ବଢ଼ିପାରେ ଲକ୍ ଡ଼ାଉନ୍ ! ଆଜି ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦୀ
ସମୟ ଲାଇଭ,୧୨/୫: ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍ ଡ଼ାଉନ୍ ଜାରି ରହିଥିବାବେଳେ ଏହି ଅବଧି ମେ ୧୭ ତାରିଖରେ ସମାପ୍ତ ହେଉଛି। ତେବେ ଆଜି ରାତି ୮ଟାରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିବାକୁ ଯାଉଛନ୍ତି। ତେବେ ଚତୁର୍ଥ ପର୍ଯ୍ୟାୟ ଲକ୍ ଡ଼ାଉନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେବେ ବୋଲି ଅନୁମାନ କରାଯାଉଛି। ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅନ୍ୟପଟେ ଦୀର୍ଘଦିନର ଲକ୍ ଡ଼ାଉନ୍ କାରଣରୁ ଜନଜୀବନ ବ୍ୟାହତ ହେବାରେ […]
ସମୟ ଲାଇଭ,୧୨/୫: ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍ ଡ଼ାଉନ୍ ଜାରି ରହିଥିବାବେଳେ ଏହି ଅବଧି ମେ ୧୭ ତାରିଖରେ ସମାପ୍ତ ହେଉଛି। ତେବେ ଆଜି ରାତି ୮ଟାରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିବାକୁ ଯାଉଛନ୍ତି। ତେବେ ଚତୁର୍ଥ ପର୍ଯ୍ୟାୟ ଲକ୍ ଡ଼ାଉନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେବେ ବୋଲି ଅନୁମାନ କରାଯାଉଛି।
ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅନ୍ୟପଟେ ଦୀର୍ଘଦିନର ଲକ୍ ଡ଼ାଉନ୍ କାରଣରୁ ଜନଜୀବନ ବ୍ୟାହତ ହେବାରେ ଲାଗିଛି। ଏପରି ପରିସ୍ଥିତିରେ ତୃତୀୟ ପର୍ଯ୍ୟାୟ ଲକ୍ ଡ଼ାଉନରେ ଅନେକ ନିୟମକୁ କୋହଳ କରାଯାଇଥିଲା। 
ଗତ କାଲି ପ୍ରଧାନମନ୍ତ୍ରୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଲକ୍ ଡ଼ାଉନ୍ ଅବଧି ବୃଦ୍ଧି କରିବାକୁ ଅନୁମତି ଦେଇଥିବା ବେଳେ ଅନେକ ରାଜ୍ୟ ଲକ୍ ଡ଼ାଉନ୍ ପ୍ରତ୍ୟାହାର କରିବା ପାଇଁ କହିଥିଲେ। ତେବେ କିଛି ରାଜ୍ୟ ଅନ୍ୟ କେତକ ନିୟମ କୋହଳ କରିବା ପୂର୍ବକ ଲକ୍ ନାୁନ ଅବଧି ବୃଦ୍ଧି ପାଇଁ ମତ ରଖିଥିଲେ।
ତେବେ ମୋଦୀ ଆଜି ତାଙ୍କ ଅଭିଭାଷଣରେ କେଉଁ ବିଷୟରେ ଆଲୋଚନା କରୁଛନ୍ତି ତାହା ଉପରେ ସମଗ୍ର ଦେଶବାସୀଙ୍କ ନଜର।
Tags:




