କେଜ୍ରିୱାଲଙ୍କ ଇସ୍ତଫା ଘୋଷଣା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲରୁ ମୁକୁଳିବା ପରେ ଆଜି ଦଳର ନେତା ତଥା କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଏକ ବଡ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଦୁଇ ଦିନ ପରେ ସେ ନିଜ ଆସନ ଛାଡିବେ ବୋଲି କହିଛନ୍ତି। ଅରବିନ୍ଦ କେଜରିୱାଲ ପ୍ରାୟ ୬ମାସ ଜେଲରେ ରହିଥିଲେ। ସେତେବେଳେ ମଧ୍ୟ ତାଙ୍କ ଇସ୍ତଫା ଦାବି କରାଯାଇଥିଲା।କେଜ୍ରିୱାଲ କହିଛନ୍ତି “ମୁଁ ଇସ୍ତଫା ଦେଉଛି କାରଣ ସେମୀନ ମୋତେ ଦୁର୍ନୀତି […]

Samaya Live Picture
Published On

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲରୁ ମୁକୁଳିବା ପରେ ଆଜି ଦଳର ନେତା ତଥା କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଏକ ବଡ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଦୁଇ ଦିନ ପରେ ସେ ନିଜ ଆସନ ଛାଡିବେ ବୋଲି କହିଛନ୍ତି। ଅରବିନ୍ଦ କେଜରିୱାଲ ପ୍ରାୟ ୬ମାସ ଜେଲରେ ରହିଥିଲେ। ସେତେବେଳେ ମଧ୍ୟ ତାଙ୍କ ଇସ୍ତଫା ଦାବି କରାଯାଇଥିଲା।କେଜ୍ରିୱାଲ କହିଛନ୍ତି “ମୁଁ ଇସ୍ତଫା ଦେଉଛି କାରଣ ସେମୀନ ମୋତେ ଦୁର୍ନୀତି ଅଭିଯୁକ୍ତ କରିଛନ୍ତି। ସେ ମନୀଷ ସିସୋଦିଆଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି। ଆପଣମାନେ କୁହନ୍ତୁ, କେଜ୍ରିୱାଲ ସଚ୍ଚୋଟ କି ନୁହେଁ। ଆଜି ମୁଁ ଅଗ୍ନି ପରୀକ୍ଷା ପାଇଁ ପ୍ରସ୍ତୁତ ଅଛି। ଯଦି ଆପଣ ଭାବୁଛନ୍ତି ମୁଁ ସଚ୍ଚୋଟ ତେବେ ମୋତେ ଭୋଟ୍ ଦିଅନ୍ତୁ। ଆପଣମାନେ ଯେବେ ମୋତେ ଜିତାଇବେ, ତାହାପରେ ମୁଁ ମୁଖ୍ୟମନ୍ତ୍ରୀ ହେବି।” କେଜ୍ରିୱାଲ ଆହୁରି କହିଛନ୍ତି ଯେ, “ନିର୍ବାଚନ ପର୍ଯ୍ୟନ୍ତ ଆମ୍ ଆଦମୀ ପାର୍ଟିର କେହି ଜଣେ ମୁଖ୍ୟମନ୍ତ୍ରୀ ହେବେ। ଖୁବ୍ ଶୀଘ୍ର ବିଧାନସଭା ଦଳର ଏକ ବୈଠକ ହେବ। ବର୍ତ୍ତମାନ ମୁଁ ଏବଂ ମନୀଷ ସିସୋଦିଆ ବର୍ତ୍ତମାନ ସର୍ବସାଧାରଣ କୋର୍ଟକୁ ଯାଉଛୁ।

Tags: