କଂଗ୍ରେସର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କଲେ ମଲ୍ଲିକାର୍ଜୁନ ଖଡ଼ଗେ

ନୂଆଦିଲ୍ଲୀ : ଦୀର୍ଘ ଅଢେଇ ଦଶନ୍ଧି ପରେ ଭାରତୀୟ ଜାତୀୟ କଂଗ୍ରେସର ମଙ୍ଗ ଧରିଲେ ଜଣେ ଅଣ ଗାନ୍ଧୀ । ଜାତୀୟ କଂଗ୍ରେସର ପ୍ରଥମ ଅଣ-ଗାନ୍ଧୀ ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ମଲ୍ଲିକାର୍ଜୁନ ଖଡଗେ । କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ଥିବା ସୋନିଆ ଗାନ୍ଧି ତାଙ୍କୁ ଆଜି ‘ଏଆଇସିସି’ ମୁଖ୍ୟାଳୟରେ ଧରାଇଲେ ଦଳର ମଙ୍ଗ। ୮୦ ବର୍ଷିୟ ଖଡ଼ଗେ ବର୍ତ୍ତମାନ ସମ୍ଭାଳିବେ କଂଗ୍ରେସ ର ସଭାପତି ପଦ I୨୪ ବର୍ଷ ପରେ କଂଗ୍ରେସକୁ ଅଣ ଗାନ୍ଧୀ […]

Samaya Live Picture
Published On

ନୂଆଦିଲ୍ଲୀ : ଦୀର୍ଘ ଅଢେଇ ଦଶନ୍ଧି ପରେ ଭାରତୀୟ ଜାତୀୟ କଂଗ୍ରେସର ମଙ୍ଗ ଧରିଲେ ଜଣେ ଅଣ ଗାନ୍ଧୀ । ଜାତୀୟ କଂଗ୍ରେସର ପ୍ରଥମ ଅଣ-ଗାନ୍ଧୀ ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ମଲ୍ଲିକାର୍ଜୁନ ଖଡଗେ । କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ଥିବା ସୋନିଆ ଗାନ୍ଧି ତାଙ୍କୁ ଆଜି ‘ଏଆଇସିସି’ ମୁଖ୍ୟାଳୟରେ ଧରାଇଲେ ଦଳର ମଙ୍ଗ। ୮୦ ବର୍ଷିୟ ଖଡ଼ଗେ ବର୍ତ୍ତମାନ ସମ୍ଭାଳିବେ କଂଗ୍ରେସ ର ସଭାପତି ପଦ I୨୪ ବର୍ଷ ପରେ କଂଗ୍ରେସକୁ ଅଣ ଗାନ୍ଧୀ ଅଧ୍ୟକ୍ଷ ମିଳିଛି। ଆଜି ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଖଡଗେ ରାଜଘାଟରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ସମାଧି କୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ନିର୍ଦ୍ଧାରିତ ସମୟରେ ଖଡଗେ ଏଆଇସିସି ମୁଖ୍ୟାଳୟରେ ପହଞ୍ଚିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ଖଡ଼ଗେଙ୍କ ଶପଥ ଗ୍ରହଣ ଉତ୍ସବରେ ଉଦ୍‌ବୋଧନ ଦେଇ ବିଦାୟୀ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀ କହିଛନ୍ତି ଯେ, ଦଳର ବିଜୟ ଭାରତର ବିଜୟ ସହ ସମାନ। ନବନିର୍ବାଚିତ କଂଗ୍ରେସ ଅଧ୍ୟକ୍ଷ ଖଡ଼ଗେଙ୍କୁ ଆନ୍ତରିକ ଅଭିନନ୍ଦନ। ଖଡ଼ଗେ ଜଣେ ଅଭିଜ୍ଞ ନେତା। କଠିନ ଶ୍ରମ ବଳରେ ସେ ସାଧାରଣ କର୍ମୀରୁ କଂଗ୍ରେସ ଅଧ୍ୟକ୍ଷ ହୋଇପାରିଛନ୍ତି। ସେ ବର୍ତ୍ତମାନ ଦଳୀୟ କର୍ମୀଙ୍କ ପାଇଁ ପ୍ରେରଣା। ମଲ୍ଲିକାର୍ଜୁନ ଖଡଗେ ଅଧ୍ୟକ୍ଷ ହେବା ପରେ ମୁଁ ବେଶ୍ ଆରାମ ଅନୁଭବ କରୁଛି ବୋଲି ସୋନିଆ କହିଛନ୍ତି।

ଅନ୍ୟପଟେ କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସୋନିଆ ଗାନ୍ଧୀଙ୍କ ସମେତ ସମସ୍ତ କଂଗ୍ରେସ କର୍ମୀଙ୍କ ଧନ୍ୟବାଦ ଜଣାଇଛନ୍ତି ଖଡ଼ଗେ କହିଛନ୍ତି କି “ଆଜି ଏକ ଶ୍ରମିକର ପୁଅ ଜଣେ କଂଗ୍ରେସ କର୍ମୀ ଦଳର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛି। ତେଣୁ ମୋର କାମ ଓ ମୋ ଅନୁଭବରୁ ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ଦଳର ଉତ୍ଥାନ ପାଇଁ ମୁଁ ମୋ ସର୍ବୋତ୍ତମ ଚେଷ୍ଟା କରିବି। ଏହା ହିଁ ମୋର ପ୍ରତିଶ୍ରୁତି। ଏହା ସହିତ ଆମକୁ ଗଣତନ୍ତ୍ର ଏବଂ ସମାଜବାଦକୁ ମଜବୁତ କରିବାକୁ ପଡିବ, ଜାତି ପ୍ରଥାକୁ ହଟାଇବାକୁ ପଡିବ। ଏଥିରେ କିଛି ନୂତନ ନୀତି ମଧ୍ୟ ଯୋଡ଼ାଯିବ I ତେବେ ମୋତେ କଂଗ୍ରେସ ଅଧ୍ୟକ୍ଷା ଭାବେ ବାଛିଥିବାର ସମସ୍ତ କଂଗ୍ରେସ କର୍ମୀଙ୍କୁ ମୋର ଧନ୍ୟବାଦ ବୋଲି ଖଡ଼ଗେ କହିଛନ୍ତି। କଂଗ୍ରେସର ଏହି କାର୍ଯ୍ୟକ୍ରମରେ ସୋନିଆ ଗାନ୍ଧିଙ୍କ ସମେତ ରାହୁଲ ଗାନ୍ଧି ଓ ଅନେକ ବରିଷ୍ଠ ନେତା ସାମିଲ ଥିଲେ।

ସୂଚନାନୁସାରେ ଗତ ସପ୍ତାହରେ ଅନୁଷ୍ଠିତ କଂଗ୍ରେସ ସଭାପତି ନିର୍ବାଚନରେ ଖଡ଼ଗେ ଶଶି ଥରୁରଙ୍କୁ ବିପୁଳ ଭୋଟ ବ୍ୟବଧାନରେ ପରାସ୍ତ କରି କଂଗ୍ରେସ ଅଧକ୍ଷ ପଦ କବ୍ଜା କରିଥିଲେ।