କଂଗ୍ରେସ ସଭାପତି ହେବାପରେ ମଲ୍ଲୀକାର୍ଜୁନ ଙ୍କ ପ୍ରଥମ ବୈଠକ,ଷ୍ଟିଅରିଂ କମିଟୀରୁ ଥରୁର ବାଦ
ନୂଆଦିଲ୍ଲୀ : ଭାରତୀୟ ଜାତୀୟ କଂଗ୍ରେସ ର ନୂତନ ସଭାପତି ଭାବେ ମଙ୍ଗ ଧରିଛନ୍ତି ମଲ୍ଲୀକାର୍ଜୁନ ଖଡ଼ଗେ I ଦଳକୁ ସଜାଡ଼ିବା ପାଇଁ ସେ କଂଗ୍ରେସ କାର୍ଯ୍ୟକାରୀ କମିଟିକୁ ରଦ୍ଦ କରି ଏକ ଷ୍ଟିୟରିଙ୍ଗ୍ କମିଟି ଗଠନ କରିଛନ୍ତି । ଏଥିରେ ୪୭ ଜଣ ସଦସ୍ୟ ଅଛନ୍ତି I ଏବେ ସିଡବ୍ଲ୍ୟୁସି ( କଂଗ୍ରେସ କାର୍ଯ୍ୟକାରିଣୀ କମିଟି) ସ୍ଥାନରେ ଏହି ଷ୍ଟିୟରିଂ କମିଟି କାର୍ଯ୍ୟ କରିବ। ଏହି ଷ୍ଟିଅରିଂ କମିଟି ହାତରେ ରହିବ ସର୍ବୋଚ୍ଚ କ୍ଷମତା। କମିଟି […]
ନୂଆଦିଲ୍ଲୀ : ଭାରତୀୟ ଜାତୀୟ କଂଗ୍ରେସ ର ନୂତନ ସଭାପତି ଭାବେ ମଙ୍ଗ ଧରିଛନ୍ତି ମଲ୍ଲୀକାର୍ଜୁନ ଖଡ଼ଗେ I ଦଳକୁ ସଜାଡ଼ିବା ପାଇଁ ସେ କଂଗ୍ରେସ କାର୍ଯ୍ୟକାରୀ କମିଟିକୁ ରଦ୍ଦ କରି ଏକ ଷ୍ଟିୟରିଙ୍ଗ୍ କମିଟି ଗଠନ କରିଛନ୍ତି । ଏଥିରେ ୪୭ ଜଣ ସଦସ୍ୟ ଅଛନ୍ତି I ଏବେ ସିଡବ୍ଲ୍ୟୁସି ( କଂଗ୍ରେସ କାର୍ଯ୍ୟକାରିଣୀ କମିଟି) ସ୍ଥାନରେ ଏହି ଷ୍ଟିୟରିଂ କମିଟି କାର୍ଯ୍ୟ କରିବ। ଏହି ଷ୍ଟିଅରିଂ କମିଟି ହାତରେ ରହିବ ସର୍ବୋଚ୍ଚ କ୍ଷମତା। କମିଟି ଦଳର ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବ। ସିଡବ୍ଲୁସିର ୧୧ ଜଣ ସଦସ୍ୟ ମନୋନୀତ ହେବେ ଏବଂ ୧୨ ଜଣ ନିର୍ବାଚିତ ହେବେ । କଂଗ୍ରେସ ସଭାପତି ଓ ସଂସଦୀୟ ଦଳର ନେତା ମଧ୍ୟ ଏହାର ସଭ୍ୟ ରହନ୍ତି ।
ସେହିପରି କଂଗ୍ରେସ ଦ୍ବାରା ଜାରି ହୋଇଥିବା ଏକ ତାଲିକା ଅନୁଯାୟୀ ନୂଆ କରି ଗଠନ ହୋଇଥିବା କମିଟିରେ ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ଏକେ ଆଣ୍ଟୋନି, ଜୟରାମ ରମେଶ, ରଣଦୀପ ସୂର୍ଯେୱାଲା, ଅମ୍ବିକା ସୋନି, ଅଜୟ ମାକେନ, ହରିଶ ରାୱତ, ଅଭିଷେକ ମନୁ ସିଂଘଭିଙ୍କ ପରି ବରିଷ୍ଠ ନେତାମାନେ ସ୍ଥାନ ପାଇଛନ୍ତି। ଜି-୨୩ ଗୋଷ୍ଠୀର ଆନନ୍ଦ ଶର୍ମା କମିଟିରେ ସ୍ଥାନ ପାଇଛନ୍ତି। କିନ୍ତୁ ଖଡ଼ଗେଙ୍କ ବିରୋଧରେ କଂଗ୍ରେସ ସଭାପତି ନିର୍ବାଚନ ଲଢ଼ିଥିବା ଥରୁରଙ୍କୁ ଏହି କମିଟିରେ ସ୍ଥାନ ମିଳିନାହିଁ। ସିଡବ୍ଲ୍ୟୁସି ହେଉଛି କଂଗ୍ରେସର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ କମିଟି। ସମସ୍ତ ଗୁରୁତ୍ବପୂର୍ଣ୍ଣ ବିଷୟବସ୍ତୁ ଉପରେ ସିଡବ୍ଲ୍ୟୁସି ନିଷ୍ପତ୍ତି ଚୂଡ଼ାନ୍ତ ହୋଇଥାଏ। ଉଲ୍ଲେଖଯୋଗ୍ୟ, ନୂଆ ସଭାପତି ଦାୟିତ୍ବ ନେବାପରେ ସିଡବ୍ଲ୍ୟୁସିର ସମସ୍ତ ସଦସ୍ୟ ଆଜି ଇସ୍ତଫା ଦେଇଥିଲେ। ଏହାପରେ ଖଡ଼ଗେ ନୂଆ କମିଟି ଗଠନ କରିଛନ୍ତି। ତେବେ ମଲ୍ଲୀକାର୍ଜୁନଙ୍କ ଏହି ନୂତନ ଟିମ ରେ ଶଶି ଥରୁର ଙ୍କ ନାଁ ନାହିଁ । ଶଶି ଥରୁର ଦଳର ବରିଷ୍ଠ ଆଉ ଦକ୍ଷ ନେତା ବି । କାହିଁକି ତାଙ୍କୁ ଷ୍ଟିଅରିଂ କମିଟିରୁ ବାଦ ଦିଆଗଲା ? ଏହା ପଛରେ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଅଛି କି ? ନା ପ୍ରତିଦ୍ୱନ୍ଦ୍ୱୀଙ୍କୁ ହଟାଇବାକୁ ଯାଇ ଖଡଗେ ନେଇଛନ୍ତି ଏପରି ନିଷ୍ପତ୍ତି ?
ଅନ୍ୟପଟେ ଖଡ଼ଗେ ବୁଧବାର ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ର ଏକ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ଗୁଜରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ସମ୍ଭାବ୍ୟ ପ୍ରାର୍ଥୀଙ୍କ ଉପରେ ଆଲୋଚନା ହୋଇଛି । ବୈଠକରେ କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ । ଗୁଜୁରାଟ ପାଇଁ ଦଳ ପ୍ରାର୍ଥୀଙ୍କ ନାମ ଚୂଡାନ୍ତ କରୁଛି । ଦଳର ସଭାପତି ଭାବରେ ଦାୟିତ୍ବ ଗ୍ରହଣ କରିବା ପରେ ଖାର୍ଗେଙ୍କ ଅଧ୍ୟକ୍ଷତାରେ ଏହା ପ୍ରଥମ ବୈଠକ ଥିଲା । ଏହି ବୈଠକରେ ସିଇସି ସଦସ୍ୟ ତଥା ମହାସଚିବ ମୁକୁଲ ୱାସନିକ ଏବଂ କେ.ସି ବେଣୁଗୋପାଳଙ୍କ ବ୍ୟତୀତ ଅମ୍ବିକା ସୋନି ଏବଂ ଗିରିଜା ବ୍ୟାସ ମଧ୍ୟ ଉପସ୍ଥିତ ଥିଲେ । ଏହା ସହିତ ଗୁଜରାଟ କଂଗ୍ରେସ ପ୍ରଭାରୀ ଦାୟିତ୍ୱରେ ଥିବା ରଘୁ ଶର୍ମା ଏବଂ ଦଳର ରାଜ୍ୟ ୟୁନିଟ୍ ମୁଖ୍ୟ ଜଗଦୀଶ ଠାକୁର ମଧ୍ୟ ଉପସ୍ଥିତ ଥିଲେ ।
ଗୁଜୁରାଟ ନିର୍ବାଚନ ପାଇଁ ଦଳ କିଛି ପ୍ରାର୍ଥୀଙ୍କ ନାମ ଚୂଡାନ୍ତ କରିବାର ସମ୍ଭାବନା ରହିଛି ଏବଂ ଏହାକୁ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଘୋଷଣା କରାଯିବ ବୋଲି ଆଶା କରାଯାଉଛି । ଗୁଜୁରାଟ ବିଧାନସଭା ନିର୍ବାଚନର ତାରିଖ ଘୋଷଣା ହୋଇନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘର ରାଜ୍ୟ ଗୁଜରାଟରେ ଭାରତୀୟ ଜନତା ପାର୍ଟି (ବିଜେପି) କୁ କ୍ଷମତାରୁ ହଟାଇବାକୁ ଚେଷ୍ଟା କରୁଛି କଂଗ୍ରେସ, ଯେଉଁଠାରେ ବିଜେପି ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି କ୍ଷମତାରେ ଅଛି ।




