ଆମେ ସରକାର ଗଠନ କରିବୁ : ଲାଲୁ
ପାଟନା: ଆର୍ଜେଡି (ରାଷ୍ଟ୍ରୀୟ ଜନତା ଦଳ) ସୁପ୍ରିମୋ ଏବଂ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ସୋମବାର ଘୋଷଣା କରିଛନ୍ତି ଯେ ବିହାରରେ ମହାମେଣ୍ଟ କ୍ଷମତାକୁ ଆସିବ। ପୁଅ ତେଜସ୍ବୀ ଯାଦବ ଖୁବ୍ଶୀଘ୍ର ମୁଖ୍ୟମନ୍ତ୍ରୀ ଆସନରେ ବସିବେ ବୋଲି ସେ ଦୃଢ଼ ଆଶା ପୋଷଣ କରିଛନ୍ତି। ନିର୍ବାଚନ ପ୍ରଚାର ପାଇଁ ପ୍ରଥମ ଥର ବାହାରକୁ ବାହାରିଥିବା ଲାଲୁ ଏନ୍ଡିଟିଭିକୁ କହିଛନ୍ତି, ଲୋକମାନଙ୍କ ରାୟ ସ୍ପଷ୍ଟ ଅଛି ଏବଂ ନଭେମ୍ବର ୧୪ ତାରିଖରେ ଏକ ପରିବର୍ତ୍ତନର ସରକାର […]
ପାଟନା: ଆର୍ଜେଡି (ରାଷ୍ଟ୍ରୀୟ ଜନତା ଦଳ) ସୁପ୍ରିମୋ ଏବଂ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ସୋମବାର ଘୋଷଣା କରିଛନ୍ତି ଯେ ବିହାରରେ ମହାମେଣ୍ଟ କ୍ଷମତାକୁ ଆସିବ। ପୁଅ ତେଜସ୍ବୀ ଯାଦବ ଖୁବ୍ଶୀଘ୍ର ମୁଖ୍ୟମନ୍ତ୍ରୀ ଆସନରେ ବସିବେ ବୋଲି ସେ ଦୃଢ଼ ଆଶା ପୋଷଣ କରିଛନ୍ତି। ନିର୍ବାଚନ ପ୍ରଚାର ପାଇଁ ପ୍ରଥମ ଥର ବାହାରକୁ ବାହାରିଥିବା ଲାଲୁ ଏନ୍ଡିଟିଭିକୁ କହିଛନ୍ତି, ଲୋକମାନଙ୍କ ରାୟ ସ୍ପଷ୍ଟ ଅଛି ଏବଂ ନଭେମ୍ବର ୧୪ ତାରିଖରେ ଏକ ପରିବର୍ତ୍ତନର ସରକାର ଗଠନ ହେବ। ଲାଲୁ କହିଛନ୍ତି, ଆମେ ସରକାର ଗଠନ କରିବୁ ଏବଂ ତେଜସ୍ବୀ ଯାଦବ ମୁଖ୍ୟମନ୍ତ୍ରୀ ହେବେ। ଉଲ୍ଲେଖଯୋଗ୍ୟ ଯେ ସ୍ବାସ୍ଥ୍ୟ ସମସ୍ୟା ପାଇଁ ଗତ କିଛି ବର୍ଷ ହେବ ନିର୍ବାଚନ ପ୍ରଚାର ଠାରୁ ଦୂରରେ ରହିଥିବା ଲାଲୁ ପୁଣିଥରେ ମହାମେଣ୍ଟ ପାଇଁ ରଣନୀତିଜ୍ଞ ଭାବେ ଉଭା ହୋଇଛନ୍ତି। ଲାଲୁ କହିଛନ୍ତି, ନିର୍ବାଚନ ପ୍ରଚାର ଠିକ୍ ଚାଲିଛି। ସ୍ଥାନୀୟ ନେତାମାନେ ଭଲ କାମ କରୁଛନ୍ତି। ଲୋକଙ୍କଠାରୁ ବିପୁଳ ସମର୍ଥନ ମିଳୁଛି। ମହାମେଣ୍ଟ ନିଶ୍ଚିତ ଜିତିବ।




