ପ୍ରଥମ ପତ୍ନୀ ଆପତ୍ତି କଲେ ମୁସଲମାନ ଯୁବକଙ୍କ ଦ୍ୱିତୀୟ ବିବାହ ପଞ୍ଜିକରଣ ହେବ ନାହିଁ: କେରଳ ହାଇକୋର୍ଟ

ତିରୁଅନନ୍ତପୁରମ୍: କେରଳ ହାଇକୋର୍ଟ କହିଛନ୍ତି ଯେ, ପ୍ରଥମ ବିବାହ ବୈଧ ଥିବା ବେଳେ ଦ୍ୱିତୀୟ ବିବାହ ପଞ୍ଜିକରଣ କରିବାକୁ ଚାହୁଥିବା ଜଣେ ମୁସଲମାନ ପୁରୁଷ ପ୍ରଥମ ପତ୍ନୀଙ୍କୁ ଶୁଣାଣିର ସୁଯୋଗ ଦେବା ଉଚିତ। ମହମ୍ମଦ ସରିଫ ଓ ତାଙ୍କ ଦ୍ୱିତୀୟା ପତ୍ନୀଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ବିଚାର କରି କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ଜଣେ ମୁସଲମାନଙ୍କ ପ୍ରଥମ ପତ୍ନୀ ତାଙ୍କ ସ୍ୱାମୀଙ୍କ ଦ୍ୱିତୀୟ ବିବାହ ପଞ୍ଜିକରଣ ହେଉଥିବା […]

ପ୍ରଥମ ପତ୍ନୀ ଆପତ୍ତି କଲେ ମୁସଲମାନ ଯୁବକଙ୍କ ଦ୍ୱିତୀୟ ବିବାହ ପଞ୍ଜିକରଣ ହେବ ନାହିଁ: କେରଳ ହାଇକୋର୍ଟ
Samaya Live Picture
Published On

ତିରୁଅନନ୍ତପୁରମ୍: କେରଳ ହାଇକୋର୍ଟ କହିଛନ୍ତି ଯେ, ପ୍ରଥମ ବିବାହ ବୈଧ ଥିବା ବେଳେ ଦ୍ୱିତୀୟ ବିବାହ ପଞ୍ଜିକରଣ କରିବାକୁ ଚାହୁଥିବା ଜଣେ ମୁସଲମାନ ପୁରୁଷ ପ୍ରଥମ ପତ୍ନୀଙ୍କୁ ଶୁଣାଣିର ସୁଯୋଗ ଦେବା ଉଚିତ। ମହମ୍ମଦ ସରିଫ ଓ ତାଙ୍କ ଦ୍ୱିତୀୟା ପତ୍ନୀଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ବିଚାର କରି କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ଜଣେ ମୁସଲମାନଙ୍କ ପ୍ରଥମ ପତ୍ନୀ ତାଙ୍କ ସ୍ୱାମୀଙ୍କ ଦ୍ୱିତୀୟ ବିବାହ ପଞ୍ଜିକରଣ ହେଉଥିବା ବେଳେ ନୀରବ ଦର୍ଶକ ହୋଇପାରିବେ ନାହିଁ, ଯଦିଓ ମୁସଲମାନ ବ୍ୟକ୍ତିଗତ ଆଇନ କେତେକ ପରିସ୍ଥିତିରେ ଦ୍ୱିତୀୟ ବିବାହକୁ ଅନୁମତି ଦେଇଥାଏ। କୋର୍ଟ କହିଛନ୍ତି, ଯଦି ଜଣେ ମୁସଲମାନ ପୁରୁଷ ତାଙ୍କର ଦ୍ୱିତୀୟ ବିବାହ ପଞ୍ଜିକରଣ କରିବାକୁ ଚାହୁଛନ୍ତି, ଯେତେବେଳେ ତାଙ୍କର ପ୍ରଥମ ବିବାହ କାଏମ୍ ଅଛି ଏବଂ ପ୍ରଥମ ପତ୍ନୀ ଜୀବିତ ଅଛନ୍ତି, ତେବେ ପ୍ରଥମ ପତ୍ନୀଙ୍କୁ ଶୁଣାଣିର ସୁଯୋଗ ଦିଆଯିବା ଉଚିତ। ହାଇକୋର୍ଟ ଆହୁରି ସ୍ପଷ୍ଟ କରିଛନ୍ତି ଯେ, ଯଦି ପ୍ରଥମ ପତ୍ନୀ ସ୍ବାମୀଙ୍କ ଦ୍ୱିତୀୟ ବିବାହ ଉପରେ ଆପତ୍ତି କରନ୍ତି ତେବେ ରେଜିଷ୍ଟ୍ରାର ଏହାକୁ ପଞ୍ଜିକୃତ କରିବାରୁ ନିବୃତ୍ତ ରହିବା ଉଚିତ ଏବଂ ବ୍ୟକ୍ତିଗତ ଆଇନ ଅନୁଯାୟୀ ଏହାର ବୈଧତା ପ୍ରମାଣ କରିବାକୁ ପକ୍ଷମାନଙ୍କୁ ଏକ ଉପଯୁକ୍ତ କୋର୍ଟକୁ ପଠାଇବା ଉଚିତ। କୋର୍ଟ କହିଛନ୍ତି, ଆମେ କହୁନାହୁଁ ଯେ ଦ୍ୱିତୀୟ ବିବାହ ପଞ୍ଜିକୃତ ହୋଇପାରିବ ନାହିଁ, କିନ୍ତୁ ପ୍ରଥମ ପତ୍ନୀଙ୍କୁ ଶୁଣାଣିର ସୁଯୋଗ ଦିଆଯିବା ଉଚିତ।

Tags: