ଭୋକରେ ଭାରତ !

ସମୟ ଲାଇଭ,୧୭/୧୦: ବିଶ୍ୱର ୧୧୭ଟି ଦେଶକୁ ନେଇ ହୋଇଥିବା ‘ବିଶ୍ୱ କ୍ଷୁଧା ଓ କୁପୋଷଣ ସୂଚୀ’ରେ ଭାରତ ରହିଛି ୧୦୨ତମ ସ୍ଥାନରେ। ଏପରିକି ପଡୋଶି ପାକିସ୍ତାନ,ନେପାଳ ଓ ବାଂଲାଦେଶ ଠାରୁ ବି ପଛରେ ରହିଛି ଆମ ଦେଶ। ଏହି ସୂଚିରେ ୦ ପଏଣ୍ଟ ସହ ବେଲାରୁଷ ଶୀର୍ଷରେ ଥିବାବେଳେ ସେଣ୍ଟ୍ରାଲ ଆଫ୍ରିକାନ୍ ରିପ୍ଳବିକ୍ ସବା ତଳେ ରହିଛି। ତେବେ ଭାରତରେ କ୍ଷୁଧା ଓ ଅପପୁଷ୍ଟି ସମସ୍ୟା ଅତୀ ଗମ୍ଭୀର ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି। ୨୦୧୪ ସର୍ବେକ୍ଷଣରେ […]

Samaya Live Picture
Published On

ସମୟ ଲାଇଭ,୧୭/୧୦: ବିଶ୍ୱର ୧୧୭ଟି ଦେଶକୁ ନେଇ ହୋଇଥିବା ‘ବିଶ୍ୱ କ୍ଷୁଧା ଓ କୁପୋଷଣ ସୂଚୀ’ରେ ଭାରତ ରହିଛି ୧୦୨ତମ ସ୍ଥାନରେ। ଏପରିକି ପଡୋଶି ପାକିସ୍ତାନ,ନେପାଳ ଓ ବାଂଲାଦେଶ ଠାରୁ ବି ପଛରେ ରହିଛି ଆମ ଦେଶ। ଏହି ସୂଚିରେ ୦ ପଏଣ୍ଟ ସହ ବେଲାରୁଷ ଶୀର୍ଷରେ ଥିବାବେଳେ ସେଣ୍ଟ୍ରାଲ ଆଫ୍ରିକାନ୍ ରିପ୍ଳବିକ୍ ସବା ତଳେ ରହିଛି। ତେବେ ଭାରତରେ କ୍ଷୁଧା ଓ ଅପପୁଷ୍ଟି ସମସ୍ୟା ଅତୀ ଗମ୍ଭୀର ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି। ୨୦୧୪ ସର୍ବେକ୍ଷଣରେ ଭାରତ ଏହି ତାଲିକାରେ ୫୫ତମ ସ୍ଥାନରେ ଥିବାବେଳେ ୨୦୧୯ରେ ଏହା ୧୦୨ସ୍ଥାନକୁ ଖସି ଆସିଛି। ଦିନକୁ ଦିନ ଭାରତରେ ଖାଦ୍ୟାଭାବ ଓ କୁପୋଷଣର ମାତ୍ରା ବଢିଚାଲିଛି ବୋଲି ଏହି ରିପୋର୍ଟ ପ୍ରକାଶ କରିଛି। ଭାରତ ହେଉଛି ଅପପୁଷ୍ଟି ହାରରେ ବିଶ୍ୱର ଏକ ନମ୍ବର ଦେଶ ଯାହାର ହାର ରହିଛି ୨୦.୮ପ୍ରତିଶତ ଯାହା ବିଶ୍ୱରେ ସର୍ବାଧିକ ବୋଲି ଏହି ରିପୋର୍ଟ ଉଲ୍ଲେଖ କରିଛି। ତେବେ ଚାରିଟି ମାନଦଣ୍ଡକୁ ନେଇ ପ୍ରକାଶ ପାଇଥିବା ଏହି ରିପୋର୍ଟରେ ଭାରତର ସ୍ଥିତି ଅତୀ ଗମ୍ଭୀର ଅଟେ।

Tags: