ଅକ୍ଟୋବର ପହିଲାରୁ ଶସ୍ତା ହେଲା LPG ସିଲିଣ୍ଡର
ଅକ୍ଟୋବର ୧ ରୁ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଲା । ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍) ର ୱେବସାଇଟ୍ ଅନୁଯାୟୀ ଏହି ଏଲପିଜି ସିଲିଣ୍ଡରର ମୂଲ୍ୟ ୟୁନିଟ୍ ପିଛା ୩୭ .୫୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରାଯାଇଛି। ପେଟ୍ରୋଲିୟମ କମ୍ପାନୀଗୁଡିକ ଘରୋଇ ଏଲପିଜି ଠାରୁ ବ୍ୟବସାୟିକ ସିଲିଣ୍ଡର ପର୍ଯ୍ୟନ୍ତ ନୂଆ ଦର ଲାଗୁ କରିଛନ୍ତି । ନୂଆ ରେଟ୍ ଅନୁଯାୟୀ, ଆଜିଠାରୁ ଦିଲ୍ଲୀରେ ଏଲପିଜି ସିଲିଣ୍ଡର ୨୫.୫୦ ଟଙ୍କା, କୋଲକାତାରେ ୩୬.୫୦ ଟଙ୍କା […]
ଅକ୍ଟୋବର ୧ ରୁ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଲା । ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍) ର ୱେବସାଇଟ୍ ଅନୁଯାୟୀ ଏହି ଏଲପିଜି ସିଲିଣ୍ଡରର ମୂଲ୍ୟ ୟୁନିଟ୍ ପିଛା ୩୭ .୫୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରାଯାଇଛି। ପେଟ୍ରୋଲିୟମ କମ୍ପାନୀଗୁଡିକ ଘରୋଇ ଏଲପିଜି ଠାରୁ ବ୍ୟବସାୟିକ ସିଲିଣ୍ଡର ପର୍ଯ୍ୟନ୍ତ ନୂଆ ଦର ଲାଗୁ କରିଛନ୍ତି । ନୂଆ ରେଟ୍ ଅନୁଯାୟୀ, ଆଜିଠାରୁ ଦିଲ୍ଲୀରେ ଏଲପିଜି ସିଲିଣ୍ଡର ୨୫.୫୦ ଟଙ୍କା, କୋଲକାତାରେ ୩୬.୫୦ ଟଙ୍କା ଏବଂ ମୁମ୍ବାଇରେ ୩୫.୫୦ ଟଙ୍କା ଶସ୍ତା ହୋଇଛି I
ସୂଚନାନୁସାରେ ଗତ ମାସର ପ୍ରଥମ ଦିନରେ ମଧ୍ୟ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଥିଲା । ଇଣ୍ଡିଆନ୍ ଅଏଲ୍ ଅନୁଯାୟୀ, ୧୯ କିଲୋଗ୍ରାମ ଗ୍ୟାସ୍ ବିଶିଷ୍ଟ ଏକ ଇଣ୍ଡେନ୍ ଏଲପିଜି ସିଲିଣ୍ଡର ଆଜି ଅକ୍ଟୋବରରୁ ଦିଲ୍ଲୀରେ ୧୮ ୫୯.୫୦ ଟଙ୍କା, କୋଲକାତାରେ ୧ ୯୫୯.୫୦ ଟଙ୍କା, ମୁମ୍ବାଇରେ ୧୮୧୧.୫୦ ଟଙ୍କା ଏବଂ ଚେନ୍ନାଇରେ ୨୦୦୯.୫୦ ଟଙ୍କାରେ ମିଳିବ। ଯେଉଁଠାରେ ୧୪.୨ କିଲୋଗ୍ରାମର ଘରୋଇ LPG ସିଲିଣ୍ଡର କେବଳ ୬ ଜୁଲାଇ ବଢିଥିଲା। ଜୁଲାଇରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା । ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ ହେବା ସହିତ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଢ଼ାବାରେ ଖାଇବା ପିଇବା ଶସ୍ତା ହୋଇପାରେ ବୋଲି ଆଶା କରାଯାଉଛି। ମାତ୍ର ଘରୋଇ ଗ୍ୟାସ ଦରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ I ଜୁଲାଇ ୬ରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା । ଏହା ଏ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିଛି I




