ଅପରେସନ ‘ସିନ୍ଦୁର’କୁ ନେଇ ସୋସିଆଲ ମିଡିଆରେ ଆପତ୍ତି ଜନକ ମନ୍ତବ୍ୟ ଦେବା ଅଭିଯୋଗରେ ଆଇନ ଛତ୍ରୀ ଗିରଫ

ନୂଆଦିଲ୍ଲୀ : ଅପରେସନ ସିନ୍ଦୂର ଉପରେ ଆପତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗରେ ପୁନେର ଜଣେ ଆଇନ ଛାତ୍ରୀ ଗିରଫ ହୋଇଛନ୍ତି । ଶୁକ୍ରବାର ରାତିରେ କୋଲକାତା ପୋଲିସ ଆଇନ ଛାତ୍ରୀ ଶର୍ମିଷ୍ଠା ପାନୋଲିଙ୍କୁ ଗୁରୁଗ୍ରାମରୁ ଗିରଫ କରିଛି । ଶର୍ମିଷ୍ଠା ଅପରେସନ ସିନ୍ଦୁରକୁ ନେଇ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ଆପତ୍ତି ଜନକ ମନ୍ତବ୍ୟ ସହ ଏକ ଭିଡିଓ ପୋଷ୍ଟ କରିଥିଲେ । ତେବେ ବିବାଦ ସୃଷ୍ଟି ହେବା ପରେ ଭିଡିଓକୁ ପରେ ଡିଲିଟ କରିଦେଇଥିଲେ […]

ଅପରେସନ ‘ସିନ୍ଦୁର’କୁ ନେଇ ସୋସିଆଲ ମିଡିଆରେ ଆପତ୍ତି ଜନକ ମନ୍ତବ୍ୟ ଦେବା ଅଭିଯୋଗରେ ଆଇନ ଛତ୍ରୀ ଗିରଫ
Samaya Live Picture
Published On

ନୂଆଦିଲ୍ଲୀ : ଅପରେସନ ସିନ୍ଦୂର ଉପରେ ଆପତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗରେ ପୁନେର ଜଣେ ଆଇନ ଛାତ୍ରୀ ଗିରଫ ହୋଇଛନ୍ତି । ଶୁକ୍ରବାର ରାତିରେ କୋଲକାତା ପୋଲିସ ଆଇନ ଛାତ୍ରୀ ଶର୍ମିଷ୍ଠା ପାନୋଲିଙ୍କୁ ଗୁରୁଗ୍ରାମରୁ ଗିରଫ କରିଛି । ଶର୍ମିଷ୍ଠା ଅପରେସନ ସିନ୍ଦୁରକୁ ନେଇ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ଆପତ୍ତି ଜନକ ମନ୍ତବ୍ୟ ସହ ଏକ ଭିଡିଓ ପୋଷ୍ଟ କରିଥିଲେ । ତେବେ ବିବାଦ ସୃଷ୍ଟି ହେବା ପରେ ଭିଡିଓକୁ ପରେ ଡିଲିଟ କରିଦେଇଥିଲେ ।

ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏହି ଭିଡିଓକୁ ନେଇ ବିବାଦ ଦେଖାଦେବା ପରେ କୋଲକାତାରେ ଏକ ଏଫଆଇଆର ପଞ୍ଜିକୃତ ହୋଇଥିଲା। ଏ ସଂକ୍ରାନ୍ତରେ ପାନୋଲିଙ୍କୁ ଆଇନଗତ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲେ ମଧ୍ୟ ସେ ଗ୍ରହଣ ନକରିବାରୁ କୋର୍ଟ ଗିରଫ ପରୱାନା ଜାରି କରିଥିଲେ। ଏହି ଆଧାରରେ ତାଙ୍କୁ ଗୁରୁଗ୍ରାମରୁ ଗିରଫ କରାଯାଇଥିଲା।

ବିବାଦ ପରେ, ପାନୋଲି ସୋସିଆଲ ମିଡିଆରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ। ତାଙ୍କର ଭିଡିଓ ଏବଂ ପୋଷ୍ଟଗୁଡ଼ିକୁ ଡିଲିଟ୍ କରିଦେଇଥିଲେ। ସେ Xରେ ଲେଖିଛନ୍ତି, “ମୁଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରୁଛି। ଯାହା ବି କହିଥିଲି ତାହା ମୋର ବ୍ୟକ୍ତିଗତ ଭାବନା ଏବଂ ମୁଁ କେବେ ଜାଣିଶୁଣି କାହାକୁ ଆଘାତ ଦେବାକୁ ଚାହୁଁନାହିଁ, ତେଣୁ ଯଦି କାହାକୁ ଆଘାତ ଲାଗିଛି ତେବେ ମୁଁ ଏଥିପାଇଁ ଦୁଃଖିତ। ମୁଁ ସହଯୋଗ ଏବଂ ବୁଝାମଣା ଆଶା କରୁଛି। ଏବେଠାରୁ, ମୁଁ ମୋର ସାର୍ବଜନୀନ ପୋଷ୍ଟରେ ସତର୍କ ରହିବି। ଦୟାକରି ମୋର କ୍ଷମା ପ୍ରାର୍ଥନା ଗ୍ରହଣ କରନ୍ତୁ।”

Tags: