ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅପମାନ ସୂଚକ ବୟାନ ଦେଇ ଅଡୁଆରେ ମଲ୍ଲୀକାର୍ଜୁନ

ନୂଆଦିଲ୍ଲୀ : ଶାଳୀନତା ଭୁଲିଗଲେ କଂଗ୍ରେସ ସଭାପତି ମଲ୍ଲୀକାର୍ଜୁନ ଖଡ଼ଗେ I ରାୟପୁରରେ ବସିଥିବା ୮୫ତମ କଂଗ୍ରେସ ଅଧିବେଶନର ଉଦଯାପନୀ ଦିବସରେ ରବିବାର ଦିନ ମଲ୍ଲିକାର୍ଜୁନ ଖଡ଼ଗେ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି I ବିଜେପି ଉପରେ ବର୍ଷିବା ସହ ମ୍ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ଅପମାନସୂଚକ ମନ୍ତବ୍ୟ ଦେଇ ବିବାଦରେ ଫସିଛନ୍ତି ଖଡଗେ । ଏହାଛଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଅପମାନସୂଚକ ମନ୍ତବ୍ୟ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଏମିତିକି ମୋଦିଙ୍କୁ […]

Samaya Live Picture
Published On

ନୂଆଦିଲ୍ଲୀ : ଶାଳୀନତା ଭୁଲିଗଲେ କଂଗ୍ରେସ ସଭାପତି ମଲ୍ଲୀକାର୍ଜୁନ ଖଡ଼ଗେ I ରାୟପୁରରେ ବସିଥିବା ୮୫ତମ କଂଗ୍ରେସ ଅଧିବେଶନର ଉଦଯାପନୀ ଦିବସରେ ରବିବାର ଦିନ ମଲ୍ଲିକାର୍ଜୁନ ଖଡ଼ଗେ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି I ବିଜେପି ଉପରେ ବର୍ଷିବା ସହ ମ୍ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ଅପମାନସୂଚକ ମନ୍ତବ୍ୟ ଦେଇ ବିବାଦରେ ଫସିଛନ୍ତି ଖଡଗେ ।

ଏହାଛଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଅପମାନସୂଚକ ମନ୍ତବ୍ୟ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଏମିତିକି ମୋଦିଙ୍କୁ ତୁ କହିବାକୁ ମଧ୍ୟ ପଛାଇନାହାନ୍ତି ସେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦ୍ଦେଶ୍ୟରେ ଅପମାନଜନକ ଭାଷା ପ୍ରୟୋଗ କରିବା ସହ କହିଛନ୍ତି, ତୋ ଭଳି ବହୁତ ଆସିଛନ୍ତି ଓ ଯାଇଛନ୍ତି । ଗଣତନ୍ତ୍ରରେ ଜନତା କାହାକୁ ଡରନ୍ତି ନାହିଁ । ଜନତାଙ୍କ ପାଖରେ ଶକ୍ତି ଅଛି । ତମ ପାଖରେ ଯଦି ଟଙ୍କା ଆଉ ଲାଠି ଶକ୍ତି ଅଛି, ଆମ ପାଖରେ ଭୋଟ୍ ର ଶକ୍ତି ଅଛି ବୋଲି ଖଡଗେ କହିଛନ୍ତି । କେବଳ ସେତିକି ନୁହେଁ, ଖାଡ଼ଗେ କହିଥିଲେ, ୫୬ ଇଞ୍ଚ ଛାତିର ଆମେ କଣ କରିବୁ। ଲୋକଙ୍କୁ ଖାଦ୍ୟ ଏବଂ ରୋଜଗାର ଦିଅ। ଗୋଟିଏ ଇଞ୍ଚ ଛାତି କମିଲେ ବି କିଛି ଫରକ ପଡିବନି। ପତଳା ହୋଇ କେହି ମରିନାହାଁନ୍ତି।

ନିଜ ଭାଷଣରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନକୁ ଏକଛତ୍ରବାଦ ଏବଂ ଅଗଣତାନ୍ତ୍ରିକ କହିଛନ୍ତି। ଏହା ସହିତ ସେ ଦେଶର ଜନ ସାଧାରଣଙ୍କୁ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ “ଏକଛତ୍ରବାଦୀ ଶାସନ” ବିରୋଧରେ ଦୃଢ ଲଢେଇ କରିବାକୁ ପଡିବ ବୋଲି କହିଛନ୍ତି । ମୋଦୀ ସରକାରଙ୍କ ଉପରେ ପ୍ରବଳ ବର୍ଷିବା ସହ କହିଛନ୍ତି,ଏବେ କେନ୍ଦ୍ରରେ ଥିବା ସରକାର ଆଦୌ ଲୋକତାନ୍ତ୍ରିକ ନୁହେଁ । ଏହି ସରକାର ଲୋକଙ୍କ ପାଇଁ କାମ କରିବା ବଦଳରେ ତାନାଶାହୀ ଚଳାଇଛି ।

ମଲ୍ଲୀକାର୍ଜ୍ଜୁର୍ନ କେନ୍ଦ୍ର ସରକାରଙ୍କ ଉପରେ ଆରୋପ ଲଗାଇ କହିଛନ୍ତି କି ,ଆମେ ବିଭିନ୍ନ ପ୍ରସଙ୍ଗରେ ସଂସଦରେ ସ୍ୱର ଉଠାଉଥିଲେ ମଧ୍ୟ ମୋର ଏବଂ ରାହୁଲ ଗାନ୍ଧୀଙ୍କ ଭାଷଣକୁ ହଟାଇ ଦିଆଯାଉଛି । ଆମେ ସଂସଦରେ କୌଣସି ଅପମାନଜନକ ଶବ୍ଦ ବ୍ୟବହାର କରିନଥିଲୁ ବରଂ ଅଦାନୀଙ୍କ ବାବଦରେ ପ୍ରଶ୍ନ କରିଥିଲୁ ।

ଜଣେ ବ୍ୟକ୍ତିଙ୍କ ପାଇଁ ପୂରା ଦେଶକୁ ଗରିବ ରଖିଛନ୍ତି ସରକାର । ମୋଦୀ କହିଥିଲେ ଦୁର୍ନୀତିକୁ ବରଦାସ୍ତ କରିବେନି, କିନ୍ତୁ ବଡ ବଡ ଦୁର୍ନୀତିକୁ ପ୍ରଶୟ ଦେଉଛନ୍ତି ମୋଦି ବୋଲି କହିଛନ୍ତି ଖଡଗେ ।

Tags: