ଲାଲୁ ପ୍ରସାଦ ଯାଦବଙ୍କ ପୁରା ପରିବାର ରେ ଇଡି ଚଢ଼ାଉ
ନୂଆଦିଲ୍ଲୀ : ‘ଲ୍ୟାଣ୍ଡ ଫୋର ଜବ ସ୍କାମ’ ମାମଲାରେ ଫସିଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପୁରା ପରିବାର I ପୂର୍ବରୁ ରାବ୍ରୀ ଦେବୀ ଓ ଲାଲୁ ପ୍ରସାଦ ଯାଦବଙ୍କ ଘରେ ସିିବିଆଇ ଚଢ଼ାଉ କରିବା ସହ ଉଭୟଙ୍କୁ ଜେରା କରିଥିଲା ଆଉ ଏବେ ଏଥିରେ ପ୍ରବର୍ତନ ନିର୍ଦ୍ଦେଶାଳୟ ବା ଇଡିର ଏଣ୍ଟ୍ରି ହୋଇଛି । ‘ଲ୍ୟାଣ୍ଡ ଫୋର ଜବ ସ୍କାମ’ରେ ବିପୁଳ ପରିମାଣରେ ଅର୍ଥ ତୋଷରପାତ ମାମଲାରେ ଜଡିତ ଥିବା ଅଭିଯୋଗରେ ଲଲୁଙ୍କର […]
ନୂଆଦିଲ୍ଲୀ : ‘ଲ୍ୟାଣ୍ଡ ଫୋର ଜବ ସ୍କାମ’ ମାମଲାରେ ଫସିଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପୁରା ପରିବାର I ପୂର୍ବରୁ ରାବ୍ରୀ ଦେବୀ ଓ ଲାଲୁ ପ୍ରସାଦ ଯାଦବଙ୍କ ଘରେ ସିିବିଆଇ ଚଢ଼ାଉ କରିବା ସହ ଉଭୟଙ୍କୁ ଜେରା କରିଥିଲା ଆଉ ଏବେ ଏଥିରେ ପ୍ରବର୍ତନ ନିର୍ଦ୍ଦେଶାଳୟ ବା ଇଡିର ଏଣ୍ଟ୍ରି ହୋଇଛି । ‘ଲ୍ୟାଣ୍ଡ ଫୋର ଜବ ସ୍କାମ’ରେ ବିପୁଳ ପରିମାଣରେ ଅର୍ଥ ତୋଷରପାତ ମାମଲାରେ ଜଡିତ ଥିବା ଅଭିଯୋଗରେ ଲଲୁଙ୍କର ୧୫ ଟି ସ୍ଥାନ ଉପରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଚଢ଼ାଉ କରିଥିଲା।
ସୂଚନା ଅନୁୁସାରେ ଦିଲ୍ଲୀ, ମୁମ୍ବାଇ, ହରିଆଣା, ଉତରପ୍ରଦେଶ, ବିହାରର ମୋଟ ୨୦ଟି ଠିକଣା ଉପରେ ଚଢ଼ାଉ କରିଛି ଇଡି । ଏହି ଚଢ଼ାଉ ମୁଖ୍ୟତଃ ଲାଲୁ ଓ ରାବ୍ରୀଙ୍କ ସର୍ମ୍ପକୀୟ, ନିକଟତମ ସହଯୋଗୀ, ଆରଜେଡିର କିଛି ବରିଷ୍ଠ ନେତାଙ୍କ ଠିକଣା ଉପରେ କରାଯାଇଛି । ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦ, ଲାଲୁଙ୍କ ୩ଜଣ ଝିଅ ଚନ୍ଦା, ରାଗଣୀ, ହେମା, ଆରଜେଡି ବିଧାୟକ ଅବୁ ଦୋଜା ଠିକଣାକୁ ମଧ୍ୟ ଟାର୍ଗେଟ କରିଛି ଇଡି ।
ଇଡି ଚଢ଼ାଉ ସମୟରେ ସର୍ବମୋଟ ୫୪୦ ଗ୍ରାମ ସୁନା ମୁଦ୍ରା, ୧.୫ କିଲୋଗ୍ରାମ ସୁନା ଅଳଙ୍କାର, ନଗଦ ୫୩ ଲକ୍ଷ ଟଙ୍କା,୯୦୦ ଆମେରିକୀୟ ଡଲାର ଏବଂବିପୁଳ ପରିମାଣରେ ବିଦେଶୀ ମୁଦ୍ରା ଉଦ୍ଧାର କରାଯାଇଛି। ଏହା ବ୍ୟତୀତ ତଦନ୍ତରୁ ଜଣାପଡିଛି ଯେ ଦିଲ୍ଲୀର ଫ୍ରେଣ୍ଡସ୍ କଲୋନୀ ଅଞ୍ଚଳରେ ତେଜସ୍ୱୀ ଯାଦବ ରହୁଥିବା ଘର AK ଇନଫୋସିଷ୍ଟମ୍ ନାମରେ ପଞ୍ଜିକୃତ ହୋଇଛି। ଏହି କମ୍ପାନୀ ଲାଲୁ ଯାଦବଙ୍କ ପରିବାରର ହୋଇଥିବା ବେଳେ ଏହା ବିରୋଧରେ ସିବିଆଇ ଏକ ଚାର୍ଜସିଟ୍ ଦାଖଲ କରିଛି। ଏଥି ସହିତ, ଅନୁସନ୍ଧାନରୁ ଜଣାପଡିଛି ଯେ ମେରିଡିଆନ୍ କନଷ୍ଟ୍ରକସନକୁ ବିକ୍ରି ହୋଇଥିବା ଚାରିଟି ପ୍ଲଟ୍ ଆବୁ ଦୁଜାନା ନାମରେ ପଞ୍ଜିକୃତ ହୋଇଛି।
ଲ୍ୟାଣ୍ଡ ଫର ଜବ ସ୍କାମକୁ ନେଇ ୨୦୨୨ ମସିହାରେ ପ୍ରଥମ ମାମଲା ରୁଜୁ ହୋଇଥିଲା । ଲାଲୁଙ୍କ ନିଟତମ ସହଯୋଗୀ ଭୋଳା ଯାଦବ ମାମଲାରେ ଗିରଫ ହୋଇଥିଲେ । ଜେରା ସମୟରେ ଭୋଳା ସିବିଆଇ ସମ୍ମୁଖରେ ଲାଲୁ ଓ ତାଙ୍କ ସମ୍ପର୍କୀୟ ଓ ବନ୍ଧୁଙ୍କୁ ନାଁ ଉଠାଇଥିଲେ ।
ଅନ୍ୟପଟେ ଗତକାଲି ବିହାର ଉପ-ମୁଖ୍ୟମନ୍ତ୍ରୀ ତଥା ତେଜସ୍ୱୀ ଯାଦବ ଓ ତାଙ୍କ ପତ୍ନୀଙ୍କୁ ଇଡି ୧୨ ଘଣ୍ଟା ଧରି ଘାଣ୍ଟି ଥିଲା। ଜେରା ପରେ ତେଜସ୍ୱୀଙ୍କ ପତ୍ନୀ ବେହୋସ ହୋଇପଡିଥିବା ଖବର ସାମ୍ନାକୁ ଆସିଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ ରକ୍ତଚାପ ବଢ଼ି ଯାଇଥିବା ସୂଚନା ମିଳିଛି। ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି।
ସେହିପରି କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ ତଥା ସିବିଆଇ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଏହି ମାମଲାରେ ପଚରାଉଚରା କରିବା ପାଇଁ ଶନିବାର ସମନ ଜାରି କରିଥିଲା। କିନ୍ତୁ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ଯୋଗୁ ଆଜି ବି ସେ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇପାରିବେ ନାହିଁ ବୋଲି ଜଣାପଡ଼ିଛି।




