ଏଲଇଡ଼ି ଟିଭି ଫାଟି ୧ ମୃତ ୩ ଗୁରୁତର

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ପରିବାର ରେ ଘଟି ଯାଇଛି ଦୁଖଦଃ ଘଟଣା I ପରିବାର ର ସଦସ୍ୟ ମାନେ ବସି ଟିଭି ଦେଖୁଥିବାବେଳେ ଏଲଇଡି ଟିଭି ରେ ହୋଇଥିଲା ଭୟଙ୍କର ବିସ୍ଫୋରଣ I ଫଳରେ ଏଥିରେ ଜଣେ ୧୭ ବର୍ଷର ବାଳକଙ୍କ ମୃତ୍ୟୁ ହେବା ସହିତ ଘରର ଅନ୍ୟ ୩ ଜଣ ଆହତ ହୋଇଛନ୍ତି I ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଘରର ଛାତ ମଧ୍ୟ ଉଡିଯାଇଛି I ଘଟନାନୁସାରେ ମଙ୍ଗଳବାର […]

Samaya Live Picture
Published On

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ପରିବାର ରେ ଘଟି ଯାଇଛି ଦୁଖଦଃ ଘଟଣା I ପରିବାର ର ସଦସ୍ୟ ମାନେ ବସି ଟିଭି ଦେଖୁଥିବାବେଳେ ଏଲଇଡି ଟିଭି ରେ ହୋଇଥିଲା ଭୟଙ୍କର ବିସ୍ଫୋରଣ I ଫଳରେ ଏଥିରେ ଜଣେ ୧୭ ବର୍ଷର ବାଳକଙ୍କ ମୃତ୍ୟୁ ହେବା ସହିତ ଘରର ଅନ୍ୟ ୩ ଜଣ ଆହତ ହୋଇଛନ୍ତି I ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଘରର ଛାତ ମଧ୍ୟ ଉଡିଯାଇଛି I

ଘଟନାନୁସାରେ ମଙ୍ଗଳବାର ଦିନ ୨ଟା ସମୟରେ ଗାଜିଆବାଦର ତୁଳସୀ ନିକେତନର ହର୍ଷ ବିହାର ୨ ଅଞ୍ଚଳର ଗୋଟିଏ ପରିବାର ବସି ଟିଭି ଦେଖୁଥିଲେ I ଏହି ସମୟରେ ହଠାତ ଟିଭିରେ ଭୟଙ୍କର ବିସ୍ଫୋରଣ ହୋଇଥିଲା I ବିସ୍ଫୋରଣରେ ଓ଼ମେନ୍ଦ୍ର ନାମକ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ମା’ଓମବତୀ,ପିଉସୀ ଏବଂ ସାନ ଭାଇ କରଣ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି I ସେହିଭଳି ଏହି ବିସ୍ଫାରଣ ଏତେ ଭୟଙ୍କର ଥିଲା ଯେ ଘରର ଛାତ ସମ୍ପୂର୍ଣ୍ଣ ଭୁଶୁଡି ପଡିଥିଲା I

ଏହି ଘଟଣାରେ ଭୟଙ୍କର ଶବ୍ଦଶୁଣି ପାଖ ପଡୋଶୀ ଘରୁ ବାହାରି ଆସିଥିଲେ I ତେବେ ଝରକା ପଟୁ ଧୂଆଁ ବାହାରୁଥିବା ଦେଖି ଭିତରକୁ ଯିବାକୁ ସାହସ କରି ପାରିନଥିଲେ I ତା’ପରେ ପଡ଼ୋଶୀ କୌଣସି ପ୍ରକାରେ ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ପହଞ୍ଚାଇଥିଲେ । ଏନେଇ ପୋଲିସକୁ ସୂଚନା ଦିଆଯାଇଥିଲା । ପୋଲିସ୍‌ ବର୍ତ୍ତମାନ ଏହି ଘଟଣାର ତଦନ୍ତ କରୁଛି । ତେବେ ଆଶ୍ଚର୍ଯ୍ୟ ର କଥା ଏପର୍ଯ୍ୟନ୍ତ ମୋବାଇଲ ଫୋନ ରେ ବିସ୍ଫୋରଣ ଘଟଣା ଘଟୁଥିବାବେଳେ ବର୍ତ୍ତମାନ ଟିଭି ବିସ୍ଫୋରଣ ଘଟଣା ସାମ୍ନାକୁ ଆସିଛି I