ରଥମ ସ୍ୱାମୀଙ୍କୁ ଛାଡପତ୍ର ଦେଇ ଦ୍ୱିତୀୟ ବିବାହ କରିଥିଲେ ଏବଂ ସେ ଗର୍ଭଧାରଣ କରିଥିଲେ । ତେବେ ପ୍ରଥମ ସ୍ୱାମୀଙ୍କଠାରୁ ଶିକ୍ଷୟିତ୍ରୀଙ୍କର ଦୁଇ ସନ୍ତାନ ଅଛନ୍ତି । ସିଭିଲ୍‌ ସେବା ନିୟମ ଅନୁସାରେ ମହିଳା କର୍ମ‘ାରୀଙ୍କୁ କେବଳ ଦୁଇ ଥର ମାତୃିବ ଅବକାଶ ମିଳିଥାଏ ।ଶିକ୍ଷୟିତ୍ରୀଙ୍କ ଆବେଦନରେ କୁହାଯାଇଥିଲା ଯେ ଯଦି କୌଣସି ମହିଳା କର୍ମଚାରୀ ଛାଡପତ୍ର ପରେ ଦ୍ୱିତୀୟ ବିବାହ କରନ୍ତି ତେବେ ତାଙ୍କୁ ଦୁଇ ଥରରୁ ଅଧିକ ଥର ମାତୃତ୍ୱ ଅବକାଶ ମିଳିବା ଉଚିତ । ହାଇକୋର୍ଟ ମାମଲାକୁ ଗମ୍ଭୀରତାର ସହ ନେଇ ଶିକ୍ଷୟିତ୍ରୀଙ୍କୁ ତୃତୀୟ ଥର ମାତୃତ୍ୱ ଅବକାଶ ଦେବା ପାଇଁ ସ୍କୁଲ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।