ଅହମଦାବାଦ ବିଚାରପତିଙ୍କ ଉପରକୁ ଚପଲ ଫିଙ୍ଗିଲେ ଯୁବକ
ଅହମଦାବାଦ: ପ୍ରଧାନ ବିଚାରପତି ବି.ଆର୍ ଗୱାଇଙ୍କ ଉପରକୁ ଜୋତା ଫିଙ୍ଗା ଉଦ୍ୟମର କିଛି ଦିନ ପରେ ଆଜି ଅହମଦାବାଦ ସେସନ୍ସ କୋର୍ଟରେ ସମାନ ସ୍ଥିତି ଦେଖିବାକୁ ମିଳିଛି। ଗୁଜରାଟର ଜଣେ ବ୍ୟକ୍ତି ଅହମଦାବାଦ ସେସନ୍ସ କୋର୍ଟରେ ଆଜି ବିଚାରଣ ଚାଲିଥିବା ବେଳେ ଜଣେ ବିଚାରପତିଙ୍କ ଉପରକୁ ଚପଲ ଫୋପାଡ଼ିଛନ୍ତି। କିନ୍ତୁ ଚପଲ ବିଚାରପତିଙ୍କ ଦେହରେ ବାଜିନାହିଁ। ବ୍ୟକ୍ତି ଜଣଙ୍କ ରୁଜୁ କରିଥିବା ମାମଲାରେ ୪ ଜଣ ଦୋଷମୁକ୍ତ ହେବାପରେ ଏବଂ ବିଚାରପତି ତାଙ୍କ ଆବେଦନ ଖାରଜ କରିଦେବାପରେ […]
ଅହମଦାବାଦ: ପ୍ରଧାନ ବିଚାରପତି ବି.ଆର୍ ଗୱାଇଙ୍କ ଉପରକୁ ଜୋତା ଫିଙ୍ଗା ଉଦ୍ୟମର କିଛି ଦିନ ପରେ ଆଜି ଅହମଦାବାଦ ସେସନ୍ସ କୋର୍ଟରେ ସମାନ ସ୍ଥିତି ଦେଖିବାକୁ ମିଳିଛି। ଗୁଜରାଟର ଜଣେ ବ୍ୟକ୍ତି ଅହମଦାବାଦ ସେସନ୍ସ କୋର୍ଟରେ ଆଜି ବିଚାରଣ ଚାଲିଥିବା ବେଳେ ଜଣେ ବିଚାରପତିଙ୍କ ଉପରକୁ ଚପଲ ଫୋପାଡ଼ିଛନ୍ତି। କିନ୍ତୁ ଚପଲ ବିଚାରପତିଙ୍କ ଦେହରେ ବାଜିନାହିଁ। ବ୍ୟକ୍ତି ଜଣଙ୍କ ରୁଜୁ କରିଥିବା ମାମଲାରେ ୪ ଜଣ ଦୋଷମୁକ୍ତ ହେବାପରେ ଏବଂ ବିଚାରପତି ତାଙ୍କ ଆବେଦନ ଖାରଜ କରିଦେବାପରେ ସେ ଏଥିରେ ରାଗିଯାଇ ଏଭଳି ଘଟଣା ଘଟାଇଛନ୍ତି ବୋଲି ଇନ୍ସପେକ୍ଟର ପିଏଚ୍ ଭାଟି କହିଛନ୍ତି। ଉଲ୍ଲେଖଯୋଗ୍ୟ, ୧୯୯୭ ମସିହାର ଏହି ମାମଲା। ଗୁଜରାଟର ଗୋମତିପୁରରେ କିଛି ଯୁବକ ଖେଳୁଥିଲେ। ଏହି ସମୟରେ ଆବେଦନକାରୀ ପରିବା କିଣିବାପାଇଁ ବାହାରକୁ ଯାଇଥିଲେ ଏବଂ ତାଙ୍କ ଦେହରେ ବଲ୍ ବାଜିଥିଲା। ଏହାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏନେଇ ବ୍ୟକ୍ତି ଜଣଙ୍କ ୪ ଜଣଙ୍କ ବିରୋଧରେ ଗୋମତିପୁର ଥାନାରେ ଏକ ମାମଲା ରୁଜୁ କରିଥିଲେ। ମାମଲାରେ ଏକ ଚାର୍ଜସିଟ୍ ଦାଖଲ ହେଲା ଏବଂ ମାମଲାଟି ୨୦୦୯ରେ ମେଟ୍ରୋ କୋର୍ଟ ଗଲା। ମାମଲାର ଚୂଡ଼ାନ୍ତ ଶୁଣାଣିରେ କୋର୍ଟ ୨୦୧୭ ଫେବ୍ରୁଆରି ୧୫ରେ ସମସ୍ତଙ୍କୁ ଦୋଷମୁକ୍ତ କରିଥିଲେ। ଆବେଦନକାରୀ ଏହାପରେ ସେସନ୍ସ କୋର୍ଟ ଯାଇଥିଲେ।




