ମହାକୁମ୍ଭ ଦଳା ଚକଟା , ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଉତ୍ତରପ୍ରଦେଶ : ମୌନୀ ଅମାବାସ୍ୟାରେ ପ୍ରୟାଗରାଜ ମହାକୁମ୍ଭରେ ଦଳା ଚକଟା ଘଟଣାରେ ହେବ ବିଚାର ବିଭାଗୀୟ ତଦନ୍ତ । ଏଥିପାଇଁ ୩ ଜଣିଆ ଜୁଡିସିଆଲ କମିଶନ ଗଠନ ହୋଇଛି। କମିଶନ ଘଟଣାର ତଦନ୍ତ କରି ଖୁବଶୀଘ୍ର ସରକାରଙ୍କୁ ରିପୋର୍ଟ ଦେବେ। ଏଥିସହ ୟୁପିର ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ । ମୌନି ଅମାବାସ୍ୟା ଉପଲକ୍ଷେ ମଙ୍ଗଳବାର ପ୍ରୟାଜରଜ ସଙ୍ଗମ ତଟରେ ଭିଡ଼ ଅଣାୟତ୍ତ ହୋଇ […]

Samaya Live Picture
Published On

ଉତ୍ତରପ୍ରଦେଶ : ମୌନୀ ଅମାବାସ୍ୟାରେ ପ୍ରୟାଗରାଜ ମହାକୁମ୍ଭରେ ଦଳା ଚକଟା ଘଟଣାରେ ହେବ ବିଚାର ବିଭାଗୀୟ ତଦନ୍ତ । ଏଥିପାଇଁ ୩ ଜଣିଆ ଜୁଡିସିଆଲ କମିଶନ ଗଠନ ହୋଇଛି। କମିଶନ ଘଟଣାର ତଦନ୍ତ କରି ଖୁବଶୀଘ୍ର ସରକାରଙ୍କୁ ରିପୋର୍ଟ ଦେବେ। ଏଥିସହ ୟୁପିର ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ । ମୌନି ଅମାବାସ୍ୟା ଉପଲକ୍ଷେ ମଙ୍ଗଳବାର ପ୍ରୟାଜରଜ ସଙ୍ଗମ ତଟରେ ଭିଡ଼ ଅଣାୟତ୍ତ ହୋଇ ବ୍ୟାରିକେଡ଼ ଭାଙ୍ଗି ଯିବାରୁ ଘଟିଥିଲା ଅଘଟଣ । ଅଚାନକ ଦଳାଚକଟା ହେବା ଯୋଗୁ ପ୍ରାୟ ୩୦ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି । ୬୦ରୁ ଅଧିକ ଭକ୍ତ ଆହତ ହୋଇଥିଲେ ।

ଏହାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପ୍ରମୁଖ ଶୋକବ୍ୟକ୍ତ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୩ ଜଣିଆ କମିଟି ଦ୍ୱାରା ବିଚାରବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ସହ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦେବାକୁ ଘୋଷଣା କରିଛନ୍ତି ।

ଅନ୍ୟପଟେ ,ମହାକୁମ୍ବରେ ଦଳାଚକଟା ଘଟଣା ଘଟିବା ପରେ ଭକ୍ତଙ୍କ ସୁବିଧା ତଥା ନିରାପତ୍ତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କଠୋର ନିର୍ଦ୍ଦେଶକୁ ଅନୁସରଣ କରି ପୋଲିସ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବର୍ତ୍ତମାନ ଏହି ପରିବର୍ତ୍ତନଗୁଡିକକୁ ଦୃଷ୍ଟିରେ ରଖି ବସନ୍ତ ପଞ୍ଚମୀରେ ଅମୃତ ସ୍ନାନକୁ ଶାନ୍ତି ଶୃଙ୍ଖଳାର ସହ ତୁଲାଇବା ପୋଲିସ ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଅଟେ ।

ମହାକୁମ୍ଭରେ କରାଯାଇଥିବା ୫ ବଡ଼ ପରିବର୍ତ୍ତନ

୧. ମହାକୁମ୍ଭରେ ସଂପୂର୍ଣ୍ଣ ଭାବରେ ଯାନବାହନ ନିଷେଧ କରାଯାଇଛି। ଯେଉଁଥିରେ ସମସ୍ତ ପ୍ରକାର ଯାନକୁ ମେଳା ଭିତରକୁ ପ୍ରବେଶ ଉପରେ ବାରଣ କରାଯିବ।

୨. ସେହିପରି VVIP ପାସ୍ ଗୁଡିକ ମଧ୍ୟ ମେଳାପ୍ରଶାସନ ତରଫରୁ ବାତିଲ୍ କରାଯାଇଛି । କୌଣସି ବିଶେଷ ପାସ୍ ମାଧ୍ୟମରେ ଯାନବାହାନକୁ ମେଳାରେ ପ୍ରବେଶ କରିବାକୁ ଦିଆଯିବ ନାହିଁ ।

୩. ମେଳା ଅଞ୍ଚଳରେ ରାସ୍ତାକୁ ଓ୍ବାନ୍ ଓ୍ବେ କରାଯାଇଛି । ଭକ୍ତଙ୍କ ସହଜ ଯିବା ଆସିବା ପାଇଁ ଓ୍ବାନ୍ ଓ୍ବେ ବ୍ୟବସ୍ଥା ଲାଗୁ କରାଯାଇଛି। ଯେଉଁଥିରେ ଭକ୍ତମାନେ ଗୋଟିଏ ମାର୍ଗରୁ ପ୍ରବେଶ କରିବେ ଏବଂ ଆଉ ଏକ ମାର୍ଗରୁ ବାହାରକୁ ଆସିପାରିବେ ।

୪. ଯାନବାହାନ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଜିଲ୍ଲା ସୀମାରେ ପ୍ରୟାଗରାଜ ନିକଟବର୍ତ୍ତୀ ଜିଲ୍ଲାରୁ ଆସୁଥିବା ଯାନବାହନ ଚଳାଚଳ ବନ୍ଦ ରହିଛି।

୫. ଫେବୃଆରୀ ୪ରେ ବସନ୍ତ ପଞ୍ଚମୀ ସ୍ନାନ ଶେଷ ହେବା ପର୍ଯ୍ୟନ୍ତ କଡା ପ୍ରତିବନ୍ଧକ ଲାଗୁ ହେବ। ସହରରେ ଚାରି ଚକିଆ ଯାନ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲଗାଯାଇଛି ।

ତେବେ ଦଳାଚକଟା ଘଟଣା ପରେ ପ୍ରଶାସନ ଏବେ ବେପରୁଆ ମନୋଭାବରେ ନାହିଁ। ତେଣୁ ଏହି କଡା ନିୟମ ଲାଗୁ କରାଯାଇଛି। ପ୍ରଶାସନ କହିଛି ଯେ ଏହି ପରିବର୍ତ୍ତନଗୁଡ଼ିକର ଉଦ୍ଦେଶ୍ୟ ହେଉଛି କୁମ୍ଭମେଳାରେ ଭିଡ଼କୁ ନିୟନ୍ତ୍ରଣ କରିବା ଏବଂ ଭକ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବା। ଭକ୍ତମାନଙ୍କୁ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବା ଏବଂ କୌଣସି ପ୍ରକାର ବିଶୃଙ୍ଖଳାକୁ ଏଡ଼ାଇବାରେ ସହଯୋଗ କରିବାକୁ ଆବେଦନ କରାଯାଇଛି।

Tags: