୨୦୨୫ – ୨୬ ସାଧାରଣ ବଜେଟରେ କଣ ରହିଛି ଆସନ୍ତୁ ଜାଣିବା
ନୂଆଦିଲ୍ଲୀ : ଶନିବାର ସଂସଦରେ ୨୦୨୫ – ୨୬ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସୀତା ରମଣ । ସଂସଦରେ ମୋଦି ସରକାରଙ୍କ ୩ୟ ପାଳିର ପ୍ରଥମ ବଜେଟ ଉପସ୍ଥାପନ ହୋଇଛି । ୮ମ ଥର ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ । ବଜେଟ ଉପସ୍ଥାପନ କରିବାକୁ ଅର୍ଥମନ୍ତ୍ରୀ ରାଷ୍ଟ୍ରପତିଙ୍କଠାରୁ ଅନୁମୋଦନ ନେଇଥିଲେ। ଏହି ସମୟରେ ରାଷ୍ଟ୍ରପତି ମୁର୍ମୁ ନିର୍ମଳା ସୀତାରମଣଙ୍କୁ ବଜେଟ ଉପସ୍ଥାପନ ପୂର୍ବରୁ ଆଶୀର୍ବାଦ କରିଥିଲେ। […]
ନୂଆଦିଲ୍ଲୀ : ଶନିବାର ସଂସଦରେ ୨୦୨୫ – ୨୬ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସୀତା ରମଣ । ସଂସଦରେ ମୋଦି ସରକାରଙ୍କ ୩ୟ ପାଳିର ପ୍ରଥମ ବଜେଟ ଉପସ୍ଥାପନ ହୋଇଛି । ୮ମ ଥର ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ।
ବଜେଟ ଉପସ୍ଥାପନ କରିବାକୁ ଅର୍ଥମନ୍ତ୍ରୀ ରାଷ୍ଟ୍ରପତିଙ୍କଠାରୁ ଅନୁମୋଦନ ନେଇଥିଲେ। ଏହି ସମୟରେ ରାଷ୍ଟ୍ରପତି ମୁର୍ମୁ ନିର୍ମଳା ସୀତାରମଣଙ୍କୁ ବଜେଟ ଉପସ୍ଥାପନ ପୂର୍ବରୁ ଆଶୀର୍ବାଦ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଦହି ଚିନି ଖୁଆଇ ଥିଲେ।
୧- ଚଳିତ ବଜେଟରେ ମୁଖ୍ୟତଃ ୧୦ଟି ବିଶେଷ ଦିଗ ପ୍ରତି ଗୁରୁତ୍ତ୍ଵାରୋପ କରିଛନ୍ତି ଅର୍ଥମନ୍ତ୍ରୀ । ଏଗୁଡିକ ମଧ୍ୟରେ ବିଶେଷ କରି ମଧ୍ୟବିତ୍ତଙ୍କ ପାଇଁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ଼ ଘୋଷଣା କରାଯାଇଛି । ସେହିପରି ଏହି ବଡ଼ ଘୋଷଣା ଭିତରେ ଅଛି ବେତନଭୋଗୀଙ୍କ ପାଇଁ ୧୨ ଲକ୍ଷ ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ଆୟର ଛାଡ଼। ୭୫ ହଜାର ଷ୍ଟାଣ୍ଡାର୍ଡ ଡିଡକ୍ସନ୍ ଥିବାରୁ ୧୨.୭୫ ଲକ୍ଷ ଦରମାରେ ଆୟକର ଦେବାକୁ ପଡ଼ିବନି। କ୍ୟାପିଟାଲ ଗେନ୍ ଛଡ଼ା ଅନ୍ୟ ଆୟରେ ୧୨ ଲକ୍ଷ ପର୍ଯ୍ୟନ୍ତ ଟିକସ ଛାଡ଼ ହେବ। କ୍ୟାପିଟାଲ ଗେନ୍ ଥିଲେ ୮ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ୧୦% ରହିବ। ୧୨ରୁ ୧୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ ୧୫% ଟିକସ ଦେବାକୁ ପଡ଼ିବ। ୧୬ ଲକ୍ଷରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ ୨୦% ଟିକସ, ୨୦ରୁ ୨୪ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ୨୫% ଟିକସ ଓ ୨୪ ଲକ୍ଷରୁ ଅଧିକ ଆୟ ପାଇଁ ଟିକସ ୩୦ % ଟିକସ ଦେବାକୁ ପଡ଼ିବ। ତେବେ ଏହି ନୂଆ ଘୋଷଣା ଯୋଗୁ ମଧ୍ୟବିତ୍ତଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ଥିଲେ ବାର୍ଷିକ ୮୦ ହଜାର ଟଙ୍କା ବଞ୍ଚିବ। ୧୮ ଲକ୍ଷ ପର୍ଯ୍ୟନ୍ତ ଆୟ ଥିଲେ ବାର୍ଷିକ ୭୦ ହଜାର ଟଙ୍କା ବଞ୍ଚିବ। ୨୫ ଲକ୍ଷ ପର୍ଯ୍ୟନ୍ତ ଆୟ ଥିଲେ ବାର୍ଷିକ ୧.୧୦ ଲକ୍ଷ ଟଙ୍କା ବଞ୍ଚିବ।
୨- ବଜେଟ୍ ଆରମ୍ଭରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନାର ଘୋଷଣା କରିଛନ୍ତି । ଏଥିସହ କିଷାନ କ୍ରେଡିଟ୍ କାର୍ଡର ଲିମିଟ୍ ବଢ଼ାଇଛନ୍ତି । ପୂର୍ବରୁ କିଷାନ କ୍ରେଡିଟ୍ କାର୍ଡର ଲିମିଟ୍ ୩ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ପିଏମ୍ ଧନ ଧାନ୍ୟ କୃଷି ଯୋଜନା ରାଜ୍ୟ ସହଭାଗିତାରେ ଆରମ୍ଭ ହେବ । ଦେଶର ୧୦୦ ଜିଲ୍ଲାରେ ଏହା କାର୍ଯ୍ୟକାରୀ କରାଯିବ । କମ ଫସଲ ଉତ୍ପାଦନ ହେଉଥିବା ଜିଲ୍ଲାରେ କାର୍ଯ୍ୟକାରୀ ହେବ ପିଏମ୍ ଧନ ଧାନ୍ୟ କୃଷି ଯୋଜନା ।
ବଜେଟ୍ ଆଗତ ପୂର୍ବରୁ ସରକାର ଶୁକ୍ରବାର ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ୨୦୨୪-୨୫ ଜାରି କରିଥିଲେ । ଉକ୍ତ ତଥ୍ୟ ଅନୁସାରେ, ଏବେ ଦେଶରେ ୭.୭୫ କୋଟି କିଷାନ କ୍ରେଡିଟ୍ କାର୍ଡ ଧାରୀ ରହିଛନ୍ତି ।
୩- MSME ବିକାଶର ଦ୍ବିତୀୟ ଇଞ୍ଜିନ:
MSME ବିକାଶର ଦ୍ବିତୀୟ ଇଞ୍ଜିନ । ୭.୫ କୋଟି MSME କର୍ମଚାରୀଙ୍କ ଉପରେ ଫୋକସ୍ । MSME କ୍ଷେତ୍ର ପାଇଁ ଅଧିକ ଋଣ ମଞ୍ଜୁରୀ କରାଯିବ । ଯୁବକଙ୍କୁ MSME ଦ୍ବରା ଅଧିକ ନିଯକ୍ତି ଦେଇ ହେବ ଅଣଚମଡ଼ା ଶିଳ୍ପ ଉପରେ ଏଥର ଫୋକସ୍ । ଅଣଚମଡ଼ା ଶିଳ୍ପ ଦ୍ବାରା ୨୨ ଲକ୍ଷ ଉପକୃତ ହେବେ ବୋଲି ସେ କହିଛନ୍ତି। ସରକାର ପ୍ରଥମ ଥର ବ୍ୟବସାୟ ଆରମ୍ଭ କରିବାକୁ ଥିବା ମହିଳା ଉଦ୍ୟୋଗୀଙ୍କୁ ଦେବେ ପ୍ରୋତ୍ସାହନ। ୫ ଲକ୍ଷ ମହିଳା, ଅନୁସୂଚିତ ଜାତି ଓ ଉପଜାତି ଉଦ୍ୟେଗୀଙ୍କ ପାଇଁ ୨ କୋଟି ଟଙ୍କାର ଋଣ ଦେବେ।
୪- ବଜେଟରେ ଆମାଜନ୍, ଫ୍ଲିପକାର୍ଟ, ଜୋମାଟୋ ଆଉ ସ୍ୱିଗି ଭଳି ଡେଲିଭରୀ କରୁଥିବା ଲୋକଙ୍କ ପାଇଁ ଖୁସି ଖବର । ମୋଦୀ ସରକାର ଖୁବଶୀଘ୍ର ଏହି ୧ କୋଟି କର୍ମଚାରୀଙ୍କୁ ପରିଚୟ ପ୍ରଦାନ କରିବେ । ଏହାସହିତ ଇ-ଶ୍ରମ ପୋର୍ଟାଲରେ ମଧ୍ୟ ସେମାନଙ୍କର ପଞ୍ଜୀକରଣ କରାଯିବ । କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ସହରୀ ଶ୍ରମିକଙ୍କ ସାମାଜିକ-ଆର୍ଥିକ ଉନ୍ନତି ଉଦ୍ଦେଶ୍ୟରେ ଏହା କରାଯିବ । ଯାହାର ଫାଇଦା ଫ୍ଲିପକାର୍ଟ, ଆମାଜନ୍, ଜୋମାଟୋ ଆଉ ସ୍ୱିଗି ଭଳି କମ୍ପାନୀରେ ଡେଲିଭରୀ କରୁଥିବା କୋଟି କୋଟି କର୍ମଚାରୀଙ୍କୁ ମିଳିବ ।
୫- ନ୍ୟାସନାଲ ସେଣ୍ଟର ଫର ଏକ୍ସିଲେନ୍ସ ପ୍ରତିଷ୍ଠା ସହ ୫ ଲକ୍ଷ ସେଣ୍ଟର ଫର ଏକ୍ସିଲେନ୍ସ ପ୍ରତିଷ୍ଠା ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ଶିକ୍ଷା କ୍ଷେତ୍ରକୁ ଅଧିକ ଫୋକସ୍ କରାଯାଇଛି । ସବୁ ଉଚ୍ଚମାଧ୍ୟମିକ ସ୍କୁଲରେ ବ୍ରଡବ୍ୟାଣ୍ଡ ବ୍ୟବସ୍ଥା ହେବ । ୨ ବର୍ଷରେ ପ୍ରତିଷ୍ଠା ହେବ ୫୦ ହଜାର ଅଟଳ ଟିଙ୍କରିଂ ଲ୍ୟାବ । ଦେଶରେ AI ଶିକ୍ଷାକୁ ପ୍ରୋତ୍ସାହନ ପାଇଁ ଖୋଲିବ ୩ଟି AI ସେଣ୍ଟର । ଏଥିପାଇଁ ୫ ଶହ କୋଟିର ସ୍ବତନ୍ତ୍ର ବ୍ୟୟ ବରାଦ କରାଯାଇଛି । ଏଥିସହ ୨୦୧୪ରେ ଆରମ୍ଭ ହୋଇଥିବା IIT ଭିତ୍ତିଭୂମିର ବିକାଶ କରାଯିବ ।
୬- ବଜେଟ୍ ୨୦୨୫-୨୬ର ଲକ୍ଷ୍ୟ ହେଉଛି ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ସମସ୍ତ ୬ଟି କ୍ଷେତ୍ରରେ ପରିବର୍ତ୍ତନମୂଳକ ସଂସ୍କାର ଆରମ୍ଭ କରିବା, ଯାହା ଆମର ଅଭିବୃଦ୍ଧି ସମ୍ଭାବନା ଏବଂ ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତାକୁ ବଢ଼ାଇବ। ସେଥିମଧ୍ୟରୁ ଗୋଟିଏ ହେଉଛି ଆର୍ଥିକ କ୍ଷେତ୍ର, ଯେଉଁଥିରେ ବୀମା, ପେନସନ, ଦ୍ୱିପାକ୍ଷିକ ନିବେଶ, ଚୁକ୍ତି (ବିଟିଟି) ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ କ୍ଷେତ୍ର ଅନ୍ତର୍ଭୁକ୍ତ । ଏହା ମଧ୍ୟରୁ ସବୁଠାରୁ ବଡ଼ ଘୋଷଣା ବୀମା କ୍ଷେତ୍ରକୁ ନେଇ ହୋଇଛି । ବୀମା କ୍ଷେତ୍ରକୁ ୧୦୦ ବିଦେଶୀ ପୁଞ୍ଜିନିବେଶ ପାଇଁ ଖୋଲିଦିଆଯାଇଛି ।
ବଜେଟରେ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ଯେ ବୀମା କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶର ସୀମା ୭୪%ରୁ ୧୦୦%କୁ ବୃଦ୍ଧି କରାଯିବ। ଏହି ବର୍ଦ୍ଧିତ ସୀମା ସେହି କମ୍ପାନୀଗୁଡ଼ିକ ପାଇଁ ଉପଲବ୍ଧ ହେବ ଯେଉଁମାନେ ସମ୍ପୂର୍ଣ୍ଣ ପ୍ରିମିୟମ୍ ଭାରତରେ ନିବେଶ କରିବେ। ବିଦେଶୀ ପୁଞ୍ଜି ନିବେଶ ସମ୍ବନ୍ଧୀୟ ସାମ୍ପ୍ରତିକ ସୀମା ଏବଂ କଟକଣାର ସମୀକ୍ଷା ଏବଂ ସରଳୀକରଣ କରାଯିବ । ନିୟାମକ ସମନ୍ୱୟ ଏବଂ ପେନସନ ଉତ୍ପାଦର ବିକାଶ ପାଇଁ ଏକ ଫୋରମ୍ ପ୍ରତିଷ୍ଠା କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
୭ – କେୱାଇସି ସରଳୀକରଣ
ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି ଯେ କେୱାଇସି ପ୍ରକ୍ରିୟାର ସରଳୀକରଣ ସମ୍ପର୍କରେ ପୂର୍ବ ଘୋଷଣାକୁ କାର୍ଯ୍ୟକାରୀ କରିବା ପାଇଁ ୨୦୨୫ ରେ ନବୀକୃତ କେନ୍ଦ୍ରୀୟ କେୱାଇସି ରେଜିଷ୍ଟ୍ରିକୁ କାର୍ଯ୍ୟକ୍ଷମ କରାଯିବ । ନିୟମିତ ଅପଡେଟ୍ ପାଇଁ ଏକ ସୁବ୍ୟବସ୍ଥିତ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ।
୮- ୨୦୨୫ କେନ୍ଦ୍ରୀୟ ବଜେଟରେ ଅର୍ଥମନ୍ତ୍ରୀ ଶିକ୍ଷା କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । କେନ୍ଦ୍ରୀୟ ବଜେଟ୍ ରେ ଘୋଷଣା ହୋଇଛି କି ମେଡିକାଲ୍ କଲେଜଗୁଡ଼ିକରେ ସିଟ୍ ସଂଖ୍ୟା ବଢାଯିବ । IITରେ ୬୫୦୦ ସିଟ୍ ବୃଦ୍ଧି କରାଯିବ ଏବଂ ୩ଟି AI କେନ୍ଦ୍ର ଖୋଲାଯିବ । ଏହାବ୍ୟତୀତ ଡାକ୍ତରୀ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ପାଇଁ ସିଟ୍ ବୃଦ୍ଧି କରିବାକୁ ଘୋଷଣା ହୋଇଛି । ଅର୍ଥମନ୍ତ୍ରୀ କହିଛନ୍ତି ୫ ବର୍ଷ ମଧ୍ୟରେ ୧୦ ହଜାର ସିଟ୍ ବୃଦ୍ଧି କରାଯିବ । ଏହାବ୍ୟତୀତ AI ଶିକ୍ଷା ପାଇଁ ୫୦୦ କୋଟି ଟଙ୍କାର ବଜେଟ୍ ରହିଛି ।
୯- ବଜେଟ୍ରେ ଏଥର କୃଷକ, ମହିଳା, ଯୁବଗୋଷ୍ଠୀଙ୍କୁ ଗୁରୁତ୍ୱ ଦେବା ସହ ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇଛି। ଦେଶରେ ପ୍ରାଥମିକ ସ୍ତରରୁ ସ୍ୱାସ୍ଥ୍ୟ ଓ ଶିକ୍ଷଶ ଉପରେ ଗୁରୁତ୍ୱ ଦେଇଛନ୍ତି ମୋଦୀ ସରକାର।
ସକ୍ଷମ ଅଙ୍ଗନବାଡି ଯୋଜନା ଦ୍ୱାରା ୮ କୋଟି ପିଲା ଉପକୃତ ହେବେ । ଏହାସହ ୧ କୋଟି ଗର୍ଭବତୀ ମହିଳା, ୨୦ ଲକ୍ଷ ଅପପୁଷ୍ଟି ପିଲା ଉପକୃତ ହେବେ । ଏହାସହ ଶିକ୍ଷା ବ୍ୟବସ୍ଥାରେ ବିପ୍ଳବ ଆଣିବାକୁ ପ୍ରତି ହାଇସ୍କୁଲରେ ଡିଜିଟାଲ ବ୍ୟବସ୍ଥା କରାଯିବ। ସବୁ ସ୍କୁଲକୁ ବ୍ରଡବ୍ୟାଣ୍ଡ ସୁବିଧା ଯୋଗାଇ ଦିଆଯିବ।
୧୦ – ବଜେଟ୍ରେ ଇଲେକ୍ଟ୍ରିକ୍ ଗାଡ଼ିରେ ବ୍ୟବହୃତ ଲିଥିୟମ୍ ଏୟାର ବ୍ୟାଟେରୀ ଉତ୍ପାଦନରେ ରିହାତି ମଧ୍ୟ ସାମିଲ ରହିଛି । ଏହା ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକୁ ଶସ୍ତା କରିବ ବୋଲି ଆଶା କରାଯାଉଛି । ବଜେଟ୍ ଅଭିଭାଷଣରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, କୋବାଲ୍ଟ ପାଉଡର ଏବଂ ବର୍ଜ୍ୟବସ୍ତୁ, ଲିଥିୟମ୍-ଆୟନ ବ୍ୟାଟେରୀର ସ୍କ୍ରାପ୍, ସୀସା, ଜିଙ୍କ ଏବଂ ଅନ୍ୟାନ୍ୟ ୧୨ଟି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥକୁ ଛାଡ଼ କରାଯିବ । ଏହା ବ୍ୟତୀତ ଇଲେକ୍ଟ୍ରିକ୍ ଗାଡ଼ି ପାଇଁ ଲିଥିୟମ୍-ଆୟନ ବ୍ୟାଟେରୀ ଉତ୍ପାଦନ ପାଇଁ ୩୫ ଅତିରିକ୍ତ ବସ୍ତୁର ସୀମା ଶୁଳ୍କରୁ ଛାଡ଼ କରାଯିବ।
ସେହିପରି ୫୦ ବର୍ଷ ପାଇଁ ରାଜ୍ୟକୁ ସୁଧ ମୁକ୍ତ ଋଣ ପ୍ରଦାନ କରାଯିବ ବୋଲି ବଜେଟରେ ଘୋଷଣା ହୋଇଛି । SHG ପାଇଁ ଗ୍ରାମୀଣ କ୍ରେଡିଟ କାର୍ଡ ପ୍ରଦାନ କରାଯିବ ସହ ଫୋକସରେ ବିଭିନ୍ନ ଜିନିଷ ମଧ୍ୟ ରଖାଯାଇଛି ଏଥିସହ ଉଡାଣ ଯୋଜନାକୁ ଗୁରୁତ୍ବ ଦିଆଯାଇଛି । ପାହାଡିଆ ଅଂଚଳରେ ଛୋଟ ଛୋଟ ବିମାନ ବନ୍ଦର ଓ ହେଲିପ୍ୟାଡ ନିର୍ମାଣ କରାଯିବ ।
ଚଳିତ ବଜେଟରେ ଦେଶରେ ପ୍ରାଥମିକ ସ୍ତରରୁ ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି ଇ ସକ୍ଷମ ଅଙ୍ଗନବାଡି ଯୋଜନା ଦ୍ୱାରା ୮ କୋଟି ପିଲା ଉପକୃତ ହେବେ । ଏହାସହ ୧ କୋଟି ଗର୍ଭବତୀ ମହିଳା, ୨୦ ଲକ୍ଷ ଅପପୁଷ୍ଟି ପିଲା ଉପକୃତ ହେବେ । ଏହାସହ ଶିକ୍ଷା ବ୍ୟବସ୍ଥାରେ ବିପ୍ଳବ ଆଣିବାକୁ ପ୍ରତି ହାଇସ୍କୁଲରେ ଡିଜିଟାଲ ବ୍ୟବସ୍ଥା କରାଯିବ। ସବୁ ସ୍କୁଲକୁ ବ୍ରଡବ୍ୟାଣ୍ଡ ସୁବିଧା ଯୋଗାଇ ଦିଆଯିବ।
ସେହିପରି ଦେଶରେ ସ୍ବାସ୍ଥ୍ୟସେବାର ଅଗ୍ରଗତି ପାଇଁ ୧୦ ବର୍ଷରେ ମେଡିକାଲ ସିଟ୍ ୧.୧ ଲକ୍ଷ ବୃଦ୍ଧି କରାଯିବ। ସବୁ ଜିଲ୍ଲାରେ କ୍ୟାନ୍ସର ହସ୍ପିଟାଲ୍ ପ୍ରତିଷ୍ଠା କରାଯିବ। ଆବଶ୍ୟକ ଡାକ୍ତର ରହିବେ । ଆସନ୍ତା ୩ ବର୍ଷରେ ଲକ୍ଷ୍ୟ ପୂରଣ କରାଯିବ ବୋଲି କହିଛନ୍ତି ସୀତାରମଣ।




