୨୫୦ ଭୋଟର ଆଇଡି ରଖିଥିବା‌ ବ୍ୟକ୍ତି ପଶ୍ଚିମବଙ୍ଗରେ ଅଟକ

କୋଲକାତା: ୨୫୦ରୁ ଅଧିକ ଭୋଟର ଆଇଡି କାର୍ଡ ଧରି ଯାଉଥିବା ଜଣେ ବ୍ୟକ୍ତିଙ୍କୁ ପୁଲିସ ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରୁ ଅଟକ ରଖିଛି। ନିର୍ବାଚନ କମିସନ୍‌ ପଶ୍ଚିମବଙ୍ଗରେ ଏସ୍‌ଆଇଆର (ସ୍ବତନ୍ତ୍ର ଭୋଟର ସଂଶୋଧନ) ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ବ୍ୟକ୍ତି ଜଣଙ୍କ ପାଖରେ ଏତେ ପରିଚୟ ପତ୍ର ରଖିବା ଘଟଣାକୁ ନେଇ ସନ୍ଦେହ ପ୍ରକଟ ହୋଇଛି। ବ୍ୟକ୍ତି ଜଣଙ୍କ ଏତେ ଭୋଟର ଆଇଡି କେଉଁଠାରୁ ପାଇଲେ ସେନେଇ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ପୁଲିସ ପ୍ରଶ୍ନର ଉତ୍ତର ଦେଇ […]

୨୫୦ ଭୋଟର ଆଇଡି ରଖିଥିବା‌ ବ୍ୟକ୍ତି ପଶ୍ଚିମବଙ୍ଗରେ ଅଟକ
Samaya Live Picture
Published On

କୋଲକାତା: ୨୫୦ରୁ ଅଧିକ ଭୋଟର ଆଇଡି କାର୍ଡ ଧରି ଯାଉଥିବା ଜଣେ ବ୍ୟକ୍ତିଙ୍କୁ ପୁଲିସ ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରୁ ଅଟକ ରଖିଛି। ନିର୍ବାଚନ କମିସନ୍‌ ପଶ୍ଚିମବଙ୍ଗରେ ଏସ୍‌ଆଇଆର (ସ୍ବତନ୍ତ୍ର ଭୋଟର ସଂଶୋଧନ) ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ବ୍ୟକ୍ତି ଜଣଙ୍କ ପାଖରେ ଏତେ ପରିଚୟ ପତ୍ର ରଖିବା ଘଟଣାକୁ ନେଇ ସନ୍ଦେହ ପ୍ରକଟ ହୋଇଛି। ବ୍ୟକ୍ତି ଜଣଙ୍କ ଏତେ ଭୋଟର ଆଇଡି କେଉଁଠାରୁ ପାଇଲେ ସେନେଇ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ପୁଲିସ ପ୍ରଶ୍ନର ଉତ୍ତର ଦେଇ ବ୍ୟକ୍ତି ଜଣଙ୍କ ଦାବି କରିଛନ୍ତି ଯେ ସେ ହୁଗୁଳି ଜିଲ୍ଲାରୁ ଆସିଛନ୍ତି ଏବଂ ନଦିଆ ଜିଲ୍ଲାର କଲ୍ୟାଣୀ ଅଞ୍ଚଳ ସ୍ଥିତ ତାଙ୍କ ଭଉଣୀଙ୍କ ପାଖକୁ ସେ ଆସିଥିବା କହିଥିଲେ। ସେ ଦାବି କରିଛନ୍ତି ଯେ ରାସ୍ତା କଡ଼ରେ ଏକ ବୁଦା ନିକଟରେ କିଛି ଆଇଡି କାର୍ଡ ଗଦା ହୋଇଥିବା ଦେଖିବାପରେ ସେସବୁକୁ ନିଜ ପାଖରେ ରଖିବାପାଇଁ ନିଷ୍ପତ୍ତି ନେଇଥିଲେ। ‌ତେବେ ବ୍ୟକ୍ତିଙ୍କ ଉପରେ ସନ୍ଦେହ ପ୍ରକଟ କରି ସ୍ଥାନୀୟ ଲୋକମାନେ ପୁଲିସରେ ଖବର ଦେଇଥିଲେ। ପଶ୍ଚିମବଙ୍ଗ ସିଇଓ ଅଫିସ ନଦିଆ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କଠାରୁ ଏହି ଭୋଟର ଆଇଡି ଉପରେ ରିପୋର୍ଟ ମାଗିଥିଲେ।

Tags: