ଚଳନ୍ତା ବିମାନରେ ଶୋଇପଡ଼ନ୍ତି ଭାରତୀୟ ପାଇଲଟ

ନୂଆଦିଲ୍ଲୀ : ଗତ କିଛି ମାସ ହେଲା ବାରମ୍ବାର ବିଭିନ୍ନ ଏୟାରଲାଇନ୍‌ସରେ ବିମାନରେ ତ୍ରୁଟି ଦେଖାଯାଉଛି । କେଉଁ ବିମାନର ଚକା ଫାଟି ଗଲାଣି ତ କେଉଁ ବିମାନର ଇଞ୍ଜିନରୁ ଧୂଆଁ ବାହାରି ଗଲାଣି ଅଥବା କେଉଁ ବିମାନର ଇଞ୍ଜିନ ମଝି ଆକାଶରେ ଖରାପ ହେଲାଣି । ଏସବୁ ଘଟଣା ବିମାନ ଯାତ୍ରାର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେବେ ଆଉ ଏକ ଚିନ୍ତା ଜନକ ବିଷୟ ଏବେ ଜଣାପଡ଼ିଛି । ଏକ ସର୍ଭେରୁ […]

Samaya Live Picture
Published On

ନୂଆଦିଲ୍ଲୀ : ଗତ କିଛି ମାସ ହେଲା ବାରମ୍ବାର ବିଭିନ୍ନ ଏୟାରଲାଇନ୍‌ସରେ ବିମାନରେ ତ୍ରୁଟି ଦେଖାଯାଉଛି । କେଉଁ ବିମାନର ଚକା ଫାଟି ଗଲାଣି ତ କେଉଁ ବିମାନର ଇଞ୍ଜିନରୁ ଧୂଆଁ ବାହାରି ଗଲାଣି ଅଥବା କେଉଁ ବିମାନର ଇଞ୍ଜିନ ମଝି ଆକାଶରେ ଖରାପ ହେଲାଣି । ଏସବୁ ଘଟଣା ବିମାନ ଯାତ୍ରାର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେବେ ଆଉ ଏକ ଚିନ୍ତା ଜନକ ବିଷୟ ଏବେ ଜଣାପଡ଼ିଛି ।

ଏକ ସର୍ଭେରୁ ଜଣାପଡ଼ିଛି ଯେ ପ୍ରାୟ ୬୬% ଭାରତୀୟ ପାଇଲଟ୍‌ ବିମାନ ଚଳାଉଥିବା ବେଳେ ଶୋଇପଡ଼ନ୍ତି । ଗୁରୁଗ୍ରାମର ଏକ ଏନଜିଓ ସେଫ୍‌ଟି ମ୍ୟାଟର୍ସ ଫାଉଣ୍ଡେସନ ପକ୍ଷରୁ ଭାରତର ପ୍ରାୟ ୫୪୨ ଜଣ ପାଇଲଟଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା । ଯେଉଁଥିରେ ପ୍ରାୟ ୬୬% ପାଇଲଟ ମାନିଥିଲେ ଯେ ସେମାନେ ବିମାନର କକପିଟ୍‌ ଭିତରେ ହାଲିଆ ହୋଇ ଶୋଇଯାଆନ୍ତି । ମୁଖ୍ୟ ଘରୋଇ ରୁଟରେ ବିମାନ ଚଳାଉଥିବା ବେଳେ ସେମାନେ ଘୁମେଇ ପଡ଼ନ୍ତି । ଆହୁରି ଚିନ୍ତାଜନକ ବିଷୟ ହେଉଛି ସେମାନେ ବିମାନର ଅନ୍ୟ କର୍ମଚାରୀଙ୍କୁ ନ ଜଣାଇ ଶୋଇପଡ଼ନ୍ତି । ଏସବୁ ପାଇଲଟଙ୍କ ମଧ୍ୟରୁ ୫୪ ପ୍ରତିଶତଙ୍କର ଦିନରେ ଗୁରୁତର ଢୁଳାଇବା ଅଭ୍ୟାସ ରହିଛି ଓ ୪୧ ପ୍ରତିଶତଙ୍କର ସାମାନ୍ୟ ଢୁଳାଇବା ଅଭ୍ୟାସ ରହିଛି ।

ତେବେ ଏଥିପାଇଁ ପାଇଲଟମାନଙ୍କୁ ବି ସଂପୂର୍ଣ୍ଣ ଭାବେ ଦୋଷ ଦେଇ ହେବ ନାହିଁ । ଏଥିପାଇଁ ବିମାନ କମ୍ପାନୀମାନେ ବି ଦାୟୀ । କାରଣ ସେମାନଙ୍କୁ ସପ୍ତାହରେ ବିଶ୍ରାମ କରିବାକୁ ଗୋଟିଏ ଦିନ ଛୁଟି ମିଳେ ନାହିଁ । ଗୋଟିଏ ସପ୍ତାହରେ ସେମାନଙ୍କୁ ହାରାହାରି ୧୬୮ ଘଣ୍ଟା ପର୍ଯ୍ୟନ୍ତ ଫ୍ଲାଇଟ ଉଡ଼ାଇବାକୁ ପଡ଼େ । ପୁଣି ସକାଳ ଫ୍ଲାଇଟ ପାଇଁ ସେମାନଙ୍କୁ ଭୋରରୁ ଉଠିବାକୁ ପଡ଼େ ।