ପରଖନ୍ତୁ ଘରେ ବ୍ୟବହାର କରୁଥିବା ଗ୍ୟାସ ସିଲିଣ୍ଡରର ବୈଧତା…

ସମୟ ଲାଇଭ୍‍,୧୭/୧୨: ବର୍ତ୍ତମାନ ଘରେ ଘରେ ଗ୍ୟାସ୍‍ ସିଲିଣ୍ଡରର ବ୍ୟବହାର କରାଯାଉଛି। ଆଗ କାଳରେ ଚୁଲିରେ ରୋଷେଇ କରିବାଦ୍ୱାରା ଖାଇବା ତିଆରି ପାଇଁ ବହୁତ ସମୟ ଲାଗୁଥିଲା। ଏବେ ରୋଷେଇ ଘରେ ଗ୍ୟାସ୍‍ ସିଲିଣ୍ଡର ଥିବାରୁ ଖୁବ୍‍ କମ୍‍ ମୟରେ ଅନେକ ବ୍ୟଞ୍ଜନ ପ୍ରସ୍ତୁତ ହୋଇପାରୁଛି। ତେବେ ସିଲିଣ୍ଡର ବ୍ୟବହାର କରିବା ସବୟରେ ସାବଧାନ ରହିବା ଉଚିତ୍‍। ଅନେକ ସମୟରେ ଗ୍ୟାସ୍‍ ସିଲିଣ୍ଡର ଲିକେଜ୍‍ ଓ ବ୍ଲାଷ୍ଟ ହୋଇ ଧନ ଜୀବନ ନଷ୍ଟ ହେବାର ନଜିର ରହିଛି। […]

Samaya Live Picture
Published On

ସମୟ ଲାଇଭ୍‍,୧୭/୧୨: ବର୍ତ୍ତମାନ ଘରେ ଘରେ ଗ୍ୟାସ୍‍ ସିଲିଣ୍ଡରର ବ୍ୟବହାର କରାଯାଉଛି। ଆଗ କାଳରେ ଚୁଲିରେ ରୋଷେଇ କରିବାଦ୍ୱାରା ଖାଇବା ତିଆରି ପାଇଁ ବହୁତ ସମୟ ଲାଗୁଥିଲା। ଏବେ ରୋଷେଇ ଘରେ ଗ୍ୟାସ୍‍ ସିଲିଣ୍ଡର ଥିବାରୁ ଖୁବ୍‍ କମ୍‍ ମୟରେ ଅନେକ ବ୍ୟଞ୍ଜନ ପ୍ରସ୍ତୁତ ହୋଇପାରୁଛି। ତେବେ ସିଲିଣ୍ଡର ବ୍ୟବହାର କରିବା ସବୟରେ ସାବଧାନ ରହିବା ଉଚିତ୍‍। ଅନେକ ସମୟରେ ଗ୍ୟାସ୍‍ ସିଲିଣ୍ଡର ଲିକେଜ୍‍ ଓ ବ୍ଲାଷ୍ଟ ହୋଇ ଧନ ଜୀବନ ନଷ୍ଟ ହେବାର ନଜିର ରହିଛି।
ଆପଣମାନେ ଜାଣନ୍ତି କି ଗ୍ୟାସ ସିଲିଣ୍ଡରର ଏକ ବୈଧ ତାରିଖ ଥାଏ। ଯଦି ଏଥିପ୍ରତି ଧ୍ୟାନ ନ ଦିଆଯାଏ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଆପଣ ଯଦି ଧ୍ୟାନ ଦେବେ ତେବେ ଦେଖିପାରିବେ ଗ୍ୟାସ୍‍ ସିଲିଣ୍ଡର ଉପରେ କିଛି ନମ୍ବର ଲେଖାହୋଇଥାଏ। ଆଗାମୀ ଦିନରେ ଆପଣ କିପରି ଗ୍ୟାସ ସିଲିଣ୍ଡରର ପରୀକ୍ଷା କରିପାରିବେ।
ଗ୍ୟାସ ସିଲିଣ୍ଡର ଉପରେ ରେଗୁଲେଟର ପାଖରେ ତିନୋଟି ଅକ୍ଷର ଏ, ବି, ସି, ଡ଼ି ଲେଖାଯାଇଥାଏ ଯାହା ଗ୍ୟାସ୍‍ କମ୍ପାନୀ ତିନି ମାସରେ ବାଣ୍ଟିଦେଇଥାଏ। ‘ଏ’ ଜାନୁଆରୀ ରୁ ମାର୍ଚ୍ଚକୁ ବୁଝାଏ।ସେହିପରି ‘ବି’ ଏପ୍ରିଲ୍‍ ରୁ ଜୁନ୍‍ , ‘ସ’ି ଜୁଲାଇରୁ ସେପ୍ଟେମ୍ବର ଏବଂ ‘ଡ଼ି’ ଅକ୍ଟୋବରୁ ଡ଼ିସେମ୍ବରକୁ ସୂଚାଇଥାଏ। ବୈଦ ତାରିଖ ରହିଥାଏ। ଏହାସହ ଏଥିରେ ବର୍ଷ ମଧ୍ୟ ଉଲ୍ଲେଖ କରାଯାଇଥାଏ ଉଦାହରଣସ୍ୱରୂପ -ଏ-୨୦୧୭ ର ମାନେ ଗ୍ୟାସ୍‍ ସିଲିଣ୍ଡର ବୈଧ ତାରିଖ ଜାନୁଆରୀ ଠାରୁ ଆରମ୍ଭ କରି ମାର୍ଚ୍ଚର୍ ପର୍ୟ୍ୟନ୍ତ ରହିଥାଏ। ଗ୍ୟାସ୍‍ର ବୈଧ ତାରିଖ ସମାପ୍ତି ପରେ ବ୍ୟବହାର କରାଗଲେ ବିପଦର ସମ୍ଭାବନା ରହିଛି।

Tags: