ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ୧ ମୃତ ୧ ଗୁରୁତର
ଭୁବନେଶ୍ଵର : ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ପୁଣି ଲାଲ ତାଣ୍ଡବ । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ଖଞ୍ଜିଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟିବାରୁ ଜଣେ ସ୍ଥାନୀୟ ଯୁବକଙ୍କ ମୃତ୍ୟୁ ଘଟିବା ସହିତ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଏହି ୨ ଆଦିବାସୀ ଯୁବକ ନିକଟସ୍ଥ କୁତୁଲ ଜଙ୍ଗଲକୁ ମହୁଲ ସଂଗ୍ରହ ପାଇଁ ଯାଇଥିବାବେ ଖଞ୍ଜାଯାଇଥିବା ଲ୍ୟାଣ୍ଡ ମାଇନ ଉପରେ ଗୋଡ଼ ପଡିଯିବାରୁ ଦୁର୍ଘଟଣାର ଶିକାର ହୋଇଥିଲେ I ଗାଁ ଲୋକେ ଘଟଣା ସମ୍ପର୍କରେ ଜାଣିବା […]
ଭୁବନେଶ୍ଵର : ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ପୁଣି ଲାଲ ତାଣ୍ଡବ । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ଖଞ୍ଜିଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟିବାରୁ ଜଣେ ସ୍ଥାନୀୟ ଯୁବକଙ୍କ ମୃତ୍ୟୁ ଘଟିବା ସହିତ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଏହି ୨ ଆଦିବାସୀ ଯୁବକ ନିକଟସ୍ଥ କୁତୁଲ ଜଙ୍ଗଲକୁ ମହୁଲ ସଂଗ୍ରହ ପାଇଁ ଯାଇଥିବାବେ ଖଞ୍ଜାଯାଇଥିବା ଲ୍ୟାଣ୍ଡ ମାଇନ ଉପରେ ଗୋଡ଼ ପଡିଯିବାରୁ ଦୁର୍ଘଟଣାର ଶିକାର ହୋଇଥିଲେ I ଗାଁ ଲୋକେ ଘଟଣା ସମ୍ପର୍କରେ ଜାଣିବା ପରେ ନିକଟସ୍ଥ ସିଆରପିଏଫ କ୍ୟାମ୍ପକୁ ଖବର ଦେଇଥିଲେ। ସିଆରପିଏଫ ଯବାନମାନେ ଘଟଣାସ୍ଥଳରେ ପହଞ୍ଚି ଆହତ ଯୁବକଙ୍କୁ ଚିକିତ୍ସା ପାଇଁ ନାରାୟଣପୁର ଜିଲ୍ଲା ଚିକିତ୍ସାଳୟକୁ ପଠାଇଛନ୍ତି।
ଅନ୍ୟପଟେ ଆଜି ଦାନ୍ତେୱାଡା ସୁରକ୍ଷା ବାହିନୀ ନିକଟରେ ୨୬ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୁଣ୍ଡ ଉପରେ ୫୦ ହଜାରରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ରହିଥିଲା। ଦାନ୍ତେୱାଡା ଏସ୍ପି ଗୌରବ ରାୟ ଏନେଇ ସୂଚନା ଦେଇଛନ୍ତି।




