ଚୁମ୍ବନ ଦେବା ଯୌନ ଅପରାଧ ନୁହେଁ: ବମ୍ବେ ହାଇକୋର୍ଟ
ମୁମ୍ବାଇ :ଏକ ଯୌନ ଉତ୍ପୀଡ଼ନ ମାମଲାର ଶୁଣାଣି କରି ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଜଣେ ୧୪ ବର୍ଷର ବାଳକଙ୍କୁ ଯୌନ ନିର୍ଯାତନା ମାମଲାରେ କୋର୍ଟ ଜାମିନ ପ୍ରଦାନ କରି କହିଛନ୍ତି । ଚୁମ୍ବନ ଦେବା ଏବଂ ପ୍ରେମ କରିବା ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୭ ଅନୁଯାୟୀ ସ୍ୱାଭାବିକ ଅପରାଧ ନୁହେଁ । ଜଷ୍ଟିସ ଅନୁଜା ପ୍ରଭୁଦେଶାଇ ଏହି ମାମଲାର ଶୁଣାଣି କରି କହିଛନ୍ତି, ବାଳକଙ୍କ ବିବୃତି ତଥା ପ୍ରଥମ ସୂଚନା […]
ମୁମ୍ବାଇ :ଏକ ଯୌନ ଉତ୍ପୀଡ଼ନ ମାମଲାର ଶୁଣାଣି କରି ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଜଣେ ୧୪ ବର୍ଷର ବାଳକଙ୍କୁ ଯୌନ ନିର୍ଯାତନା ମାମଲାରେ କୋର୍ଟ ଜାମିନ ପ୍ରଦାନ କରି କହିଛନ୍ତି । ଚୁମ୍ବନ ଦେବା ଏବଂ ପ୍ରେମ କରିବା ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୭ ଅନୁଯାୟୀ ସ୍ୱାଭାବିକ ଅପରାଧ ନୁହେଁ ।
ଜଷ୍ଟିସ ଅନୁଜା ପ୍ରଭୁଦେଶାଇ ଏହି ମାମଲାର ଶୁଣାଣି କରି କହିଛନ୍ତି, ବାଳକଙ୍କ ବିବୃତି ତଥା ପ୍ରଥମ ସୂଚନା ରିପୋର୍ଟ (ଏଫ୍ଆଇଆର) ଅନୁସାରେ ଅଭିଯୁକ୍ତ ପୀଡିତଙ୍କ ପ୍ରାଇଭେଟ୍ ପାର୍ଟକୁ ଛୁଇଁଥିଲେ ଏବଂ ଓଠରେ ଚୁମ୍ବନ ଦେଇଥିଲେ । ମୋ ମତରେ, ଏହା ଭାରତୀୟ ଦଣ୍ଡ ସଂହିତା ଧାରା ୩୭୭ ଅନୁଯାୟୀ ଏକ ଅପରାଧ ନୁହେଁ ।
ଏଫ୍ଆଇଆର୍ ଅନୁଯାୟୀ, ବାଳକଙ୍କ ବାପା ତାଙ୍କ ଆଲମାରିରୁ କିଛି ଟଙ୍କା ହଜିଯାଇଥିବା ଦେଖିବାକୁ ପାଇଥିଲେ । ନାବାଳକ ପୁଅ ବାପାଙ୍କୁ କହିଥିଲେ ଯେ, ସେ ଏକ ଅନ୍ଲାଇନ ଗେମ ରିଚାର୍ଜ କରିବାକୁ ଜଣଙ୍କୁ ଟଙ୍କା ଦେଇଛନ୍ତି । ସେ ତାଙ୍କ ପିତାଙ୍କୁ ମଧ୍ୟ କହିଥିଲେ ଯେ, ସେହି ବ୍ୟକ୍ତି ଜଣକ ତାଙ୍କୁ ଚୁମ୍ବନ ଦେଇ ତାଙ୍କ ପ୍ରାଇଭେଟ୍ ପାର୍ଟକୁ ସ୍ପର୍ଶ କରିଥିଲେ । ବାପା ପୋଲିସ ପାଖକୁ ଯାଇ ପୋକ୍ସୋ ଆକଫ ଏବଂ ଧାରା ୩୭୭ ବିରୋଧରେ ଏଫ୍ଆଇଆର୍ ଦାଖଲ କରିଥିଲେ ।
ଜଷ୍ଟିସ ପ୍ରଭୁଦେଶାଇ କହିଛନ୍ତି, ବାଳକଟିର ଡାକ୍ତରୀ ପରୀକ୍ଷାରେ ଯୌନ ନିର୍ଯାତନାକୁ ନିଶ୍ଚିତ କରି ନାହିଁ । ଅଭିଯୁକ୍ତ ଏକ ବର୍ଷ ଜେଲରେ ରହିଛନ୍ତି, ତେଣୁ ସେ ଜାମିନ ପାଇବାକୁ ହକ୍ । ଅଦାଲତ ଉକ୍ତ ବ୍ୟକ୍ତିଙ୍କୁ ୩୦ ହଜାର ଟଙ୍କାରେ ଜାମିନ ପ୍ରଦାନ କରିବାକୁ କହିଛନ୍ତି ।




