ପ୍ରଜାକୋର୍ଟରେ ମହିଳାଙ୍କୁ ହତ୍ୟା: ଛତିଶଗଡ଼ ବିଜାପୁରରେ ମାଓବାଦୀଙ୍କ ବିଭତ୍ସ କାଣ୍ଡ

ରାୟପୁର:ପୁଣି ଜଣେ ମହିଳାଙ୍କୁ ମାଓବାଦୀ ପ୍ରଜାକୋର୍ଟ ରେ ହତ୍ୟା କଲେ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ଲେଦେଡ଼ ଗାଁ ର ଦମ୍ପତିଙ୍କୁ ଅପହରଣ ପରେ ପତ୍ନୀଙ୍କୁ ହତ୍ୟା କଲେ ମାଓବାଦୀ। ଗତକାଲି ପତି ପତ୍ନୀଙ୍କୁ ଅପହରଣ ପରେ ଆଜି ସ୍ଵାମୀ କୁ ନିର୍ଧୁମ ମାଡ଼ ମାରି ଛାଡିଥିବା ବେଳେ ପତ୍ନୀ ସୁକରା ସାଲାମକୁ ଗଳା କାଟି ହତ୍ୟା କରିଛନ୍ତି ମାଓବାଦୀ। ଅତି ନିର୍ମମ ଭାବେ ମହିଳାଙ୍କୁ ହତ୍ୟା କରିଛନ୍ତି ମାଓବାଦୀ।ଏ ନେଇ ସୂଚନା ଦେଇଛନ୍ତି […]

Samaya Live Picture
Published On

ରାୟପୁର:ପୁଣି ଜଣେ ମହିଳାଙ୍କୁ ମାଓବାଦୀ ପ୍ରଜାକୋର୍ଟ ରେ ହତ୍ୟା କଲେ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ଲେଦେଡ଼ ଗାଁ ର ଦମ୍ପତିଙ୍କୁ ଅପହରଣ ପରେ ପତ୍ନୀଙ୍କୁ ହତ୍ୟା କଲେ ମାଓବାଦୀ। ଗତକାଲି ପତି ପତ୍ନୀଙ୍କୁ ଅପହରଣ ପରେ ଆଜି ସ୍ଵାମୀ କୁ ନିର୍ଧୁମ ମାଡ଼ ମାରି ଛାଡିଥିବା ବେଳେ ପତ୍ନୀ ସୁକରା ସାଲାମକୁ ଗଳା କାଟି ହତ୍ୟା କରିଛନ୍ତି ମାଓବାଦୀ। ଅତି ନିର୍ମମ ଭାବେ ମହିଳାଙ୍କୁ ହତ୍ୟା କରିଛନ୍ତି ମାଓବାଦୀ।ଏ ନେଇ ସୂଚନା ଦେଇଛନ୍ତି ବିଜାପୁର SP ଜିତେନ୍ଦ୍ର ୟାଦବ।

ମହିଳାଙ୍କୁ ହତ୍ୟା ପରେ ଏକ ମାଓ ପୋଷ୍ଟର ଘଟଣାସ୍ଥଳରେ ପଡିଛି। ପୋଲିସକୁ ସହଯୋଗ ବା ସୂଚନା ଦେଲେ ଏଭଳି ମୃତ୍ୟୁ ଦଣ୍ଡ ମିଳିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି।

Tags: