ଶସ୍ତା ହେଲା ଏଲ୍ପିଜି ଗ୍ୟାସ ସିଲିଣ୍ଡର
ନୂଆଦିଲ୍ଲୀ:ଗ୍ୟାସ ଉପଭୋକ୍ତା ଙ୍କ ପାଇଁ ଖୁସି ଖବର I ନଭେମ୍ବର ୧ ରୁ ଶସ୍ତା ହେଲା ଏଲ୍ପିଜି ସିଲିଣ୍ଡର ଦର I ୧୯ କେଜି ବିଶିଷ୍ଟ ଏଲପିଜି ଗ୍ୟାସ ସିଲିଣ୍ଡର ପିଛା ୧୧୫ଟଙ୍କା ଶସ୍ତା ହୋଇଛି । ଏହି ହ୍ରାସ କେବଳ ବ୍ୟବସାୟିକ ସିଲିଣ୍ଡରରେ ହିଁ ହୋଇଛି । ତେବେ ୧୪ କିଲୋଗ୍ରାମ ଘରୋଇ ସିଲିଣ୍ଡର ଦାମ୍ରେ କୌଣସି ପରିବର୍ତ୍ତନ ହୋଇନାହିଁ। ଆଇଓସିଏଲର ସୂଚନା ମୁତାବକ ଆଜିଠାରୁ ଦିଲ୍ଲୀରେ ଇଣ୍ଡେନର ୧୯କିଲୋଗ୍ରାମ ସିଲିଣ୍ଡରର ଦର ୧୧୫.୫ଟଙ୍କା, କୋଲକାତାରେ […]
ନୂଆଦିଲ୍ଲୀ:ଗ୍ୟାସ ଉପଭୋକ୍ତା ଙ୍କ ପାଇଁ ଖୁସି ଖବର I ନଭେମ୍ବର ୧ ରୁ ଶସ୍ତା ହେଲା ଏଲ୍ପିଜି ସିଲିଣ୍ଡର ଦର I ୧୯ କେଜି ବିଶିଷ୍ଟ ଏଲପିଜି ଗ୍ୟାସ ସିଲିଣ୍ଡର ପିଛା ୧୧୫ଟଙ୍କା ଶସ୍ତା ହୋଇଛି । ଏହି ହ୍ରାସ କେବଳ ବ୍ୟବସାୟିକ ସିଲିଣ୍ଡରରେ ହିଁ ହୋଇଛି । ତେବେ ୧୪ କିଲୋଗ୍ରାମ ଘରୋଇ ସିଲିଣ୍ଡର ଦାମ୍ରେ କୌଣସି ପରିବର୍ତ୍ତନ ହୋଇନାହିଁ।
ଆଇଓସିଏଲର ସୂଚନା ମୁତାବକ ଆଜିଠାରୁ ଦିଲ୍ଲୀରେ ଇଣ୍ଡେନର ୧୯କିଲୋଗ୍ରାମ ସିଲିଣ୍ଡରର ଦର ୧୧୫.୫ଟଙ୍କା, କୋଲକାତାରେ ୧୧୩, ମୁମ୍ବାଇରେ ୧୧୫.୫, ଚେନ୍ନାଇରେ ୧୧୬.୫ଟଙ୍କା ଶସ୍ତାରେ ମିଳିବ । ଏହାପୂର୍ବରୁ ଅକ୍ଟୋବର ୧ରେ ବି ଏହି ସିଲିଣ୍ଡରର ଦର ୨୫ଟଙ୍କା କମ୍ ହୋଇଥିଲା । ୧୪.୨କିଲୋଗ୍ରାମର ଘରୋଇ ଏଲପିଜି ସିଲିଣ୍ଡର ପୁରୁଣା ଦାମ୍ରେ ମିଳିବ ।
ଦିଲ୍ଲୀରେ ଇଣ୍ଡେନର ୧୯ କିଲୋଗ୍ରାମ ସିଲିଣ୍ଡରର ଦାମ ୧୮୫୯.୫୦ ଟଙ୍କା ଥିବା ବେଳେ କୋଲକାତାରେ ସିଲିଣ୍ଡର ଦାମ ୧୮୪୬ ଟଙ୍କାରେ ମିଳିବ। ଏହା ପୂର୍ବରୁ ଏହି ଦାମ ୧୯୯୫.୫୦ ଟଙ୍କା ରହିଥିଲା। ମୁମ୍ବାଇରେ ବ୍ୟବସାୟିକ ସିଲିଣ୍ଡର ୧୮୪୪ ଟଙ୍କା ବଦଳରେ ୧୬୯୬ ଟଙ୍କାରେ ଏବଂ ଚେନ୍ନାଇରେ ୨୦୦୯.୫୦ ଟଙ୍କା ସ୍ଥାନରେ ୧୮୯୩ରେ ମିଳିବ।




