ଦକ୍ଷିଣ କାଶ୍ମୀର ଜଙ୍ଗଲରେ ଲୁଚିଛି ମାଷ୍ଟରମାଇଣ୍ଡ ମୂଷା,ଲାହୋରରେ ହାଫିଜ ସୟିଦ
ନୂଆଦିଲ୍ଲୀ : ଜଙ୍ଗଲରେ ଲୁଚିଛି ମୂଷା । ପହଲଗାମ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ହାସିମ ମୂଷା ଦକ୍ଷିଣ କାଶ୍ମୀର ଜଙ୍ଗଲରେ ଲୁଚିଥିବା ଖବର ମିଳିଛି । ତାକୁ ଧରିବାକୁ ଜୋରଦାର ହୋଇଛି ସର୍ଚ୍ଚ ଅପରେସନ । ମୂଷା ର ଘର ପାକିସ୍ତାନ । ସେ ପୂର୍ବତନ ପାକିସ୍ତାନର ପାରା କମାଣ୍ଡୋ ହୋଇଥିବାବେଳେ ଲସ୍କର -ଇ- ତୋଇବା ଆତଙ୍କବାଦୀ ଗୋଷ୍ଠୀର ସଦସ୍ୟ । ମୂଷାର ପୁରା ନାମ – ହାସିମ ମୂଷା ଓରଫ ସୁଲେମାନ । ଲସ୍କର […]
ନୂଆଦିଲ୍ଲୀ : ଜଙ୍ଗଲରେ ଲୁଚିଛି ମୂଷା । ପହଲଗାମ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ହାସିମ ମୂଷା ଦକ୍ଷିଣ କାଶ୍ମୀର ଜଙ୍ଗଲରେ ଲୁଚିଥିବା ଖବର ମିଳିଛି । ତାକୁ ଧରିବାକୁ ଜୋରଦାର ହୋଇଛି ସର୍ଚ୍ଚ ଅପରେସନ । ମୂଷା ର ଘର ପାକିସ୍ତାନ । ସେ ପୂର୍ବତନ ପାକିସ୍ତାନର ପାରା କମାଣ୍ଡୋ ହୋଇଥିବାବେଳେ ଲସ୍କର -ଇ- ତୋଇବା ଆତଙ୍କବାଦୀ ଗୋଷ୍ଠୀର ସଦସ୍ୟ । ମୂଷାର ପୁରା ନାମ – ହାସିମ ମୂଷା ଓରଫ ସୁଲେମାନ ।
ଲସ୍କର -ଇ- ତୋଇବା ରୁ ସେ ଆତଙ୍କୀ ଟ୍ରେନିଂ ସହ ପାରା କମାଣ୍ଡୋ ଟ୍ରେନିଂ ନେଇଛି । ମୂଷା ମୁଣ୍ଡ ଉପରେ ରହିଛି ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଛି।
ଅନ୍ୟପଟେ,ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାର ଆଉଜଣେ ଆତଙ୍କବାଦୀ ସୟିଦ ହାଫିଜ୍ ପାକିସ୍ତାନରେ ଲୁଚିଥିବା ଜଣାପଡିଛି । ସୟିଦକୁ ସୁରକ୍ଷା ଦେଇଛି ପାକ ସରକାର । ଲାହୋରର ଜୋରମ ଟାଉନରେ ହାଫିଜ୍ ପାକ୍ ସରକାରଙ୍କ କଡା ସୁରକ୍ଷା ଭିତରେ ଲାହୋରରେ ହାଫିଜ୍ ନିର୍ଭୟରେ ବୁଲୁଥିବା ସାଟେଲାଇଟ ଫଟୋ ଏବଂ ଭିଡିଓରେ ଦେଖିବାକୁ ମିଳିଛି । ସାଟେଲାଇଟ୍ ଫଟୋ ଓ ଭିଡିଓରେ ହାଫିଜ୍ ସୟିଦର ଘର ଲାହୋରରେ ବୋଲି ଜଣାପଡିଛି । ଏହି ଭିଡିଓରେ ହାଫିଜ୍ ଘର ସଫା କରୁଥିବା ଦେଖିବାକୁ ମିଳିଛି । ସାମାନ୍ୟ ଲୋକଙ୍କ ଭଳି ବହୁ ଆରାମରେ ରହୁଥିବା ଦେଖିବାକୁ ମିଳିଛି । ସେଠାରେ ହାଫିଜ୍ ପାଇଁ ହୋଇଛି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା । ଏହା ସହ ତାଙ୍କ ନିଜସ୍ବ ସୁରକ୍ଷା ବ୍ୟବସ୍ଥା ମଧ୍ୟ ରହିଛି । ସାଟେଲାଇଟ୍ ଭିଡିଓରେ ଦେଖାଯାଇଛି, ହାଫିଜ୍ ଏକ ବଡ କୋଠାରେ ପରିବାର ସହ ରହୁଛି । ପାଖରେ ରହିଛି ଏକ ବଡ ପାର୍କ । ଘର ପରିସରରେ ରହିଛି ମସଜିଦ୍ ଓ ମଦ୍ରାସା । ଏହା ତଳେ ରହିଛି ଏକ ବଡ ବଙ୍କର ଥିବା ଦେଖା ଯାଉଛି ।




