ମନ୍ତ୍ରୀ ପଦ ଛାଡ଼ିଲେ ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ
ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ପାଇଁ ବଢିଲା ଅଡୁଆ ! ଜେଲ୍ ଗଲେ ଆପ୍ର ତୁଙ୍ଗ ନେତା! ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନ ଛାଡିଲେ ଆପ ମନ୍ତ୍ରୀ ପଦ।ଏହି ଦୁଇଜଣ ମନ୍ତ୍ରୀଙ୍କ ଇସ୍ତଫା ପତ୍ରକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଞ୍ଜୁରୀ ଦେଇଛନ୍ତି । ମନୀଷ ଓ ସତ୍ୟେନ୍ଦ୍ର ଉଭୟ ଏବେ ଦୁର୍ନୀତି ମାମଲାରେ ବିଚାରବିଭାଗୀୟ ହାଜତରେ ରହିଛନ୍ତି । ଦିଲ୍ଲୀ ନୂତନ ଅବକାରୀ ଦୁର୍ନିତୀ ମାମଲାରେ ଫସିଥିବା ଉପମୁଖ୍ୟମନ୍ତ୍ରୀ ସିସୋଦିଆଙ୍କୁ ଜେରା […]
ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ପାଇଁ ବଢିଲା ଅଡୁଆ ! ଜେଲ୍ ଗଲେ ଆପ୍ର ତୁଙ୍ଗ ନେତା! ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନ ଛାଡିଲେ ଆପ ମନ୍ତ୍ରୀ ପଦ।ଏହି ଦୁଇଜଣ ମନ୍ତ୍ରୀଙ୍କ ଇସ୍ତଫା ପତ୍ରକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଞ୍ଜୁରୀ ଦେଇଛନ୍ତି । ମନୀଷ ଓ ସତ୍ୟେନ୍ଦ୍ର ଉଭୟ ଏବେ ଦୁର୍ନୀତି ମାମଲାରେ ବିଚାରବିଭାଗୀୟ ହାଜତରେ ରହିଛନ୍ତି । ଦିଲ୍ଲୀ ନୂତନ ଅବକାରୀ ଦୁର୍ନିତୀ ମାମଲାରେ ଫସିଥିବା ଉପମୁଖ୍ୟମନ୍ତ୍ରୀ ସିସୋଦିଆଙ୍କୁ ଜେରା କରିବ ସିବିଆଇ । ମନୀଷ ସିସୋଦିଆଙ୍କୁ ୨ ଦିନ ତଳେ ସିବିଆଇ ଗିରଫ କରିଥିବା ବେଳେ ଏପଟେ ସତ୍ୟେନ୍ଦ୍ର ଜୈନ ଅନେକ ମାସ ଧରି ତିହାର ଜେଲରେ ବନ୍ଦୀ ଅଛନ୍ତି।
ମନୀଷଙ୍କ ଇସ୍ତଫାପତ୍ରକୁ ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇଦେଇଛନ୍ତି। ମଦ ଦୁର୍ନୀତୀ ମାମଲାରେ ଗିରଫ ହେବା ପରେ ମଙ୍ଗଳବାର ମନୀଷ ସିସୋଦିଆ କ୍ୟାବିନେଟ ପଦରୁ ଇସ୍ତଫା ଦେଇଥିଲେ
ଦିଲ୍ଲୀର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଶିକ୍ଷାମନ୍ତ୍ରଣାଳୟର ମନ୍ତ୍ରୀଙ୍କ ଇସ୍ତଫାପତ୍ରକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗ୍ରହଣ କରିଛନ୍ତି। ପୂର୍ବରୁ ଦୁର୍ନୀତି ମାମଲାରେ ଗିରଫ ହୋଇ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଜେଲରେ ଥିବା ବେଳେ ଏବେ ଶିକ୍ଷାମନ୍ତ୍ରୀ ମନିଷ ସିସୋଦିଆ ଗିରଫ ହୋଇଛନ୍ତି। ଉଭୟଙ୍କ ଇସ୍ତଫାପତ୍ରକୁ କେଜ୍ରିୱାଲ ଗ୍ରହଣ କରିଛନ୍ତି।ଏହି ଦୁଇମନ୍ତ୍ରୀ ୧୮ଟି ବିଭାଗର ଦାୟିତ୍ୱରେ ଥିଲେ।
ବିଜେପି ତରଫରୁ ଲଗାତର ଭାବେ ଏହି ଦୁଇଜଣମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଆନ୍ଦୋଳନ କରୁଥିଲେ । ଏବେ ବିରୋଧୀଙ୍କ ଦାବିକୁ ନଜରରେ ରଖି ଉଭୟ ମନ୍ତ୍ରୀ ଇସ୍ତଫା ଦେଇଥିବା ବେଳେ ଏହାକୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି । ଏନେଇ ଆମ୍ ଆଦମୀ ପାର୍ଟି କହିଛି କି ଏଭଳି ନିଷ୍ପତ୍ତି କୁ ଦିଲ୍ଲୀର ଲକ୍ଷ ଲକ୍ଷ ଅବିଭାବକ ସହଜରେ ଗ୍ରହଣ କରିପାରୁନାହାଁନ୍ତି । କିଛି ସମୟ ପୂର୍ବରୁ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସୁପ୍ରିମକୋର୍ଟ ଏକ ଝଟକା ଦେଇଥିଲା । ତାଙ୍କ ଗିରଫକୁ ନେଇ ସେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ବି ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ଦିଲ୍ଲୀ ହାଇକୋର୍ଟ କରିବ ବୋଲି ସ୍ପଷ୍ଟ କରିଦେଇଥିଲେ ।




