କେଦାରନାଥରେ ଭୂସ୍ଖଳନ, ୧୨ ରୁ ଅଧିକ ନିଖୋଜ

ନୂଆଦିଲ୍ଲୀ: କେଦାରନାଥରେ ବଡ ଧରଣର ଭୂସ୍ଖଳନ । ପ୍ରବଳ ବର୍ଷା ପାଇଁ ଏପରି ବିପର୍ଯ୍ୟୟ ସୃଷ୍ଟି ହୋଇଛି ।ଏଥିରେ ୧୨ରୁ ଅଧିକ ଲୋକ ନିଖୋଜ ଥିବାର ଜଣାପଡିଛି । ଉତ୍ତାରଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲା ଗୌରୀକୁଣ୍ଡ ନିକଟରେ ଏହି ଘଟଣା ଘଟିଛି । ଚାରିଧାମ ମଧ୍ୟରେ ପ୍ରସିଦ୍ଧ ଶୈବ ପୀଠରେ ଲଗାଣ ବର୍ଷା ଯୋଗୁ ମନ୍ଦାକିନୀ ନଦୀର ଜଳସ୍ତର ବଢି ଚାଲିଛି । ଏହା ଦ୍ୱାରା ଭୂସ୍ଖଳନରେ ତିନିଟି ଦୋକାନ ଭାସିଯାଇଥିବା ବେଳେ ୧୨ରୁ ଅଧିକ ଲୋକ ନିଖୋଜ […]

Samaya Live Picture
Published On

ନୂଆଦିଲ୍ଲୀ: କେଦାରନାଥରେ ବଡ ଧରଣର ଭୂସ୍ଖଳନ । ପ୍ରବଳ ବର୍ଷା ପାଇଁ ଏପରି ବିପର୍ଯ୍ୟୟ ସୃଷ୍ଟି ହୋଇଛି ।ଏଥିରେ ୧୨ରୁ ଅଧିକ ଲୋକ ନିଖୋଜ ଥିବାର ଜଣାପଡିଛି । ଉତ୍ତାରଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲା ଗୌରୀକୁଣ୍ଡ ନିକଟରେ ଏହି ଘଟଣା ଘଟିଛି ।

ଚାରିଧାମ ମଧ୍ୟରେ ପ୍ରସିଦ୍ଧ ଶୈବ ପୀଠରେ ଲଗାଣ ବର୍ଷା ଯୋଗୁ ମନ୍ଦାକିନୀ ନଦୀର ଜଳସ୍ତର ବଢି ଚାଲିଛି । ଏହା ଦ୍ୱାରା ଭୂସ୍ଖଳନରେ ତିନିଟି ଦୋକାନ ଭାସିଯାଇଥିବା ବେଳେ ୧୨ରୁ ଅଧିକ ଲୋକ ନିଖୋଜ ଥିବାର ସୂଚନା ମିଳିଛି । ତେବେ ଖବର ପାଇ ଏସ୍‌ଡିଆର୍‌ଫ୍‌ ଓ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

Tags: