ମହାରାଷ୍ଟ୍ର ବନ୍ୟା ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି
ମୁମ୍ବାଇ,୨୯/୯: ମହାରାଷ୍ଟ୍ରରେ ଗତ ତିନିଦିନ ହେଲା ବର୍ଷା ଲାଗି ରହିଥିବାବେଳେ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇ ବନ୍ୟା ସ୍ଥିତି ଦେଖାଯାଇଛି। ବନ୍ୟା ଯୋଗୁଁ ରାଜ୍ୟରେ ୧୧ ଜଣଙ୍କର ମୃତ୍ୟୁ ହେଲାଣି। ବନ୍ୟା ବ୍ୟାପକ ଭାବେ ପ୍ରଭାବିତ କରିଥିବାବେଳେ ମହାରାଷ୍ଟ୍ର ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥାପକ୍ଷରୁ ତ୍ବରିତ ପଦକ୍ଷେପ ନିଆଯାଉଛି। ସୋମବାର ୩ ଜଣଙ୍କର ମୃତ୍ୟୁ ହୋଇଛି। ବନ୍ୟା ଜଳରେ ଭାସି ଯାଇ ନାନ୍ଦେଡରେ ଜଣଙ୍କର ଓ ଅହଲ୍ୟାନଗରରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ […]
ମୁମ୍ବାଇ,୨୯/୯: ମହାରାଷ୍ଟ୍ରରେ ଗତ ତିନିଦିନ ହେଲା ବର୍ଷା ଲାଗି ରହିଥିବାବେଳେ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇ ବନ୍ୟା ସ୍ଥିତି ଦେଖାଯାଇଛି। ବନ୍ୟା ଯୋଗୁଁ ରାଜ୍ୟରେ ୧୧ ଜଣଙ୍କର ମୃତ୍ୟୁ ହେଲାଣି। ବନ୍ୟା ବ୍ୟାପକ ଭାବେ ପ୍ରଭାବିତ କରିଥିବାବେଳେ ମହାରାଷ୍ଟ୍ର ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥାପକ୍ଷରୁ ତ୍ବରିତ ପଦକ୍ଷେପ ନିଆଯାଉଛି। ସୋମବାର ୩ ଜଣଙ୍କର ମୃତ୍ୟୁ ହୋଇଛି। ବନ୍ୟା ଜଳରେ ଭାସି ଯାଇ ନାନ୍ଦେଡରେ ଜଣଙ୍କର ଓ ଅହଲ୍ୟାନଗରରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ କହିଛନ୍ତି। ରବିବାର ବନ୍ୟା ଯୋଗୁଁ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଶନିବାର ବଜ୍ରପାତ ଯୋଗୁଁ ୩ ଜଣଙ୍କ ଜୀବନ ଯାଇଥିଲା। ସବୁଠୁ ଅଧିକ ବନ୍ୟା ପ୍ରଭାବିତ ସୋଲାପୁର, ଜାଲନା, ଛତ୍ରପତି ସମ୍ଭାଜୀ ନଗର ଓ ଧାରାଶିବର ତଳୁଆ ଅଞ୍ଚଳରୁ ୪୧,୦୦୦ ଲୋକଙ୍କୁ ଉଦ୍ଧାର କରି ଆଶ୍ରୟସ୍ଥଳରେ ରଖାଯାଇଛି।




