ଲାଲୁ ଯାଦବଙ୍କୁ କିଡନୀ ଦେବେ ଝିଅ

ପାଟନା: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି ଝିଅ ରୋହିଣୀ ଆଚାର୍ଯ୍ୟ । ଦୀର୍ଘ ବର୍ଷ ହେଲା ଲାଲୁ ପ୍ରସାଦ କିଡନୀ ଓ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଏବେ ତାଙ୍କ ଅବସ୍ଥା ଅଧିକ ବିଗୁଡ଼ୁ ଥିବାରୁ ତାଙ୍କୁ ନୂଆ ଜୀବନ ଦେବାକୁ ନିଷ୍ପତ୍ତି ନେଇଛନ୍ତି ସିଙ୍ଗାପୁରରେ ରହୁଥିବା ଝିଅ ରୋହଣୀ । ସେ ଲାଲୁ ପ୍ରସାଦଙ୍କୁ ତାଙ୍କର ଗୋଟିଏ କିଡନୀ ଦାନ କରିବେ । ଏହା […]

Samaya Live Picture
Published On

ପାଟନା: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି ଝିଅ ରୋହିଣୀ ଆଚାର୍ଯ୍ୟ । ଦୀର୍ଘ ବର୍ଷ ହେଲା ଲାଲୁ ପ୍ରସାଦ କିଡନୀ ଓ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଏବେ ତାଙ୍କ ଅବସ୍ଥା ଅଧିକ ବିଗୁଡ଼ୁ ଥିବାରୁ ତାଙ୍କୁ ନୂଆ ଜୀବନ ଦେବାକୁ ନିଷ୍ପତ୍ତି ନେଇଛନ୍ତି ସିଙ୍ଗାପୁରରେ ରହୁଥିବା ଝିଅ ରୋହଣୀ । ସେ ଲାଲୁ ପ୍ରସାଦଙ୍କୁ ତାଙ୍କର ଗୋଟିଏ କିଡନୀ ଦାନ କରିବେ । ଏହା ଲାଲୁଙ୍କୁ ଦୀର୍ଘାୟୁ କରିବ ବୋଲି ଆଶା କରାଯାଉଛି ।

Lalu Yadav's Daughter On Donating Kidney To Him

ରିପୋର୍ଟ ଅନୁଯାୟୀ, ଅକେଫାବର ମାସରେ ସ୍ୱାସ୍ଥ୍ୟଜନିତ ସମସ୍ୟା ପାଇଁ ଲାଲୁ ସିଙ୍ଗାପୁର ଯାଇଥିଲେ । ଏହି ସମୟରେ ସେଠାକାର ଡାକ୍ତର ତାଙ୍କୁ କିଡନୀ ପ୍ରତିରୋପଣ ପାଇଁ ପରାମର୍ଶ ଦେଇଥିଲେ । କିଡନୀ ପ୍ରତିରୋପଣ ହୋଇପାରିଲେ ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବ ବୋଲି ଡାକ୍ତରମାନେ କହିଛନ୍ତି ।

ଏକଥା ରୋହଣୀ ଜାଣିବା ପରେ ବାପାଙ୍କୁ ତାଙ୍କର ଗୋଟିଏ କିଡନୀ ଦେବାକୁ ପ୍ରସ୍ତାବ ଦେଇଥିଲେ । ପ୍ରାଥମିକ ଅବସ୍ଥାରେ ଲାଲୁ ପ୍ରସାଦ ନିଜ ଜୀବନ ପାଇଁ ତାଙ୍କ ଝିଅର ଜୀବନକୁ ବିପଦରେ ପକାଇ ପାରିବେ ନାହିଁ ବୋଲି କହିଥିଲେ । ଏଥିସହ ସେ ରୋହିଣୀଙ୍କ ଠାରୁ କିଡନୀ ନେବାକୁ ରାଜି ହୋଇ ନଥିଲା । କି;ୁ ରୋହିଣୀ ତାଙ୍କୁ ଅନେକ ବୁଝାସୁଝା କରିଥିଲେ । ଏହାବାଦ ପରିବାର ଲୋକଙ୍କ କିଡନୀ ପ୍ରତିରୋପଣରେ ସଫଳତା ଅଧିକା ଥିବା ସେ ଲାଲୁଙ୍କୁ କହିଥିଲେ । ଏହା ଜାଣିବା ପରେ ଓ ରୋହିଣୀଙ୍କ ବାରମ୍ବାର ଅନୁରୋଧ ଯୋଗୁ ଲାଲୁ କିଡନୀ ଗ୍ରହଣ କରିବାକୁ ରାଜି ହୋଇଛନ୍ତି ।

ଲାଲୁ ଆସନ୍ତା ନଭେମ୍ବର ୨୦ରୁ୨୪ ତାରିଖ ମଧ୍ୟରେ ସିଙ୍ଗାପୁର ଗସ୍ତରେ ଯିବେ । ଏହି ସମୟରେ ସେଠାରେ ତାଙ୍କ କିଡନୀ ପ୍ରତିରୋପଣ ହେବ ବୋଲି ଜଣାପଡ଼ିଛି । ରୋହିଣୀ ହେଉଛନ୍ତି ଲାଲୁଙ୍କ ଦ୍ୱିତୀୟ କନ୍ୟା । ସେ ସିଙ୍ଗାପୁରରେ ରୁହନ୍ତି । ବାରମ୍ବାର ବାପା ଅସୁସ୍ଥ ହେଉଥିବାରୁ ରୋହିଣୀ ବ୍ୟସ୍ତ ହୋଇଯାଇଥିଲେ । ଏଥିସହ ସିଙ୍ଗାପୁର ଆସି ଡାକ୍ତରଙ୍କ ପରାମର୍ଶ ନେବାକୁ ମଧ୍ୟ କହିଥିଲେ । ତାଙ୍କ କଥାରେ ଲାଲୁ ଏବେ ନିଜର ଚିକିତ୍ସା କରାଇବାକୁ ସିଙ୍ଗାପୁର ଯିବେ ।