ଦେଶର ଶେଷ ଗାଁ

ହିମାଚଳରେ ଏପରି ଏକ ଗାଁ ରହିଛି ଯାହା ଭାରତର ଶେଷ ଗାଁ ଭାବରେ ପରିଚିତ । ଦେଶର ଶେଷ ବସଷ୍ଟାଣ୍ଡ, ଶେଷ ସ୍କୁଲ, ଶେଷ ପୋଷ୍ଟ ଅଫିସ୍‌ ଓ ଶେଷ ଢାବା ମଧ୍ୟ ଏହିଠାରେ ରହିଛି । ଚୀନ୍‌ ତି³ତ ସୀମାରେ ଅବସ୍ଥିତ ଏହି ଗାଁରେ ୪୭୧ ଭୋଟର ରହିଛନ୍ତି କିନ୍ତୁ ଏଠିକାର ରୀତି ନୀତି ପୁରା ବିଚିତ୍ର । ଦେବୀ ପୂଜା କରୁଥିବା ଏହି ଗାଁର ଜଣେ ମହିଳା ଦୁଇ କିମ୍ବା ଦୁଇ ପୁରୁଷରୁ ଅଧିକ […]

Samaya Live Picture
Published On

ହିମାଚଳରେ ଏପରି ଏକ ଗାଁ ରହିଛି ଯାହା ଭାରତର ଶେଷ ଗାଁ ଭାବରେ ପରିଚିତ । ଦେଶର ଶେଷ ବସଷ୍ଟାଣ୍ଡ, ଶେଷ ସ୍କୁଲ, ଶେଷ ପୋଷ୍ଟ ଅଫିସ୍‌ ଓ ଶେଷ ଢାବା ମଧ୍ୟ ଏହିଠାରେ ରହିଛି । ଚୀନ୍‌ ତି³ତ ସୀମାରେ ଅବସ୍ଥିତ ଏହି ଗାଁରେ ୪୭୧ ଭୋଟର ରହିଛନ୍ତି କିନ୍ତୁ ଏଠିକାର ରୀତି ନୀତି ପୁରା ବିଚିତ୍ର । ଦେବୀ ପୂଜା କରୁଥିବା ଏହି ଗାଁର ଜଣେ ମହିଳା ଦୁଇ କିମ୍ବା ଦୁଇ ପୁରୁଷରୁ ଅଧିକ ବିବାହ କରିପାରନ୍ତି ।
last village of india in himachal

ଝିଅମାନଙ୍କୁ ପୈତୃକ ସମ୍ପତ୍ତିରୁ ଭାଗ ମିଳେ ନାହିଁ । ଖାଦ୍ୟ ପଦାର୍ଥ ଉପରେ କୌଣସି ବାହାର ଲୋକଙ୍କ ଛାଇ ପଡିଗଲେ ତାହାକୁ ଆଉ କେହି ଗ୍ରହଣ କରନ୍ତି ନାହିଁ । ଏହି କାହାଣୀ ଭାରତ-ତି³ତ ଓଲï ରୋଡ୍‌ ଉପରେ ଅବସ୍ଥିତ ସାଙ୍ଗଲା ଠାରୁ ୨୮ କିଲୋମିଟର ଦୂରରେ ଅବସ୍ଥିତ ସୁନ୍ଦର ଛିତକୁଲ ଗାଁ । ଏଠାରୁ ତି³ତ ଚୀନ୍‌ ବର୍ଡର ପ୍ରାୟ ୬୦ କିଲୋମିଟର ଦୂର । ପୂର୍ବରୁ ବର୍ଡର ସେପଟକୁ ଯିବା ଆସିବା ଲାଗି ରହିଥିଲା କିନ୍ତୁ ୧୯୬୨ ଭାରତ-ଚୀନ୍‌ ଯୁଦ୍ଧ ପରେ ସବୁ କିଛି ବନ୍ଦ ହୋଇଯାଇଛି ।

last village of india in himachal

ଏହି ଗାଁର ସ୍ୱତନ୍ତ୍ରତା ଉପରେ ଆସନ୍ତୁ ନଜର ପକାଇବା

୧-ଏଠାକୁ ଦିନରେ ମାତ୍ର ୨ଟି ବସ୍‌ ଆସିଥାଏ । ଗୋଟିଏ ବସ୍‌ ରିକାଙ୍ଗ ପିଓ ଓ ଅନ୍ୟଟି ଚଣ୍ଡୀଗଡ ଯାଇଥାଏ ।

୨-ଛିତକୁଳ ପୋଷ୍ଟ ଅଫିସ୍‌ରେ ମାତ୍ର ୨ ଜଣ ଲୋକ କାମ କରିଥାନ୍ତି । ୧୫ ବର୍ଷ ତଳେ ଏଠାକୁ ଶେଷ ଚିଠି ଆସିଥିଲା ।

୩-ଏହି ଗାଁର ସ୍କୁଲରେ ପ୍ରଥମରୁ ୧୦ମ ପର୍ଯ୍ୟନ୍ତ ପାଠ ପଢାଯାଏ । ସ୍କୁଲରେ ମାତ୍ର ୨୧ ପିଲା ପଢିଥାନ୍ତି । ଏମାନଙ୍କ ଲାଗି ଜଣେ ଶିକ୍ଷକ ଅଛନ୍ତି ।

୪-ଏଠିକାର ଢାବା ଟୁରିଷ୍ଟ ସ୍ପଟ୍‌ ପାଲଟି ଯାଇଛି । ଏହାର ପ୍ରାଚୀରରେ ଏଠାରେ ଖାଦ୍ୟ ଖାଇଥିବା ସେଲିବ୍ରିଟିଙ୍କ ଫଟୋ ଲାଗିଛି ।

ଦିଲ୍ଲୀରୁ ୬୦୨ କିଲୋମିଟର ପଥ ଯାତ୍ରା କଲେ ଛିତକୁଲରେ ପହଞ୍ଚିପାରିବେ । ଏଠାକୁ ପଡିଥିବା ସଡକ ବହୁତ ଅଣଓସାରିଆ ଓ ବିପଦପୂର୍ଣ୍ଣ । ଶୀତଦିନେ ଏଠାକୁ ଯାତ୍ରା କରିବା ଅଧିକ ବିପଦପୂର୍ଣ୍ଣ ହୋଇଯାଏ ।