ସାତ ଦିନ ପାଇଁ ଇଡି ରିମାଣ୍ଡରେ ମନୀଷ ସିସୋଦିଆ
ନୂଆଦିଲ୍ଲୀ : ୭ ଦିନ ପାଇଁ ଇଡି ରିମାଣ୍ଡରେ ଯିବେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ I ଦିଲ୍ଲୀ ଅବକାରୀ ନୀତି ମାମଲାରେ ସିବିଆଇ ଦ୍ୱାରା ଗିରଫ ହେବା ପରେ ମନୀଷ ସିସୋଡ଼ିଆଙ୍କୁ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ମାର୍ଚ୍ଚ ୧୭ ଯାଏଁ ଇଡି ରିମାଣ୍ଡକୁ ପଠାଇଛନ୍ତି। ଏଥି ସହିତ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ମାର୍ଚ୍ଚ ୨୧ ରେ ଅପରାହ୍ନ ୨ ଟାରେ ଶୁଣାଣି ହେବ । ଇଡି ଗୁରୁବାର ମନିଷଙ୍କୁ ଗିରଫ କରିବା ପରେ […]
ନୂଆଦିଲ୍ଲୀ : ୭ ଦିନ ପାଇଁ ଇଡି ରିମାଣ୍ଡରେ ଯିବେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ I ଦିଲ୍ଲୀ ଅବକାରୀ ନୀତି ମାମଲାରେ ସିବିଆଇ ଦ୍ୱାରା ଗିରଫ ହେବା ପରେ ମନୀଷ ସିସୋଡ଼ିଆଙ୍କୁ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ମାର୍ଚ୍ଚ ୧୭ ଯାଏଁ ଇଡି ରିମାଣ୍ଡକୁ ପଠାଇଛନ୍ତି। ଏଥି ସହିତ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ମାର୍ଚ୍ଚ ୨୧ ରେ ଅପରାହ୍ନ ୨ ଟାରେ ଶୁଣାଣି ହେବ ।
ଇଡି ଗୁରୁବାର ମନିଷଙ୍କୁ ଗିରଫ କରିବା ପରେ ଶୁକ୍ରବାର ରିମାଣ୍ଡ ପାଇଁ ଆବେଦନ କରିଥିଲା । ହେଲେ ଏହାକୁ ବିରୋଧ କରିଥିଲେ ସିସୋଦିଆଙ୍କ ଓକିଲ ଦୟାନ କ୍ରିଷ୍ଣା । ସିବିଆଇ ଏହି ମାମଲାରେ ତଦନ୍ତ କରୁଥିବା ବେଳେ ଆର୍ଥିକ କାରବାର ନେଇ କୌଣସି ପ୍ରମାଣ ନାହିଁ । ତେଣୁ ଇଡି ଏହି ମାମଲା ତଦନ୍ତ କରିପାରିବ ନାହିଁ ବୋଲି ସିସୋଦିଆଙ୍କ ଓକିଲ କୋର୍ଟକୁ କହିଥିଲେ । ହେଲେ ଏହି ମାମଲାରେ ସିସୋଦିଆଙ୍କ ସିଧାସଳଖ ସମ୍ପୃକ୍ତି ଥିବା କୋର୍ଟକୁ କହିଥିଲା ଇଡି ।ଏହି ସମୟରେ, ସିସୋଦିଆଙ୍କୁ ୧୦ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ଇଡି | ଶୁଣାଣି ସମୟରେ, ଅବକାରୀ ନୀତିରେ ନିୟମ ପରିବର୍ତ୍ତନ କରି କିଛି ବିଶେଷ ଲୋକଙ୍କୁ ୬% ପରିବର୍ତ୍ତେ ୧୨% ଲାଭ ପ୍ରଦାନ କରାଯାଇଥିଲା ବୋଲି ଇଡି ଦାବି କରିଥିଲା | ତେଣୁ ତାଙ୍କୁ ରିମାଣ୍ଡରେ ନେବା ଆବଶ୍ୟକ ବୋଲି ଇଡି ଦାବି କରିଥିଲା | ଇଡି ୧୦ଦିନ ରିମାଣ୍ଡରେ ନେବାକୁ ଦାବି କରିଥଲା ବେଳେ କୋର୍ଟ ୭ଦିନ ପାଇଁ ସିସୋଦିଆଙ୍କୁ ଇଡି ରିମାଣ୍ଡରେ ପଠାଇଛନ୍ତି |
ଦିଲ୍ଲୀରେ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିସୋଦିଆଙ୍କୁ ଫେବୃଆରୀ ୨୬ରେ ସିବିଆଇ ଗିରଫ କରିଥିଲା। ଏବେ ସେ ନ୍ୟାୟିକ ହେପାଜତରେ ଅଛନ୍ତି । ଏହା ପୂର୍ବରୁ ମନୀଷ ସିସୋଦିଆ ଜାମିନ୍ ପାଇଁ ସୁପ୍ରିମକୋର୍ଟ ପହଞ୍ଚିଥିଲେ କିନ୍ତୁ ସୁପ୍ରିମକୋର୍ଟ ତାଙ୍କ ଯାଚିକା ଖାରଜ କରିଥିଲେ ଏବଂ ଜାମିନ୍ ପାଇଁ ନିମ୍ନ ଅଦାଲତକୁ ଯିବାକୁ କହିଥିଲେ। ଫେବୃଆରୀ ୨୮ ରେ ହିଁ ସେ ନିଜ ପଦରୁ ଇସ୍ତଫା ମଧ୍ୟ ଦେଇଥିଲେ।




