ମା’ହେଲେ ବିପଶା,ଘରକୁ ଆସିଲେ ଲକ୍ଷ୍ମୀ
ମୁମ୍ବାଇ : ବଲିଉଡ ଇଣ୍ଡଷ୍ଟ୍ରି ରେ ପଛକୁ ପଛ ଲାଗି ରହିଛି ଖୁସି ଖବର I ଆଜି ବିପଶା ବସୁ ଏକ କନ୍ୟା ସନ୍ତାନର ଜନନୀ ହୋଇଛନ୍ତି Iଆଲିଆ ଭଟ ଓ ଦେବୀନ ବାନାର୍ଜୀଙ୍କ ପରେ ବିପାଶା ବସୁଙ୍କର ମଧ୍ୟ ଝିଅ ହୋଇଛି I ମୁମ୍ବାଇର ହିନ୍ଦୁଜା ହସପିଟାଲରେ ବିପାଶା ଝିଅକୁ ଜନ୍ମ ଦେଇଛନ୍ତି। ଝିଅ ଜନ୍ମ ହେବା ପରେ ବିପାଶା ଏବଂ କରନ ସିଂ ଗ୍ରୋଭର ବେଶ୍ ଖୁସି ରହିଛନ୍ତି। ଖବର ଅନୁଯାୟୀ, ୪୩ ବର୍ଷ […]
ମୁମ୍ବାଇ : ବଲିଉଡ ଇଣ୍ଡଷ୍ଟ୍ରି ରେ ପଛକୁ ପଛ ଲାଗି ରହିଛି ଖୁସି ଖବର I ଆଜି ବିପଶା ବସୁ ଏକ କନ୍ୟା ସନ୍ତାନର ଜନନୀ ହୋଇଛନ୍ତି Iଆଲିଆ ଭଟ ଓ ଦେବୀନ ବାନାର୍ଜୀଙ୍କ ପରେ ବିପାଶା ବସୁଙ୍କର ମଧ୍ୟ ଝିଅ ହୋଇଛି I ମୁମ୍ବାଇର ହିନ୍ଦୁଜା ହସପିଟାଲରେ ବିପାଶା ଝିଅକୁ ଜନ୍ମ ଦେଇଛନ୍ତି। ଝିଅ ଜନ୍ମ ହେବା ପରେ ବିପାଶା ଏବଂ କରନ ସିଂ ଗ୍ରୋଭର ବେଶ୍ ଖୁସି ରହିଛନ୍ତି।

ଖବର ଅନୁଯାୟୀ, ୪୩ ବର୍ଷ ବୟସରେ ବିପଶା ଝିଅ କୁ ଜନ୍ମ ଦେଇଛନ୍ତି ଏବଂ ଦୁହେଁ ବହୁତ ଖୁସି ଅଛନ୍ତି I ବିପାସା ବସୁ ଓ କରଣ ସିଂହ ଗ୍ରୋଭର ସେମାନଙ୍କ ପ୍ରଥମ ସନ୍ତାନକୁ ସ୍ୱାଗତ କରିଛନ୍ତି। ଅଭିନେତ୍ରୀ ବିପାସା ବସୁ ଏକ ଖୁବ୍ ସୁନ୍ଦର କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ପରେ ବଲିଉଡର ଏହି କପୁଲ ମଧ୍ୟ ପ୍ୟାରେଣ୍ଟ କ୍ଲବରେ ଯୋଗ ଦେଇଛନ୍ତି। ଗତ ଅଗଷ୍ଟ ମାସରେ ଦୁହେଁ ଫ୍ୟାନ୍ସଙ୍କୁ ଏହି ଖୁସିଖବର ଜଣାଇଥିଲେ। ଉଭୟ ସୋସିଆଲ ମିଡିଆରେ ବେବି ବମ୍ପ ଫଟୋ ସେୟାର କରିଥିଲେ। ଯାହା ଖୁବ୍ ଭାଇରଲ ମଧ୍ୟ ହୋଇଥିଲା। ବିପାଶା ଓ କରନଙ୍କ ବିବାହ ୨୦୧୬ ମସିହାରେ ହୋଇଥିଲା। ବିବାହର ୬ ବର୍ଷ ପରେ ଦମ୍ପତି ପ୍ରଥମ ସନ୍ତାନକୁ ସ୍ୱାଗତ କରିଛନ୍ତି।




